ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

କଂଗ୍ରେସ ଉପରେ ବର୍ଷିବା ସହ ସର୍ତ୍ତ ରଖିଲେ ମମତା, କହିଲେ ‘ଗୋଟିଏ ବି ଆସନ ଦେବୁନି’

କୋଲକାତା, ୩୧/୦୧: କଂଗ୍ରେସକୁ ଅଡ଼ୁଆ ମମତା । ପଶ୍ଚିମବଙ୍ଗରେ କଂଗ୍ରେସ ପାଇଁ ବଢ଼ିବାରେ ଲାଗିଛି ଅଡ଼ୁଆ । ଜିଦରେ ଅଟଳ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମାଲଦାରେ ବୁଧବାର ମମତା କହିଛନ୍ତି, ଟିଏମସି ସହ ଆସନ ସେୟାରିଂ କରିବାକୁ ହେଲେ କଂଗ୍ରେସକୁ ବାମ ଦଳ ଠାରୁ ଅଲଗା ହେବାକୁ ପଡ଼ିବ ।

ମାଲଦାରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି, ପୂର୍ବରୁ କଂଗ୍ରେସକୁ ଟିଏମସି ୨ଟି ଲୋକସଭା ଆସନ ଅଫର୍ କରିଥିଲା । କଂଗ୍ରେସ ତାକୁ ଗ୍ରହଣ କରି ନଥିବାରୁ ଏବେ ଆଉ ଗୋଟିଏ ବି ଆସନ ଦେବୁ ନାହିଁ ।

ବିରୋଧୀ ମେଣ୍ଟ ଇଣ୍ଡିଆରେ ଥିବା ଟିଏମସି ସୁପ୍ରିମୋ ମମତା କହିଛନ୍ତି, ବିଗତ ଦିନରେ ସିପିଏମ୍ ମୋ ଉପରେ ଅନେକ ଥର ଆକ୍ରମଣ କରିଛି । ମୋତେ ମାଡ଼ ମଧ୍ୟ ମରା ଯାଇଛି । ଶୁଭେଛୁଙ୍କ ଆଶୀର୍ବାଦରୁ ମୁଁ ଜୀବିତ ରହିଛି । ମୁଁ କୌଣସି ପରିସ୍ଥିତିରେ ବାମ ଦଳକୁ କ୍ଷମା କରି ପାରିବି ନାହିଁ । ଯେଉଁମାନେ ଆଜି ସିପିଏମ୍ ସହ ଅଛନ୍ତି ସେମାନେ ବିଜେପି ସହ ରହିଛନ୍ତି । ସେମାନଙ୍କୁ କ୍ଷମା କରିବାର ପ୍ରଶ୍ନ ଉଠୁନି ।

ତେବେ ବିହାର ପରେ ପଶ୍ଚିମବଙ୍ଗରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ପହଞ୍ଚିଥିବା ବେଳେ ମମତା ଏଭଳି ମନ୍ତବ୍ୟ ଦେଇଛନ୍ତି । ମମତା କହିଛନ୍ତି, ପଶ୍ଚିମବଙ୍ଗ ବିଧାନସଭାରେ କଂଗ୍ରେସର ଜଣେ ମାତ୍ର ବିଧାୟକ ନାହାନ୍ତି । ଆମେ କଂଗ୍ରେସକୁ ୨ଟି ଲୋକସଭା ଆସନ ଦେବୁ, ଯେଉଁ ଆସନରୁ ହାତ ପ୍ରାର୍ଥୀ ଜିତିବାର ସମ୍ଭାବନା ଅଧିକ ରହିଥିବ । ତେବେ ସେମାନେ ଅଧିକ ଆସନ ଚାହୁଁଛନ୍ତି । ମୁଁ କହି ଦେଇଛି, ବାମ ଦଳ ସାଙ୍ଗରେ ରହିଥିବା ପର୍ଯ୍ୟନ୍ତ ଗୋଟିଏ ବି ଆସନ ଦେବୁ ନାହିଁ ।

ଏହା ପୂର୍ବରୁ ଗତବର୍ଷ ଜୁନରେ ମମତାଙ୍କ ତୃଣମୂଳ କଂଗ୍ରେସ ସହ ମେଣ୍ଟ ସମ୍ପର୍କ ତୁଟାଇଥିଲା ସିପିଏମ୍ । ଦଳର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଥିଲେ, ମମତା ବାନାର୍ଜୀ ଓ ସିପିଏମ୍ ଏକାଠୀ ହୋଇ ପାରିବେ ନାହିଁ । ଗତ ସପ୍ତାହ ଧରି ପଶ୍ଚିମବଙ୍ଗରେ ଆସନ ବୁଝାମଣା ନେଇ କଂଗ୍ରେସ ଓ ଟିଏମସି ମଧ୍ୟରେ ଆଲୋଚନା ଜାରି ରହିଛି । ମମତା କହିଛନ୍ତି, ପଶ୍ଚିମବଙ୍ଗରେ ଦଳ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବ । ନିର୍ବାଚନ ପରେ ହିଁ ମେଣ୍ଟକୁ ନେଇ ନିଷ୍ପତ୍ତି ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.