ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଥୀ ଖୋଜୁଛି ମହାବଳ, ପାଗଳ ଭଳି ନିଇତି ବଦଳାଉଛି ସ୍ଥାନ

ଗୁଣପୁର,୦୪/୧୨: ସାଥୀଟିଏ ପାଇବା ଆଶାରେ  ମହାରାଷ୍ଟ୍ରରୁ ଛୁଟି ଆସିଲା ଓଡ଼ିଶା । ଏବେ ସୁଦ୍ଧା ୩୦୦୦  କିଲୋମିଟର ବାଟ ବୁଲି ସାରିଲାଣି । ହେଲେ ସାଥୀଟିଏ ମିଳୁନି । ପାଗଳ ପ୍ରାୟ ହୋଇଗଲାଣି ମହାରାଷ୍ଟ୍ରର ମହାବଳ । କେବେ ଗଜପତିରୁ ରାୟଗଡ଼ା ଚାଲିଯାଉଛି ତ ପୁଣି କେବେ ଓଡ଼ିଶା ସୀମାନ୍ତ ଆଉ କନ୍ଧମାଳ ଘୂରି ବୁଲୁଛି । ସାଥୀକୁ ଖୋଜିଖୋଜି ନୟାନ୍ତ ହୋଇପଡ଼ିଲାଣି ଏହି ମହାବଳ । 

ମହାରାଷ୍ଟ୍ରରୁ ୪ ରାଜ୍ୟ ପାର୍‌ କରି ଓଡ଼ିଶାରେ ପହଞ୍ଚିଛି ମହାବଳ । ୪ ମାସ ହେଲା ଏଠାରେ ଚହଳ  ସୃଷ୍ଟି କରିଛି । ସାଥୀ ବାଘୁଣୀଟିଏ ନପାଇ ଏବେ ବାଟବଣା  ହୋଇପଡ଼ିଛି । ପଛକୁ ଫେରିପାରୁଛି ନା’ ଆଗକୁ ଯାଉଛି ।  ନିଜପାଇଁ ସୁରକ୍ଷିତ ଜଙ୍ଗଲ ମଧ୍ୟ ପାଇପାରୁନି । ବିପଦ ଆଶଙ୍କା କରି ପ୍ରତିଦିନ ସ୍ଥାନ ବଦଳାଉଛି । ଯେଉଁଠି ଯାହା  ପାଇଲା ଖାଉଛି । ଅଥଚ କୌଣସି ସ୍ଥାନରେ ମଣିଷ  ସହ ମୁହାଁମୁହିଁ ହେବାର ସାହାସ ଜୁଟାଇନି । କେବଳ  ଗୋରୁଗାଈ ଶିକାରରେ ସୀମିତ ରହିଛି । ଏମିତିରେ  ସବୁଦିନେ ନୂଆ ଜିଲ୍ଲା ଓ ନୂଆ ବନଖଣ୍ଡର ସଂରକ୍ଷିତ ଜଙ୍ଗଲ ଘୂରିବୁଲି ନୟାନ୍ତ ହୋଇପଡ଼ିଛି । 

ଏପଟେ ବାଘର  ପିଛା କରି ବନ କର୍ମଚାରୀ ମଧ୍ୟ ନାକେଦମ୍‌ । ଗଞ୍ଜାମରୁ  ଗଜପତି, ରାୟଗଡ଼ାରୁ କନ୍ଧମାଳ ଓ କଳାହାଣ୍ଡି ସବୁଠି  ଏହି ବାଘ ଆତଙ୍କ । ୫ଟି ଜିଲ୍ଲାର ଏକାଧିକ ବନଖଣ୍ଡ  ଘୂରି ବୁଲିବା ମଧ୍ୟରେ ବନ ବିଭାଗ ପିଛା କରୁଥିବା  ଜାଣି ନିଜକୁ ଅସୁରକ୍ଷିତ ମଣୁଛି । ତେଣୁ ପ୍ରତିଦିନ ସ୍ଥାନ  ବଦଳାଉଥିବା ବନ କର୍ମଚାରୀମାନେ କହିଛନ୍ତି । ଗତ  ଶନିବାର ରାତିରେ ଗଜପତି ଜିଲ୍ଲାରୁ ଆସି ଗୁଣପୁର  ବନଖଣ୍ଡ, ଗୁଡ଼ାରୀ ବନଖଣ୍ଡ ହୋଇ ମୁନିଗୁଡ଼ା ବନଖଣ୍ଡର  ଚନ୍ଦ୍ରପୁର, ଡାଙ୍ଗଶାରଡ଼ା, ତେଲେଙ୍ଗାପଦର ଆଦି  ଅଞ୍ଚଳ ଘୂରି ବୁଲିବା ପରେ ଦହିଖାଲ ପଟକୁ ଯାଇଥିଲା  ମହାବଳ । କନ୍ଧମାଳ ପଟକୁ ଯିବ କି କଳାହାଣ୍ଡି  ପଟକୁ ବନ ବିଭାଗ କୌଣସି ନିସ୍କର୍ଷରେ ପହଞ୍ଚି  ପାରିନଥିଲା । ଗତକାଲି ତାଇମାଗୁଡ଼ି ପାହାଡ଼ରେ  ବିଶ୍ରାମ ନେବା ପରେ ଆଜି ଭୋର୍‌ରୁ ହୁମାଗୁଞ୍ଜି ଗାଁରେ  ପହଞ୍ଚିଥିଲା । ଗୋଟିଏ ଗାଈକୁ ଶିକାର କରିବାକୁ ଚେଷ୍ଟା  କରିଥିଲା । ଗାଁ ଲୋକ ଦେଖି ତାକୁ ଘଉଡ଼ାଇଥିଲେ ।  

କେତେକ ବନ କର୍ମଚାରୀ କହିଛନ୍ତି, ମହାବଳ  ଖାଦ୍ୟ, ସୁରକ୍ଷିତ ବାସସ୍ଥାନ ଖୋଜିବା ସହ ମନଲାଖି  ବାଘୁଣୀ ପାଇଁ ଏଠାକୁ ଆସିଛି । ଅଥଚ ଏଠାରେ ବାଘୁଣୀ  ନାହିଁ । ଏବେ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ଛଡ଼ା  ଅନ୍ୟ କୌଣସି ସ୍ଥାନରେ ମହାବଳ ନାହାଁନ୍ତି । ତେଣୁ ସାଥୀ  ବାଘୁଣୀ ମିଳିବା ମୁସ୍କିଲ୍‌ । ସାଥୀଟିଏ ମିଳିବା ଯାଏଁ ସେ  ଏମିତି ଏଣେତେଣେ ବୁଲିବ । କୋଟଗଡ଼ ଅଭୟାରଣ୍ୟକୁ  ଗଲେ ଖାଦ୍ୟ ପାଇବ କିନ୍ତୁ ସାଥୀ ପାଇବନି । କଳାହାଣ୍ଡି  ଜିଲ୍ଲାର ନର୍ଲା ଦେଇ ନୂଆପଡ଼ାର ଖଡ଼ିଆଳ ନିକଟସ୍ଥ  ଶୀତାନଦୀ ପାର୍‌ କଲେ ଛତିଶଗଡ଼ ସୀମାନ୍ତ ଟାଇଗର  କରିଡ଼ରରେ ପହଞ୍ଚିବ । ସେଠାରେ ବାଘୁଣୀ ସାଥୀ ପାଇବା  ମଧ୍ୟ ସମ୍ଭବ ନୁହଁ । ତେଣୁ ବାଘ ଏମିତି ହିଁ ଘୂରି ବୁଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.