ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ମମତା ଯୋଜନା ସହାୟତା ରାଶି୨ଗୁଣ ହେଲା; ୫,୦୦୦ରୁ ୧୦,୦୦୦ଟଙ୍କା ବଢିଲା ରାଶି, ୨ଟି କିସ୍ତିରେ ୬,୦୦୦ ଏବଂ ୪,୦୦୦ଟଙ୍କା ପାଇବେ ହିତାଧିକାରୀ

ଭୁବନେଶ୍ୱର,୧୩/୨ : ମମତା ଯୋଜନା ସହାୟତା ରାଶି ୨ଗୁଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ମମତା ଯୋଜନାରେ ଗର୍ଭବତୀ ମହିଳାମାନଙ୍କୁ ୨ଟି କିସ୍ତିରେ ୫ହଜାର ଟଙ୍କା ପ୍ରଦାନ କରାଯାଉଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଗର୍ଭବତୀ ମହିଳାମାନଙ୍କୁ ୧୦ହଜାର ଟଙ୍କା ସହାୟତା ମିଳିବ । ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ । ଚଳିତ ଫେବୃଆରୀ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀମାନଙ୍କୁ ମିଳିବ ।   ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ପୁଷ୍ଟି ହୀନତା ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୨୦୧୧ ମସିହାରେ ଲୋକପ୍ରିୟ ମମତା ଯୋଜନାର ଶୁଭାରମ୍ଭ କରିଥିଲେ। ମମତା ଯୋଜନା ବେଶ ଲୋକପ୍ରିୟ ଯୋଜନା ଏବଂ ଏହାକୁ ଜାତୀୟ ସ୍ତରରେ ଏକ ମଡେଲ ଭାବରେ ଗ୍ରହଣ କରାଯାଇଛି। 

ନୂଆ ମମତା ଯୋଜନାରେ ୨ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ । ପ୍ରଥମ କିସ୍ତିରେ(ଗର୍ଭାବସ୍ଥାର ୬ ମାସ ପରେ ) ୬୦୦୦ ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ଶିଶୁକୁ ଦଶମାସ ହେବା ପରେ ୪୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରଖାଯାଇଛି । ୧୯ବର୍ଷରୁ ଊର୍ଦ୍ଧ୍ୱ ସବୁ ଗର୍ଭବତୀ ମହିଳା ୨ଟି ଜୀବିତ ସନ୍ତାନ ନିମନ୍ତେ ଏହି ସହାୟତା ପାଇପାରିବେ।  ୧୩ଟି ନିର୍ଦ୍ଦିଷ୍ଟ ଆଦିମ ଜନଜାତି ଗୋଷ୍ଠୀର ମା’ମାନଙ୍କୁ ପ୍ରତ୍ୟେକ ଗର୍ଭ ଲାଗି ମମତା ସହାୟତା ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । 

ସୂଚନାଯୋଗ୍ୟ ଯେ, ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ମା’ ମାନେ ଏହି ସହାୟତା ରାଶି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଏହା ଆସିବା ପରେ ମମତା ଯୋଜନାର ସହାୟତା ରାଶି ପରିମାଣ କୁ ବୃଦ୍ଧି କରିଛନ୍ତି। ଉଲ୍ଲେଖଯୋଗ୍ୟ ଏହି ଯୋଜନା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଗର୍ଭବତୀ ଓ ପ୍ରସୂତି ମା ଉପକୃତ ହେଉଛନ୍ତି। ଏଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨  ହଜାର ୯୦୦ କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି।  ଏହି ଯୋଜନା ବିଷୟରେ ସୂଚନା ବା ଅଭିଯୋଗ ନିମନ୍ତେ ୧୮୧ ହେଲ୍ପଲାଇନକୁ କଲ୍‌ କରନ୍ତୁ କିମ୍ବା ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.