ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ହୃଦଘାତରେ ପରଲୋକ, ୭ ମିନିଟ୍‌ ପରେ ପୁର୍ନଜନ୍ମ: ମୃତ୍ୟୁ ପରବର୍ତ୍ତୀ ଅନୁଭବ ବଖାଣିଲେ ବ୍ୟକ୍ତି

ଲଣ୍ଡନ,୧୪/୦୯: ମୃତ୍ୟୁ ପରବର୍ତ୍ତୀ ଅନୁଭୂତି ସଂପର୍କରେ ଜଣେ ବ୍ରିଟିଶ୍‌ ଷ୍ଟେଜ୍‌ ଅଭିନେତା ବିସ୍ତୃତ ଭାବେ ଜଣାଇଛନ୍ତି । ଯଦିଓ ଏଭଳି ଦାବିରେ କୌଣସି ସତ୍ୟତା ଥିବା ଭଳି ମନେହୁଏ ନାହିଁ ତଥାପି ସେ ନିଜର ବ୍ୟକ୍ତିଗତ ଅଭିଜ୍ଞାତା ଗଣମାଧ୍ୟମକୁ କହିଛନ୍ତି । ୬୦ ବର୍ଷୀୟ ଶିବ୍‌ ଗ୍ରେଓ୍ବାଲ ପ୍ରାୟ ୧୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ ଏବଂ ପ୍ରାୟ ୭ ମିନିଟ୍‌ ପରେ ପୁର୍ନଜୀବନ ପାଇଥିଲେ ବୋଲି ଦାବି କରିଛନ୍ତି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଆସିଛି । ନିକଟରେ ଶିବ୍‌ ଗ୍ରେଓ୍ବାଲ ଏକ ଗଣମାଧ୍ୟମକୁ ପୁଣି ଥରେ ନିଜର ଏହି ମୃତ୍ୟୁ ପରବର୍ତ୍ତୀ ଅଭିଜ୍ଞତା ସଂପର୍କରେ କହିଛନ୍ତି । 

ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରୁଛି ଚୀନ୍‌ ଇକୋନୋମି, କ୍ଷତିରେ ଚାଲିଛି ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟ

ଫେବୃଆରୀ , ୨୦୧୩ରେ ଶିବ୍‌ ଗ୍ରେଓ୍ବାଲ ଦକ୍ଷିଣ ଲଣ୍ଡନରେ ଥିବା ତାଙ୍କ ଘରେ ଖାଇସାରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।  ଏହା ଦେଖି ତାଙ୍କ ପିତ୍ନୀ ଏଲିସନ୍‌ ଆମ୍ବୁଲାନ୍ସକୁ ଫୋନ୍‌ କରି ଜଣାଇଥିଲା । ହେଲେ ଆମ୍ବୁଲାନ୍ସ ଆସିବା ବେଳକୁ ଶିବ୍‌ ଗ୍ରେଓ୍ବାଲଙ୍କ ଜୀବନ ଚାଲିଯାଇଥିଲା ।  ଗ୍ରେଓ୍ବାଲ କହିଛନ୍ତି ଯେ, ‘ଏହା ପରେ କୌଣସି ମତେ ଜଣାଥିଲା ମୋର ମୃତ୍ୟୁ ହୋଇସାରିଛି । ଆଉ ମୋର ଶରୀର ଏକଦମ ଶୂନ୍ୟରେ ରହିଲା ଭଳି ଲାଗୁଥିଲା ।’ ସେ ନିଜ ଶରୀରରୁ ଅଲଗା ହୋଇଯାଇଥିଲେ ବୋଲି ଅନୁଭବ କରିଥିଲେ । ହେଲେ ସେ ଜୀବିତ ମଣିଷ ଭଳି ଭାବନା ଏବଂ ସମ୍ବେଦନଶୀଳତାକୁ ଅନୁଭବ କରିପାରୁଥିଲେ । ସେ ଆହୁରି କହିଛନ୍ତି, ‘ମୋ ପାଖରେ ଶରୀର ନଥିଲା । ପାଣିରେ ଭାସିଲା ଭଳି ମୋତେ ଲାଗୁଥିଲା । ଏପରିକି ମୁଁ ଚନ୍ଦ୍ରରେ ଯାତ୍ରା କରୁଥିଲି । ଉଲକାପିଣ୍ଡ ଏବଂ ମହାକାଶକୁ ଦେଖୁଥିଲି ।’

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଶିବ୍‌ ଗ୍ରେଓ୍ବାଲଙ୍କୁ ଚନ୍ଦ୍ର ଏବଂ ମହାକାଶ ଦେଖାଯାଉଥିଲା ସତ ହେଲେ ସେ ପୂର୍ବାବସ୍ଥାକୁ ଫେରିବାକୁ ଚାହୁଁଥିଲେ । ଏତିକି ବେଳେ ଏକ ଆମ୍ବୁଲାନ୍ସ ଆସିଲା ଆଉ ଡାକ୍ତର ତାଙ୍କର ହୃଦୟକୁ ପୁଣି ଥରେ ଚାଲୁ କରିଦେଲେ ବୋଲି ଶିବ୍‌ ଗ୍ରେଓ୍ବାଲ କହିଛନ୍ତି । ହେଲେ ମସ୍ତିଷ୍କରେ ଅମ୍ଳଯାନର ମାତ୍ରା କମ୍‌ ଥିବାରୁ ତାଙ୍କୁ ଡାକ୍ତରମାନେ ଏକ ମାସ କୋମାରେ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଆଜି ପର୍ଯ୍ୟନ୍ତ ସେହି ଭୟଙ୍କର ଅନୁଭବକୁ ଭୁଲି ପାରିନାହାନ୍ତି ଶିବ୍‌ ଗ୍ରେଓ୍ବାଲ । ଏବେ ସେ ନିଜର ସେସବୁ ଅଭୁଲା ଅନୁଭବ ଡକ୍ୟୁମେଣ୍ଟ କରି ପ୍ରଦର୍ଶନୀର ଆୟୋଜନ କରୁଛନ୍ତି ।   

You can also read: ବଲିଉଡ ଅଭିନେତା ରିଓ କାପାଡିଆଙ୍କ ପରଲୋକ, ୬୬ ବର୍ଷରେ ଦୁନିଆକୁ କଲେ ଅଲବିଦା

PrameyaOdia
prameyanews
Experience

Copyright © 2022 - Summa Real Media Private Limited. All Rights Reserved.