ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତି: କେନ୍ଦ୍ର ଗେଟ୍‌ ଭିତରକୁ ମୋବାଇଲ୍‌ ମନା, କପି ରୋକିବାକୁ ୪୧ ସ୍ପେସାଲ୍‌ ସ୍କ୍ୱାଡ୍‌, ୭୩ ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌

କଟକ,୧୧/୦୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ବା ମାଟ୍ରିକ୍‌ ପରୀକ୍ଷା ଆସନ୍ତା ୨୦  ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ  ପର୍ଯ୍ୟନ୍ତ ଚାଲିବ । ତେବେ ଏଥର ପରୀକ୍ଷା ବେଳେ ପରୀକ୍ଷାକେନ୍ଦ୍ର ଗେଟ୍‌ ଭିତରକୁ ମୋବାଇଲ୍‌କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ପରୀକ୍ଷା ନିରୀକ୍ଷକଙ୍କଠାରୁ ଆରମ୍ଭ କରି ପର୍ଯ୍ୟବେକ୍ଷକ କିମ୍ବା କୌଣସି କର୍ମଚାରୀ କ୍ୟାମ୍ପସ୍‌ ଭିତରକୁ ମୋବାଇଲ୍‌ ନେଇ ଯାଇପାରିବେ ନାହିଁ ବୋଲି ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ବୋର୍ଡ  କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷା କେନ୍ଦ୍ର ପରିସରରେ କେବଳ ସୁପରିଟେଣ୍ଡେଣ୍ଟ୍‌ଙ୍କୁ ମୋବାଇଲ୍‌ ଅନୁମତି ଥିଲେ ହେଁ ସେ  କୌଣସି ହଲ୍‌ ଭିତରକୁ ମୋବାଇଲ୍‌ ସାଙ୍ଗରେ ନେଇ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ  ରହିଛି । ଏନେଇ ବୋର୍ଡ ପକ୍ଷରୁ ୩୦ ଜିଲ୍ଲାର ଶିକ୍ଷାଧିକାରୀ(ଡିଇଓ)ଙ୍କୁ ନେଇ ପ୍ରସ୍ତୁତି ବୈଠକ କରାଯାଇ ପରୀକ୍ଷା ପରିଚାଳନା ସଂପର୍କିତ ସ୍କ୍ୱାଡ୍‌  ଗଠନ, କେନ୍ଦ୍ର ଏବଂ ନୋଡାଲ୍‌ ସେଣ୍ଟର୍‌ର  ସୁରକ୍ଷା ଆଦି ପ୍ରସଙ୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି ନିଆଯାଇଛି ।   

କପି ନିୟନ୍ତ୍ରଣ ପାଇଁ ବୋର୍ଡ ପକ୍ଷରୁ  ୪୧ଟି ସ୍କ୍ୱାଡ୍‌ ଗଠନ କରାଯାଇଥିବା ବେଳେ  ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ପକ୍ଷରୁ ୭୩ଟି ସ୍କ୍ୱାଡ୍‌  ଗଠନ କରାଯାଇଛି । ସେହିପରି ମାଧ୍ୟମିକ  ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳଙ୍କ  ସ୍ତରରେ ପୃଥକ୍‌ ସ୍କ୍ୱାଡ୍‌ ଗଠନ କରାଯିବାର  ବ୍ୟବସ୍ଥା ରହିଛି। ଜିଲ୍ଲା ସ୍ତରରେ ଗଠିତ ସ୍କ୍ୱାଡ୍‌  ପାଇଁ ପ୍ରସ୍ତୁତି ଶେଷ କରି ଡିଇଓମାନେ ୧୪  ତାରିଖ ସୁଦ୍ଧା ବୋର୍ଡକୁ ରିପୋର୍ଟ ଦେବେ ବୋଲି  ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବୋର୍ଡ ପକ୍ଷରୁ  ଗଠିତ ସ୍କ୍ୱାଡ୍‌ ୧୬ ତାରିଖ ସୁଦ୍ଧା ପ୍ରସ୍ତୁତି ଶେଷ  କରିବ । 

ସୂଚନାଯୋଗ୍ୟ, ରାଜ୍ୟରେ ୫ ଲକ୍ଷ  ୫୧ ହଜାର ୬୧୧ ଜଣ ମାଟ୍ରିକ୍‌ ପରୀକ୍ଷାର୍ଥୀ,  ୭୮୩୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ  ୩୦୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀଙ୍କ ଲାଗି  ଏବର୍ଷ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର  ରହିଛି । ପରୀକ୍ଷା କେନ୍ଦ୍ର ମଧ୍ୟରୁ ୪ ଶହ କେନ୍ଦ୍ର  ସମ୍ବେଦନଶୀଳ ଏବଂ ୧୦୦ଟି ପରୀକ୍ଷା କେନ୍ଦ୍ର  ଅତି ସମ୍ବେଦନଶୀଳ ବୋଲି ଚିହ୍ନଟ ହୋଇଛି । ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ  ପରୀକ୍ଷା କେନ୍ଦ୍ରରେ ସିଧାପ୍ରସାରଣ ଲାଇଭ୍‌  ଭିଡିଓ ସହ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌କୁ  ବ୍ୟବହାର କରାଯିବା ଲାଗି ପ୍ରସ୍ତୁତି ଚାଲିଛି । ଅନ୍ୟ ସେଣ୍ଟର୍‌ ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ  ତରାଇ କହିଛନ୍ତି । 

ସକାଳ ୯ ଟା ରୁ ୧୧ଟା  ୩୦ ପର୍ଯ୍ୟନ୍ତ ପରୀକ୍ଷା ସମୟ ନିର୍ଘଣ୍ଟ ରହିଛି । ତେବେ ସକାଳ ୯ ଟା ବେଳେ ପରୀକ୍ଷା ଆରମ୍ଭ  ହେବାକୁ ଥିବା ବେଳେ ସକାଳ ୭.୩୦ରେ ପରୀକ୍ଷାକେନ୍ଦ୍ରକୁ ପରୀକ୍ଷାର୍ଥୀମାନଙ୍କୁ ଛଡାଯିବ। ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର  ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ୮.୧୫ ମିନିଟ ପରେ ପରୀକ୍ଷାର୍ଥୀମାନଙ୍କୁ ଭିତରକୁ ଆଉ ଅନୁମତି ଦିଆଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ କଟକଣା ଜାରି  କରାଯାଇଛି । ଚଳିତ ବର୍ଷ ନିର୍ବାଚନ ଥିବାରୁ  ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୬ ତାରିଖରୁ  ଆରମ୍ଭ କରି ୩୦ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ସମୟ ସୀମା ଧାର୍ଯ୍ୟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.