ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଦିତ୍ୟ-ଏଲ୍‌୧ରେ ସକ୍ରିୟ ହେଲା ମ୍ୟାଗ୍ନେଟୋମିଟର ବୁମ୍‌, ଗ୍ରହଙ୍କ ଚୁମ୍ବକୀୟ ଶକ୍ତି ଓ କ୍ଷେତ୍ର ଚିହ୍ନଟ କରିବ

ନୂଆଦିଲ୍ଲୀ ୨୬/୦୧: ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ) ଆଦିତ୍ୟ-ଏଲ୍‌୧ରେ ସଂଲଗ୍ନ ୬ ମିଟର ଲମ୍ବା ମ୍ୟାଗ୍ନେଟୋମିଟର ବୁମ୍‌କୁ ସଫଳତାପୂର୍ବକ ସକ୍ରିୟ କରିଛି । ଆଦିତ୍ୟଏଲ୍‌୧କୁ ଚଳିତ ମାସ ୧୧ ତାରିଖରେ ଏଲ୍‌-୧ ପଏଣ୍ଟ୍‌ରେ ମୁତୟନ କରାଯାଇଥିଲା । ଏହି ସମୟରେ ୧୩୨ ଦିନ ପର୍ଯ୍ୟନ୍ତ ଏଥିରେ ସଂଲଗ୍ନ ମ୍ୟାଗ୍ନେଟୋମିଟରକୁ ବନ୍ଦ ରଖାଯାଇଥିଲା । ଏହି ବୁମ୍‌ ଭିତରେ ଦୁଇଟି ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ, ଅତ୍ୟଧିକ ସଠିକ୍‌ ଫ୍ଲକ୍ସଗେଟ୍‌ ମ୍ୟାଗ୍ନେଟୋମିଟର ସେନ୍‌ସର ରହିଛି । ଏହା ମହାକାଶରେ ଗ୍ରହଙ୍କ ମଧ୍ୟରେ ଚୁମ୍ବକୀୟ ଶକ୍ତି ଓ କ୍ଷେତ୍ରକୁ ଚିହ୍ନଟ କରେ । 

ଚୁମ୍ବକୀୟ କ୍ଷେତ୍ର ଯେତେ ଦୁର୍ବଳ ହେଲେ ମଧ୍ୟ ସେନ୍‌ସର ତାହା ଚିହ୍ନଟ କରିବାରେ ସକ୍ଷମ । ଏହି ଦୁଇ ସେନ୍‌ସରକୁ ଆଦିତ୍ୟ-ଏଲ୍‌୧ ଠାରୁ ୩ ମିଟର ଓ ୬ ମିଟର ଦୂରରେ ମୁତୟନ କରାଯାଇଛି । ଆଦିତ୍ୟରୁ ନିର୍ଗତ ଚୁମ୍ବକୀୟ ଶକ୍ତି ସେନ୍‌ସର ଉପରେ ପ୍ରଭାବ ନ ପକାଇବା ପାଇଁ ତାକୁ ଏହି ଦୂରତାରେ ମୁତୟନ କରାଯାଇଛି । ଗ୍ରହମାନଙ୍କର ଚୁମ୍ବକୀୟ କ୍ଷେତ୍ରର ଅଧିକ ସଠିକ୍‌ ତଥ୍ୟ ପାଇବା ପାଇଁ ଏହି ଦୁଇ ସେନ୍‌ସରର ଆବଶ୍ୟକତା ଥିଲା । କାର୍ବନ ଫାଇବର ରିଇନ୍‌ଫୋର୍ସଡ୍‌ ପଲିମର ଓ ମେକାନିଜମ୍‌ ଏଲିମେଣ୍ଟସର ମିଶ୍ରଣରେ ମ୍ୟାଗ୍ନେଟୋମିଟର ବୁମ୍‌ ନିର୍ମିତ ହୋଇଛି ।

ବୁମ୍‌ ଭିତରେ ୫ ସେଗ୍‌ମେଣ୍ଟ ରହିଛି, ଯାହା ତାକୁ ସହଜରେ ମୋଡ଼ିବା ଓ ପ୍ରସାରିତ ହେବାରେ ସାହାଯ୍ୟ କରୁଛି ।ମ୍ୟାଗ୍ନେଟୋମିଟର ବୁମ୍‌ ବନ୍ଦ ଥିବାବେଳେ ତାକୁ ଦୁଇ ଭାଙ୍ଗରେ ମୋଡ଼ାଯାଇଥିଲା । ଏହା ଦ୍ୱାରା ଆଦିତ୍ୟର ଓଜନରେ ସନ୍ତୁଳନ ରକ୍ଷା ମଧ୍ୟ ହୋଇପାରିଲା । ବୁମ୍‌କୁ ମୁତୟନ କରିବା ଲାଗି ଥର୍ମାଲ କଟର ରିଲିଜ୍‌ ସିଷ୍ଟମ୍‌ ପ୍ରୟୋଗ କରାଯାଇଥିଲା । ଦୁଇ ମ୍ୟାଗ୍ନେଟୋମିଟରକୁ ମୁତୟନ କରିବା ଲାଗି ୯ ସେକେଣ୍ଡ୍‌ ଲାଗିଲା । ଉଭୟ ଏବେ ଠିକ୍‌ରେ କାମ କରୁଛନ୍ତି । ଖୁବ୍‌ଶୀଘ୍ର ଏହାର ତଥ୍ୟ ସାର୍ବଜନୀନ କରିବ ବୋଲି ଇସ୍ରୋ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.