ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମା’ସମଲେଶ୍ବରୀ ସାରା ଓଡ଼ିଶାର ଆରାଧ୍ୟ ଦେବୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୬/୧ : ଶନିବାର ସମଲେଇ ପ୍ରକଳ୍ପର ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ ।ଏହା ପୂର୍ବରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଲୋକର୍ପଣକୁ ନେଇ ବାର୍ତ୍ତା ରଖିଛନ୍ତି । ସେ କହିଛନ୍ତି କି , ‘ମାଁ ସମଲେଇ ହେଉଛନ୍ ଆମର୍ ସମକର୍ ଇଷ୍ଟଦେବୀ। ସବୁ ଲୁକର୍ ଆସ୍ଥା ଆର୍ ବିଶ୍ବାସ୍ ର କେନ୍ଦ୍ରବିନ୍ଦୁ। ସେ ଜଗତ୍ ଜନନୀ ମାଁର୍ କୃପା ଆର୍ ସବୁ ଲୋକମାନକର୍ ଭାବ୍-ବିଶ୍ବାସ୍ କେ ସମ୍ମାନ୍ ଜନେଇକରି ମାଁ ସମଲେଇ ପୀଠ୍ ନୂଆଁ ରୂପ୍ ପାଇଛେ। ଯେନ୍ ଲୋକମାନେ ଇ ସମଲେଇ ପ୍ରକଳ୍ପର୍ ଲାଗି ନିଜର୍ ଜମିକେ ତ୍ୟାଗ୍ କରିଦେଇଛନ୍ ସେମାନେ ସବୁବେଲେ ସୋର୍…’

ସୂଚନାଯୋଗ୍ୟ ଯେ, ଶନିବାର ସାଢ଼େ ୧୨ଟାରେ ମା’ ସମଲେଇଙ୍କ ପୀଠରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ୧୨ଟା ୫୦ଶୁଭଲଗ୍ନରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୩୧ ତାରିଖରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେବ । ତେବେ ୪୦ ଏକର ଜମିରେ ପ୍ରାୟ ୨ଶହ କୋଟି ଟଙ୍କା ଖର୍ଚ୍ଚରେ ମା’ ସମଲେଇ ପୀଠର ବିକାଶ କରାଯାଇଛି । ଭକ୍ତଙ୍କ ସୁବିଧା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ଭୋଗମଣ୍ଡପ, ପୁରୋହିତଙ୍କ ବିଶ୍ରାମଗୃହ, ମନ୍ଦିରର ୪ପାର୍ଶ୍ବରେ ଐତିହ୍ୟ ଦ୍ବାର । ଶ୍ରଦ୍ଧାଳୁମାନେ ପୀଠର ମୁଖ୍ୟ ଦ୍ବାର ଦେଇ ପ୍ରବେଶ କରିବେ ଓ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ ।

ମନ୍ଦିର ପରିକ୍ରମା ପାଇଁ ୧ କିଲୋମିଟରର ପରିକ୍ରମା ପଥ ନିର୍ମାଣ ହୋଇଛି । ଯାତ୍ରୀଙ୍କ ସୁବିଧା ପାଇଁ ଯାତ୍ରୀ ନିବାସ, ଶୌଚାଳୟ ଆଦି ନିର୍ମାଣ ହୋଇଛି । ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଦୀପଗୃହରେ ଏକାସାଙ୍ଗରେ ୬ହଜାର ଦୀପ ଜଳିବାର ବ୍ୟବସ୍ଥା କରାଯାଇଛି । ଏଥିସହ ପାର୍କିଂ ବ୍ୟବସ୍ଥା, ମହାନଦୀ ଆଳତୀ ପାଇଁ ବ୍ୟବସ୍ଥା ରହିଛି । ମା’ ସମଲେଇଙ୍କ ଭବ୍ୟ ରୂପାନ୍ତରଣରେ ଭକ୍ତଙ୍କ ଦିବ୍ୟ ଅନୁଭୂତି ପାଇଁ ବିଶେଷ ଧ୍ୟାନ ଦିଆଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.