ପ୍ରମୂଖ ଖବର
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଶ୍ରୀଲଙ୍କା, ପାକିସ୍ତାନ ରାସ୍ତାରେ ଦେଶର ବହୁ ରାଜ୍ୟ, ଆନ୍ଧ୍ର ଓ ତେଲେଙ୍ଗାନା ଉପରେ ୨.୧ ଲକ୍ଷ କୋଟି କରଜ

ନୂଆଦିଲ୍ଲୀ,୫/୦୯: ଏ ବର୍ଷ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କ୍ଷମତା ଯୁଦ୍ଧରେ ଜିତିବା ପାଇଁ ରାଜ୍ୟଗୁଡ଼ିକ ବହୁ ଆଗରୁ ପ୍ରସ୍ତୁତି ଚଳାଇ ଆସୁଛନ୍ତି  । ଅନେକ ରାଜ୍ୟରେ ଆଜିକାଲି ମାଗଣା ରାବିଡି ବଣ୍ଟା ଚାଲିଛି । ସବ୍‌ସିଡି ଏବଂ ଅନ୍ୟାନ୍ୟ ଫ୍ରିବିଜ୍‌ ବାଣ୍ଟି ବାଣ୍ଟି କିଛି ରାଜ୍ୟଙ୍କ ଅବସ୍ଥା ସାଂଘାତିକ ହୋଇଗଲାଣି । ଋଣ ସ୍ତର ସୀମା ପାର୍‌ କରିଗଲାଣି । ସେଣ୍ଟର ଫର୍‌ ସୋସିଆଲ ଆଣ୍ଡ୍‌ ଇକୋନୋମିକ୍‌ ପ୍ରୋଗ୍ରେସ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଋଣ ସ୍ତର ୨୦୨୦-୨୧ରେ ୨.୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯାଇଛି । ଏହା କେନ୍ଦ୍ର ସରକାରଙ୍କ ଅତିରିକ୍ତ ବଜେଟ୍‌ ବ୍ୟୟର ପ୍ରାୟ ଅଧା । 

ରିପୋର୍ଟ ଅନୁସାରେ, କେତେକ ରାଜ୍ୟ ସରକାରୀ କମ୍ପାନିଗୁଡିକଠାରୁ ଋଣ ନେଉଛନ୍ତି । କିନ୍ତୁ ଏହାକୁ ନିଜର ଋଣ ତାଲିକାରେ ଦର୍ଶାଉନାହାନ୍ତି । କେତେକ ରାଜ୍ୟଗୁଡ଼ିକର ଋଣ ‘ଫିସ୍କାଲ ରେସ୍‌ପନ୍ସିବିଲିଟି ଆଇନ’ ଅଧୀନରେ ନିର୍ଦ୍ଧାରିତ ସୀମା ଟପିଗଲାଣି । ଉଦାହରଣସ୍ୱରୂପ, ଆନ୍ଧ୍ରପ୍ରଦେଶର ମୋଟ ଋଣ ଏହାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୩୫% ରହିଛି । କିନ୍ତୁ ଏଥିରେ ଅଫ୍‌ ବଜେଟ୍‌ ବରୋଇଙ୍ଗ୍‌ ଅନ୍ତର୍ଭୁକ୍ତ ନାହିଁ । ଯଦି ଏହାକୁ ମିଶାଇ ଦିଆଯାଏ ତେବେ ୨୦୨୦-୨୧ରେ ରାଜ୍ୟର ମୋଟ ଋଣ ଏହାର ଜିଏସ୍‌ଡିପିର ୪୪%ରେ ପହଞ୍ଚିଯିବ । 

ତେଲେଙ୍ଗାନା କ୍ଷେତ୍ରରେ ଏହି ଅନ୍ତର ପ୍ରାୟ ୧୦% । ଅର୍ଥାତ୍‌ ରାଜ୍ୟର ଅଫ୍‌ ବଜେଟ୍‌ ବରୋଇଙ୍ଗ୍‌କୁ ଯଦି ମିଶାଇ ଦିଆଯାଏ ତେବେ ରାଜ୍ୟର ମୋଟ ଋଣ ଏହାର ଜିଏସ୍‌ଡିପିର ୩୮.୧% ହେବ । କେରଳରେ ଏହି ଅନ୍ତର ୩% ଏବଂ କର୍ଣ୍ଣାଟକରେ ୧% ରହିଛି । ରିପୋର୍ଟ ଅନୁସାରେ, ୨୦୧୯-୨୦ରୁ ଏଥିରେ ବୃଦ୍ଧି ହୋଇଛି ।

ରିପୋର୍ଟ ଅନୁସାରେ, ୧୧ ରାଜ୍ୟର ମୋଟ ଅଫ୍‌ ବଜେଟ୍‌ ବରୋଇଙ୍ଗ୍‌ ୨.୫ ଲକ୍ଷ କୋଟି  ଟଙ୍କାରୁ ଅଧିକ ରହିଛି । ଗୁଜରାଟ, ମଧ୍ୟ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଡାଟା ଉପଲବ୍ଧ ନାହିଁ । ମୋଟ ଅଫ୍‌ ବଜେଟ୍‌ ବରୋଇଙ୍ଗ୍‌ରେ ୫ଟି ଦକ୍ଷିଣ ରାଜ୍ୟର ଅଂଶ ୯୩% ରହିଛି । ତେଲେଙ୍ଗାନାର ଅନୁପାତ ଜିଏସ୍‌ଡିପିର ୧୦% ରହିଛି ।

ରିପୋର୍ଟ ଅନୁସାରେ, କେନ୍ଦ୍ରର ଅତିରିକ୍ତ ବଜେଟ୍‌ ରିସୋର୍ସ ବ୍ୟୟରେ ହ୍ରାସ ଘଟିଛି । ୨୦୧୯ରେ ଏହା ୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଥିଲା  । ଅସମ୍ପୂର୍ଣ୍ଣ ତଥ୍ୟ ଯୋଗୁ ଏଥିରେ ହ୍ରାସ ଦେଖାଦେଇଥିବା ଅନୁମାନ କରାଯାଉଛି । ଅର୍ଥ ମନ୍ତ୍ରାଳୟର କହିବାନୁସାରେ, ଭାରତୀୟ ଖାଦ୍ୟ ନିଗମର ବକେୟା ଏବେ ବଜେଟ୍‌ ମାଧ୍ୟମରେ ଭରଣା କରାଯାଉଛି । ସେହିଭଳି ଏନ୍‌ଏଚ୍‌ଏଆଇ କାର୍ଯ୍ୟକ୍ରମର ଫଣ୍ଡିଂ ସିଧା କେନ୍ଦ୍ର ସରକାର କରୁଛନ୍ତି । କିନ୍ତୁ କେନ୍ଦ୍ରର ବଜେଟ୍‌ରେ ଏହାକୁ ଦର୍ଶାଯାଉନାହିଁ । 

ଅନ୍ୟପକ୍ଷରେ, ରାଜ୍ୟଗୁଡ଼ିକ କାହା ପାଇଁ ଏତେ ମାତ୍ରାରେ ଋଣ ନେଉଛନ୍ତି ତାହା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ଅନେକ କାରଣ ରହିଛି । ଉଦାହରଣସ୍ୱରୂପ, ଆନ୍ଧ୍ର ପ୍ରଦେଶରେ ଅଫ୍‌ ବଜେଟ୍‌ ବରୋଇଙ୍ଗ୍‌ର ୩୫%କୁ ଷ୍ଟେଟ୍‌ ସିଭିଲ ସପ୍ଲାଏଜ୍‌ କର୍ପୋରେଶନ ଖର୍ଚ୍ଚ କରିଛି, ଯିଏକି ଖାଦ୍ୟ ପାନୀୟ ସାମଗ୍ରୀ ସହ ଜଡ଼ିତ ଭ୍ୟାଲ୍ୟୁ ଚେନ୍‌କୁ ପରିଚାଳନା କରିଥାଏ । ଏହିଭଳି ଭାବେ ତାମିଲନାଡୁରେ ଋଣର ୯୬% ଭାଗ ଷ୍ଟେଟ୍‌ ପାୱାର୍‌ ଟ୍ରାନ୍ସମିଶନ ଏବଂ ଜେନେରେଶନ କମ୍ପାନିର ଆବଶ୍ୟକତା ଉପରେ ଖର୍ଚ୍ଚ କରାଯାଇଛି । ପଞ୍ଜାବରେ ମଧ୍ୟ ସମାନ ଟ୍ରେଣ୍ଡ । ତେଲେଙ୍ଗାନାରେ ଅଫ୍‌ ବଜେଟ୍‌ ବରୋଇଙ୍ଗ୍‌ର ୩୭% କଲେଶ୍ୱରମ୍‌ ଇରିଗେଶନ ପ୍ରୋଜେକ୍ଟ କର୍ପୋରେଶନରେ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.