ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ସାହସ ଦେଖାଇଲେ ମହିଳା, ଗୁଳି ବର୍ଷା କରୁଥିବା ସୁରଟଙ୍କୁ ଝାଡ଼ୁ ଦେଖାଇ ବିଦା କରିଦେଲେ ; ଭିଡ଼ିଓ ଭାଇରାଲ

ଭିୱାନୀ : ହରିଆଣାର ଭିୱାନୀରୁ ଏକ ଆଶ୍ଚର୍ଯ୍ୟକର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗୁଳି ବର୍ଷା କରୁଥିବା ସୁଟରଙ୍କୁ ଏକ ଝାଡ଼ୁ ଧରି ଆକ୍ରମଣ କରିଛନ୍ତି । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଖୁବ୍‌ ଭାଇରାଲ ହେଉଛି ଏବଂ ଏହାକୁ ଦେଖି ଲୋକେ ମହିଳାଙ୍କ ସାହସର ପ୍ରଶଂସା କରୁଛନ୍ତି । ଯେଉଁ ବ୍ୟକ୍ତିଙ୍କ ଉପରେ ଗୁଳି ବର୍ଷୁଥିଲା , ତାଙ୍କ ନାଁ ହରିକିଶନ। ସେ ରବି ବକ୍ସରଙ୍କର ହତ୍ୟା ଅଭିଯୁକ୍ତ। ଆଶଙ୍କା କରାଯାଉଛି କି , ହରିକେଶନଙ୍କ ବିବାଦ ଲରେନ୍ସ ବିଶ୍ନୋଇ ଦଳ ସହ ରହିଛି।

ଜାମିନରେ ବାହାରକୁ ଆସିଥିଲେ –

ହରିକିଶନ ଜାମିନରେ ଆସିଥିଲେ। ସେ ଭିୱାନୀର ଡାବର କଲୋନୀରେ ରୁହନ୍ତି। ସୋମବାର ସନ୍ଧ୍ୟା ପାଖାପାଖି ୭.୩୦ଟାରେ ହରିକିଶନ ନିଜର ଘର ଗେଟ୍‌ ବାହାରେ ଠିଆ ହୋଇଥିଲେ। ସେତେବେଳେ ଦୁଇଟି ବାଇକ୍‌ରେ ଆସି ୪ଜଣ ସୁଟର ସେଠାରେ ପହଞ୍ଚି ଥିଲେ। ହରିକିଶନ କିଛି ବୁଝିବା ଆଗରୁ ସେମାନେ ଅତର୍କିତ ଭାବେ ତାଙ୍କ ଉପରକୁ ଗୁଳି ଚଳାଇ ଥିଲେ। ସେମାନଙ୍କ ଠାରୁ ବଞ୍ଚିବା ପାଇଁ ହରିକିଶନ ଘର ଭିତରକୁ ଦୌଡ଼ିବାକୁ ଚାହିଁ ଭୟଭୀତ ହୋଇଗଲେ। ପରେ ଘର ଭିତରକୁ ଯିବାରେ ସଫଳ ହୋଇ ଥିଲେ, କିନ୍ତୁ ସେତେବେଳକୁ ତାଙ୍କ ଠାରେ ୪ଟି ଗୁଳି ବାଜି ଥିଲା। 

ଯେବେ ହରିକିଶନ ଘର ଭିତରକୁ ପଳାଇ ଡୋର ବନ୍ଦ କରି ଦେଲେ, ଏହା ଦେଖି ସୁଟରମାନେ ମଧ୍ୟ ଗେଟ୍‌ ଖୋଲି ଭିତରକୁ ଯିବାକୁ ଚେଷ୍ଟା କରୁ ଥିଲେ। ସେତେବେଳେ ହାତରେ ଝାଡ଼ୁ ଧରି ଠିଆ ହୋଇଥିବା ଜଣେ ମହିଳା, ସୁଟରଙ୍କ ପ୍ରତିରୋଧ କରିବାକୁ ଉଗ୍ର ରୂପ ଦେଖାଇ ଥିଲେ। ଏହା ଦେଖି ଗୁଳି କରୁଥିବା ସୁଟର ଭୟଭୀତ ହୋଇ ସେହି ସ୍ଥାନରୁ ପଳାଇ ଥିଲେ। ସେତେବେଳେ ଜଣେ ସୁଟର ମହିଳାଙ୍କ ଉପରକୁ ଗୁଳି କରିବାକୁ ଚେଷ୍ଟା ମଧ୍ୟ କରିଥିଲା , କିନ୍ତୁ ସେ ନିଜ ଜୀବନକୁ ଖାତିର ନକରି ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ସେପଟେ ସଂପୃକ୍ତ ମହିଳା ଜଣଙ୍କ ହରିକିଶନଙ୍କ ସଂପର୍କୀୟ ନା ପଡ଼ୋଶୀ ଏହା ସ୍ପଷ୍ଟ ହୋଇ ନାହିଁ। 

ପୁଲିସ ଅଫିସର ଦୀପକ କହିଛନ୍ତି କି, ଆହତ ହରିକିଶନଙ୍କୁ ପିଜିଆଇଏମଏସ ରୋହଟକରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି କି, ହରିକିଶନଙ୍କୁ ଆକ୍ରମଣ କରିଥିବା ଲୋକମାନେ ସବୁ କିଏ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.