ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁସ୍ଥ ହୋଇ ଘରକୁ ଫେରିଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ନୂଆପଡ଼ା,୨୭/୧୧: ରାଜ୍ୟ  ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସୁସ୍ଥ ହୋଇ ଘରକୁ  ଫେରିଛନ୍ତି । ଶ୍ୱାସ ନେବାରେ ଅସୁବିଧା ହେବାରୁ ସେ ଗତ ୧୭ ତାରିଖରୁ  ରାୟପୁରର ଏକ ଘରୋଇ ହସ୍ପିଟାଲର  ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । 

ପ୍ରକାଶଥାଉକି, ଗତ ୧୭ ତାରିଖରେ ମନ୍ତ୍ରୀ ଢ଼ୋଲକିଆ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ରାୟପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ମନ୍ତ୍ରୀଙ୍କ ଶ୍ୱାସ ନଳୀରେ ପାଣି ଜମା ହୋଇଥିବା ଡାକ୍ତର କହିଥିଲେ। ମଧ୍ୟାହ୍ନରେ ମନ୍ତ୍ରୀଙ୍କ ଶ୍ୱାସ ନଳୀରୁ ପାଣି  କଢ଼ାଯାଇଥିଲା । ସେଠାରେ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଆଇସିୟୁରେ  ଭର୍ତ୍ତି କରିଥିଲେ । ଏହାର ଦୁଇ ଦିନ  ପରେ ମନ୍ତ୍ରୀ ଟିକେ ସୁସ୍ଥ ହେବାରୁ  ଆଇସିୟୁରୁ ବାହାର କରିଥିଲେ । ସେହିପରି ଗତ ବର୍ଷେ ହେବ ମନ୍ତ୍ରୀ ପାଦରେ ଫ୍ରାକ୍‌ଚର ହୋଇଥିଲା ।  ଗତକାଲି ସୁସ୍ଥ ହୋଇ ମନ୍ତ୍ରୀ ଶ୍ରୀ ଢୋଲକିଆ  ଖରିଆରରୋଡ଼ସ୍ଥିତ ନିଜ ବାସଭବନକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.