ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାନାଡାରେ ଭାରତୀୟ ଚଳଚ୍ଚିତ୍ରକୁ ବିରୋଧ ! ହଲ୍‌ରେ ପଶି ବିଷାକ୍ତ ଗ୍ୟାସ୍‌ ସ୍ପ୍ରେ କଲେ ଦୁର୍ବୁତ୍ତ

Image Courtesy: indiatoday

ନୂଆଦିଲ୍ଲୀ: କାନାଡାରେ କେତେକ ସିନେମା ହଲ୍‌ରେ ଅଭାବନୀୟ ଘଟଣା ଘଟିଛି । ଭାରତୀୟ ସିନେମା ପ୍ରଦର୍ଶିତ ହେଉଥିବା ବେଳେ ଗ୍ରେଟର ଟରଣ୍ଟୋ କ୍ଷେତ୍ରରେ ଥିବା ୩ଟି ସିନେମା ହଲରେ କିଛି ଦୁର୍ବୁତ୍ତ ମୁହଁରେ ମାସ୍କ ଲଗାଇ ଅଜଣା ଗ୍ୟାସ ସ୍ପ୍ରେ କରିଥିବା ଜଣାପଡ଼ିଛି । ଏନେଇ ଖବର ପାଇବା ପରେ ସିନେମା ହଲରେ ପୋଲିସ ପହଞ୍ଚି ଦର୍ଶକଙ୍କୁ ବାହାର କରିବା ସହ ଅସୁସ୍ଥଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନିଆଯାଇଥିଲା । 

 ସେଥିମଧ୍ୟରୁ ଏକ ଘଟଣା ମଙ୍ଗଳବାର ରାତି ପ୍ରାୟ ୯ଟା ୨୦ରେ ବୋଘାନ ଅଞ୍ଚଳରେ ଥବା ସିନେ କଂପ୍ଲେକ୍ସରେ ଘଟିଥିଲା । ଦୁଇ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ହଲରେ ପଶିଥିଲେ । ପରେ ସେମାନେ ଆର୍ସେନଲ ମିଶ୍ରିତ ବିଷାକ୍ତ ଗ୍ୟାସ ସ୍ପ୍ରେ କରିଥିଲେ । ଏହା ପରେ ହିନ୍ଦୀ ସିନେମା ଦେଖୁଥିବା ଦର୍ଶକମାନେ କାଶିଥିଲେ । ତେବେ ପୋଲିସ ଅନୁସାରେ,ସେତେବେଳେ ହଲରେ ୨୦୦ରୁ ଅଧିକ ଦର୍ଶକ ଥିବା ବେଳେ ସେମାନେ କୌଣସି ଏକ ହିନ୍ଦୀ ସିନେମା ଦେଖୁଥିଲେ । ବିଷାକ୍ତ ଗ୍ୟାସ ଦ୍ବାରା ପ୍ରଭାବିତ ହୋଇଥିବା କେତେକ ଦର୍ଶକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ପୁରା ସିନେମା ହଲକୁ ଖାଲି କରିଥିଲା ପୋଲିସ । 

ସେପଟେ ୩ଟି ସିନେମା ହଲରେ ୩ ଘଣ୍ଟାରୁ କମ ସମୟରେ ଏହି ଘଟଣା ଘଟିଥିଲା । ତେଣୁ ଏହି ୩ଟି ପୃଥକ ଘଟଣାର ପରସ୍ପର ସହ ସଂପର୍କ ଥିବା ନେଇ ୟର୍କ ପୋଲିସ ଅନୁମାନ କରୁଛି । ପିଲ୍‌ ପୋଲିସ ଅନୁସାରେ, ମଙ୍ଗଳବାର ରାତିରେ ଏକ ସିନେମା ହଲରେ ଦୁର୍ବୃତ୍ତ ଗ୍ୟାସ ସ୍ପ୍ରେ କରିଥିବା ନେଇ ଖବର ମଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିନେମା ହଲକୁ ଖାଲି କରିଥିଲା । ହେଲେ କୌଣସି ଦର୍ଶକ ଗୁରୁତର ହୋଇନାହାନ୍ତି । ୟର୍କ ଏବଂ ଟରଣ୍ଟୋ ଅଞ୍ଚଳରେ ଘଟିଥିବା ଏଭଳି ଘଟଣା ସଂପର୍କେର ପୋଲିସ ତଦନ୍ତ ଜାରି ରଖିଛି । ସେହିଭଳି ସ୍କାରବୋରୋ ଟାଉନ ସେଣ୍ଟରରେ ଦୁର୍ବୁତ୍ତ ଗନ୍ଧଯୁକ୍ତ ବୋମା ପକାଇଥିବା ନେଇ ଟରଣ୍ଟୋ ପୋଲିସ ପକ୍ଷରୁ କୁହାଯାଇଛି ।

 

  • india
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.