ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗରମରେ ବଢିଥାଏ ମାଇଗ୍ରେନ୍‌ ଆଟାକ୍‌, ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ଉପାୟ

ଭୁବନେଶ୍ୱର ୨୩/୦୨: ଶୀତ ସରୁ ସରୁ ଆରମ୍ଭ ହେଲାଣି ଗରମର ଯନ୍ତ୍ରଣା । ଏହା କ୍ରମଶଃ ବଢିବ ନିଶ୍ଚୟ । ଗରମ ବଢିବା ଦ୍ୱାରା ପ୍ରାୟ ଲୋକଙ୍କଠାରେ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇଥାଏ । ବିଶେଷକରି ଶରୀରରେ ଜଳୀୟ ଅଶଂର ଅଭାବ ଯୋଗୁ ଏହି ମୁଣ୍ଡବିନ୍ଧା ହୁଏ । ଏହା ମଧ୍ୟ ମାଇଗ୍ରେନ୍‌ ଆଟାକ୍‌ର କାରଣ ସାଜିଥାଏ । ମାଇଗ୍ରେନ୍‌ ଏକ ସାଧାରଣ ନ୍ୟୁରୋଲୋଜିଜନିତ ସମସ୍ୟା । ଏହି ସମୟରେ ମାତ୍ରାଧିକ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ । ଏହି ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଦେଖିବାକୁ ମିଳିଥାଏ । ମାଇଗ୍ରେନ୍‌ ହେବା ସମୟରେ ମୁଣ୍ଡବିନ୍ଧା ପ୍ରାୟ ୪ ଘଣ୍ଟାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ଏହାବ୍ୟତୀତ ରୋଗୀକୁ ବାନ୍ତି ମଧ୍ୟ ହୋଇପାରେ । ସେହିପରି ଅଧିକ ଶବ୍ଦ ଓ ଆଲୋକ ରୋଗୀକୁ ବିଚଳିତ କରିଥାଏ । 

ସର୍ଭେ ରିପୋର୍ଟ ଅନୁସାରେ, ମାଇଗ୍ରେନ୍‌ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ ସ୍ୱାସ୍ଥ୍ୟ ସମସ୍ୟା । ମାଇଗ୍ରେନ୍‌ ସମସ୍ୟାକୁ ବଢାଇଥାଏ ନିଦର ଅଭାବ, ଖାଇବାରେ ଅବହେଳା, ଅଧିକ ୱାର୍କଆଉଟ୍‌, ଅଧିକ ଭାବନାତ୍ମକ ଚିନ୍ତା, ଅଧିକ ଆଲୋକ, ଅଧିକ ଶବ୍ଦ, ହର୍‌ମୋନ୍‌ ପରିବର୍ତ୍ତନ, ଋତୁସ୍ରାବ ଓ ଶରୀରରେ ଜଳାଭାବ ଆଦି ଅନ୍ୟତମ । ସେହିପରି କିଛି ଖାଦ୍ୟର ବାସ୍ନା ମଧ୍ୟ ମାଇଗ୍ରେନ୍‌କୁ ବଢାଇଥାଏ ଯେପରିକି କ୍ୟାଫିନ୍‌, ଚକୋଲେଟ୍‌, ଚିଜ୍‌, ଆଚାର ଓ ପ୍ରୋସେସ୍‌ଡ ମାଂସ । ଏହାବ୍ୟତୀତ ଋତୁ ପରିବର୍ତ୍ତନ, ଅଧିକ ଖରା ସାଙ୍ଗକୁ ଗରମରେ ମଧ୍ୟ ମାଇଗ୍ରେନ୍‌ ଆଟାକ୍‌ ଆସିପାରେ । ଆସନ୍ତୁ ଜାଣିବା ଗରମରେ ମାଇଗ୍ରେନ୍‌ରୁ ରକ୍ଷା ପାଇବାର ଉପାୟ...

-ଘରୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି ବୋତଲ ନିଶ୍ଚୟ ନିଅନ୍ତୁ । ଦିନକୁ ୨ରୁ ୩ ଲିଟର ପାଣି ପିଇବା ଆବଶ୍ୟକ । 

-କଫି, ରେଡ୍‌ ୱାଇନ୍‌, ଚକୋଲେଟ୍‌ ଓ ଚିଜ୍‌ ପରିବର୍ତ୍ତେ ଆମ୍ବ, ତରଭୁଜ୍‌, କାକୁଡି ଓ ସବୁଜ ପତ୍ରଯୁକ୍ତ ପରିବା ଓ ଶାଗ ମଧ୍ୟ ସାମିଲ୍‌ କରନ୍ତୁ । 

-ସିଧାସଳଖ ଖରାରୁ ମୁଣ୍ଡକୁ ରକ୍ଷା କରିବା ପାଇଁ ହ୍ୟାଟ୍ସ ଓ ଟୋପି ବ୍ୟବହାର କରନ୍ତୁ । ଏହା ମାଇଗ୍ରେନ୍‌ ଆଟାକ୍‌ରୁ ରକ୍ଷା କରିଥାଏ । 

-ଯେତେବେଳେ ସନ୍‌ସ୍କ୍ରିନ୍‌ ଲୋଶନ୍‌ ଚୟନ କରୁଛନ୍ତି, ସେତେବେଳେ ବାସ୍ନାଯୁକ୍ତ ଉତ୍ପାଦଠାରୁ ଦୂରେଇ ରୁହନ୍ତୁ । 

-ଏସିର ତାପମାତ୍ରା ୨୫ରୁ ୨୭ ମଧ୍ୟରେ ରଖନ୍ତୁ, ଯାହା ମଣିଷର ଶରୀର ପାଇଁ ଉପଯୁକ୍ତ ତାପମାତ୍ରା । 

- ଦିନାଚର୍ଯ୍ୟାକୁ ନିୟନ୍ତ୍ରିତ ରଖନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଖାଇବା ସହ ଶୋଇବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଛୁଟିରେ ଥିଲେ ମଧ୍ୟ ଏଥିରେ ଅବହେଳା କରନ୍ତୁ ନାହିଁ । 

-ମାତ୍ରାଧିକ ଖରାଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ । ଖରାଠାରୁ ଦୂରେଇ ରହି ବ୍ୟାୟାମ କରନ୍ତୁ । 

-ଚିନ୍ତା ନ କରି ନିଜ କାମକୁ ସହଜ କରିବାକୁ ଚେଷ୍ଟା କରନ୍ତୁ । ସମୟର ମ୍ୟାନେଜ୍‌ କରିବା ଶିଖନ୍ତୁ । ଅଫିସ୍‌ରେ ଥିଲେ ସବୁ କାମର ବୋଝ ନିଜେ ନିଅନ୍ତୁ ନାହିଁ । ବରଂ କାମକୁ ଟିମ୍‌ରେ ବାଣ୍ଟି ନିଅନ୍ତୁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.