ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଲିଯାତ୍ରା ଆଉ ଦୁଇଦିନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ମେୟରଙ୍କ ଅନୁରୋଧ

କଟକ,୦୪/୧୨:ବାଲିଯାତ୍ରା ଆଉ ଦୁଇଦିନ ବୃଦ୍ଧି  କରିବାକୁ କଟକ ମେୟର ସୁବାସ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି । ଯେଉଁଥିରେ ସେ  ଉଲ୍ଲେଖ କରିଛନ୍ତି, ବାଲିଯାତ୍ରା ସୂଚାରୁ ଢଙ୍ଗରେ ପରିଚାଳିତ ହେଉଛି । ବ୍ୟବସାୟୀଙ୍କ ବ୍ୟବସାୟ ଲାଗି ଭରପୂର ସୁଯୋଗ ମିଳୁଛି । ତେଣୁ ବାଲିଯାତ୍ରାକୁ ଅନ୍ତତଃପକ୍ଷେ ଦୁଇଦିନ ବୃଦ୍ଧି କରାଯାଇ ୬ ତାରିଖ ବୁଧବାର ଯାଏ ମେଳା ଆୟୋଜନ କରିବାକୁ ଅନୁମତି ଦିଆଯାଉ ବୋଲି ମେୟର ଶ୍ରୀ ସିଂହ ଅନୁରୋଧ କରିଛନ୍ତି ।

ରବିବାର ସହରର ସବୁ ରାସ୍ତାରେ  ଚକ, ଅଖ ଜାମ୍‌  ‌। ମେଳା ପଡ଼ିଆ ଜନସମୁଦ୍ର ।  ଭିଡ଼ ଭିତରେ ଯେତିକି ମେଳା ବୁଲିଲେ, ସେହି ତୁଳନାରେ ଅନେକ ଅଧାରାସ୍ତାରୁ ନିରାଶ ହେଇ ଫେରିଗଲେ । ସମ୍ପୂର୍ଣ୍ଣ କଟକ ସହରଟା ଟ୍ରାଫିକ୍‌ ଭିତରେ ଛନ୍ଦି ହୋଇପଡ଼ିଥିଲା । ମେଳା ପଡିଆକୁ  ସଂଯୋଗ କରୁଥିବା ବିଭିନ୍ନ ରାସ୍ତାର ପ୍ରାୟ ୫  କିଲୋମିଟର ପରିଧି ଭିତରେ ରହିଥିବା ଲୋକେ  ଭିଡ଼ରେ ଫସିଗଲେ । ସ୍ଥିତି ଏମିତି ହେଲା ଯେ  ପୁଲିସ ଓ ପ୍ରଶାସନ ଉଭୟେ ହାତ ଟେକିଦେଲେ ।  ଅସମ୍ଭାଳ ଭିଡ଼ରେ ଆଜି ବାଲିଯାତ୍ରା ପଡ଼ିଆରେ  ସୋରିଷ ପକାଇବାକୁ ଜାଗା ନ ଥିଲା । 

ବାଲିଯାତ୍ରା ପାଇଁ କରାଯାଇଥିବା ୧୫ ପାର୍କିଂ  ଷ୍ଟାଣ୍ଡ୍‌ ଦିନ ୩ଟାରୁ ବୋଝେଇ ହୋଇସାରିଥିଲା ।  ସବୁ ରୋ’ ଭିତରେ ଧାଡ଼ି ବାନ୍ଧିବା ଭଳି ଲୋକେ  ଛିଡ଼ା ହୋଇ ରହିଥିଲେ । ବେଳେବେଳେ ଭିଡ଼  ଅଟକିଯାଉଥିଲା ଯେ ଆଗକୁ ବଢୁନଥିଲା ।  ଅନେକ ବି ଅଣନିଶ୍ୱାସୀ ହୋଇପଡ଼ୁଥିଲେ ।  ଅନ୍ୟପକ୍ଷରେ ଭିଡ଼ର ସୁଯୋଗ ନେଇ ବ୍ୟବସାୟୀ  ଆଜି ହାତଖୋଲା ବେପାର କରିଛନ୍ତି । ଆଜି  ଦିନ ଭିତରେ ପ୍ରାୟ ୧୨ଲକ୍ଷରୁ ଅଧିକ ଲୋକ  ବାଲିଯାତ୍ରା ଆସିଥିବା ବେଳେ ପ୍ରାୟ ୩୦  କୋଟି ଟଙ୍କାରୁ ଅଧିକ କାରବାର ହୋଇଥିବା  ଅନୁମାନ କରାଯାଉଛି। କେବଳ ଓରମାସ୍‌ରେ  ୧୦ କୋଟିରୁ ଅଧିକ ବ୍ୟବସାୟ ହୋଇଥିବା  ଆକଳନ କରାଯାଇଛି । 

ବାଲିଯାତ୍ରାର ଆଠ ଦିନ ଭିତରେ କାଲିଥିଲା ରବିବାର । ତେଣୁ ଆଶା ଠାରୁ ଦୁଇ ଗୁଣା  ଭିଡ଼ ଥିଲା । କିନ୍ତୁ ପ୍ରଶାସନ ଓ ପୁଲିସ ପକ୍ଷରୁ ଯେଭଳି ପଦକ୍ଷେପ ନିଆଯିବା କଥା ତାହା  ନିଆଯାଇନଥିଲା । ଫୁଲାଫାଙ୍କିଆ ପ୍ରସ୍ତୁତି  ଯୋଗୁଁ ସହରଟା ଟ୍ରାଫିକ୍‌ ଭିତରେ ସମ୍ପୂର୍ଣ୍ଣ ଛନ୍ଦି ହୋଇପଡ଼ିଥିଲା । ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସ  ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଇଥିଲା ।  ଯେମିତିକି ବାଲିଯାତ୍ରା ପଡିଆରୁ ରିଂ ରୋଡ୍‌ ବେଲ୍‌ଭ୍ୟୁ  ଛକ ଯାଏ ଗାଡ଼ିମୋଟର ଧାଡ଼ି ବାନ୍ଧିଥିଲା । ଯାହାଫଳରେ ସନ୍ଧ୍ୟା ପରଠାରୁ ବେଲ୍‌ଭ୍ୟୁ  ଠାରୁ ଜୁଡିସିଆଲ୍‌ ଏକାଡେମୀ ଦେଇ ଗାଡ଼ିମୋଟର  କିଛି ସମୟ ଛଡ଼ାଯାଇନଥିଲା । ସେହିପରି ଯୋବ୍ରା  ଆନିକଟ୍‌ ଉପରେ ଗାଡ଼ିମୋଟର ଧାଡ଼ି କରି ଛିଡ଼ା  ହୋଇଥିଲା । ସେପଟେ ମଧୁସୂଦନ ସେତୁ ଉପର  ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା । 

ଦୁଇ ପାଶ୍ୱର୍ରୁ  ଗାଡ଼ିମୋଟର ଯା’ଆସ କରୁଥିବାରୁ ଲୋକେ  ସମସ୍ୟାରେ ପଡ଼ିଥିଲେ । କଲେଜଛକ, ମଙ୍ଗଳାବାଗ୍‌,  ବକ୍ସିବଜାର, ଚୌଧୁରୀ ବଜାର, ଚାନ୍ଦିନୀଚୌକ,  ବିଡ଼ାନାସୀ, ସିଡିଏ ଠାରୁ ଆରମ୍ଭ କରି ନରାଜ ଯାଏ  ସହର ଭିତରେ ଭିଡ଼ ରହିଥିବାରୁ ଚକ ଅଖ ଜାମ୍‌ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ଅପରାହ୍ନ ୫ଟା  ରୁ ରାତି ପ୍ରାୟ ୧୧ଟା ଯାଏ ସାରା କଟକ ସହରଟା  ଟ୍ରାଫିକ୍‌ ଘେରାବନ୍ଦୀ ହୋଇ ରହିଯାଇଥିଲା । ସାଂସ୍କୃତିକ  କାର୍ଯ୍ୟକ୍ରମରେ ମଧ୍ୟ ବଲିଉଡ୍‌ ନାଇଟ୍‌ ରହିଥିବାରୁ  ଲୋକଙ୍କ ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ିଥିଲା ।  ବୈଷ୍ଣବ ପାଣି ମଞ୍ଚରେ ବଲିଉଡ୍‌ ଷ୍ଟାର୍‌ ସଂଗୀତ  ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ଉପସ୍ଥିତି ଦର୍ଶକଙ୍କୁ  ମନୋରଞ୍ଜନର ଖୋରାକ୍‌ ଯୋଗାଇଥିଲା ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.