ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କଲା ମଣିପୁରର UNLF, ୬ ଦଶନ୍ଧି ଧରି ଭ୍ୟାଲିରେ ସାଜିଥିଲା ବିଦ୍ରୋହୀ

ନୂଆଦିଲ୍ଲୀ, ୨୯/୧୧: ଉତ୍ତର-ପୂର୍ବ ରାଜ୍ୟ ମଣିପୁରକୁ ବଡ଼ ଆଶ୍ୱସ୍ତି । ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କରୁଥିବା ପ୍ରୟାସରେ ବଡ଼ ସଫଳତା ମିଳିଛି । ମଣିପୁରର ସବୁଠୁ ପୁରୁଣା ବିଦ୍ରୋହୀ ଗୋଷ୍ଠୀ ୟୁନାଇଟେଡ୍ ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟ (UNLF) ବୁଧବାର ସ୍ଥାୟୀ ଶାନ୍ତି ବୁଝାମଣାରେ ମୋହର ମାରିଛି । 

ଏନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଦୀର୍ଘ ଦିନରୁ ସରକାର ମଣିପୁରରେ ଶାନ୍ତି ପ୍ରତିଷ୍ଠା ନେଇ ଏହି ବିଦ୍ରୋହୀ ସମୁହ ସହ ଆଲୋଚନା ଜାରି ରଖିଥିବା ବେଳେ ସଫଳତା ମିଳିଛି । 

‘ଆମ ପାଖରେ ୩ ଜିଲ୍ଲା, ୧୦ ବିଧାୟକ, ଗଢ଼ିବୁ ଅଲଗା ସରକାର’ କେନ୍ଦ୍ର ସରକାରଙ୍କୁ କୁକି ସମ୍ପ୍ରଦାୟର ଅଲ୍ଟିମେଟମ୍

ସୋସିଆଲ୍ ମିଡିଆରେ ସୂଚନା ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲେଖିଛନ୍ତି, ‘ଏକ ଐତିହାସିକ ଉପଲବ୍ଧି ମିଳିଛି । ପୂର୍ବତ୍ତୋର ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପ୍ରୟାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ଆଜି ନୂଆଦିଲ୍ଲୀରେ ଶାନ୍ତି ଚୁକ୍ତିରେ ହସ୍ତାକ୍ଷର କରିଛି ୟୁଏନ୍ଏଲ୍ଏଫ୍ । ମଣିପୁର ଘାଟିର ସବୁଠୁ ପୁରୁଣା ଉଗ୍ରବାଦୀ ୟୁଏନ୍ଏଲ୍ଏଫ୍ ହିଂସା ଛାଡ଼ି ସମାଜର ମୁଖ୍ୟତ୍ସୋତରେ ସାମିଲ୍ ହେବା ଲାଗି ସହମତ ହୋଇଛନ୍ତି । ମୁଁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସେମାନଙ୍କୁ ସ୍ୱାଗତ କରୁଛି । ଶାନ୍ତି ଓ ପ୍ରଗତିରେ ରାସ୍ତାରେ ଯାତ୍ରା ପାଇଁ ଶୁଭକାମନା ଜଣାଉଛି ।’

ନିକଟରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ କହିଥିଲେ, ୟୁଏନ୍ଏଲ୍ଏଫ୍ ସହ ଆଲୋଚନା ଚାଲିଛି । ମଣିପୁରର ବିଦ୍ରୋହୀ ଗୋଷ୍ଠୀ ୟୁଏନ୍ଏଲ୍ଏଫ୍ ବିଗତ ୬ ଦଶନ୍ଧି ଧରି ଭ୍ୟାଲିରେ ଭାରତୀୟ ସେନା ସହ ଲଢ଼ି ଆସୁଥିଲା । ଗରିଲା ଯୁଦ୍ଧ ଭଳି ଲଢ଼ୁଥିଲା ୟୁଏନ୍ଏଲ୍ଏଫ୍ । 

ଇମ୍ଫାଲରେ ପୁଣି ସ୍ଥିତି ଅଣାୟତ୍ତ, କର୍ଫ୍ୟୁ ଲଗାଇଲା ପ୍ରଶାସନ

ମେ ୩ରୁ ବ୍ୟାପିଥିଲା ହିଂସା

ମୈତେଇ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବି କରି ମଣିପୁରରେ ମେ ୩ରୁ ହିଂସା ଆରମ୍ଭ ହୋଇଥିଲା । ଆଦିବାସୀ ଏକଜୁଟତା ମାର୍ଚ୍ଚ ପରେ ହିଂସା ବ୍ୟାପିଥିଲା । ଉକ୍ତ ହିଂସାରେ ୧୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ମଣିପୁରର ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମୈତେଇ । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଘାଟିରେ ରୁହନ୍ତି । ଯେତେବେଳେ କି ଆଦିବାସୀ (ନାଗା ଓ କୁକି)ଙ୍କ ଜନସଂଖ୍ୟା ୪୦ ପ୍ରତିଶତ ହୋଇଥିବା ବେଳେ ସେମାନେ ମୁଖ୍ୟତଃ ପାହାଡ଼ିଆ ଅଞ୍ଚଳରେ ରହିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.