ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ପିଅନ ଚାକିରି କରିବେ ମନ୍ତ୍ରୀ ସତ୍ୟାନନ୍ଦଙ୍କ ପୁଅ, ଝାଡ଼ଖଣ୍ଡ ସିଭିଲ କୋର୍ଟ ପାଇଁ ହୋଇଛନ୍ତି ଚୟନ

Published By : Prameya | December 3, 2023 11:10 AM

ଝାଡ଼ଖଣ୍ଡ ୦୩/୧୨: ଝାଡ଼ଖଣ୍ଡ ସରକାରଙ୍କ ଶ୍ରମ ନିଯୁକ୍ତି ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ସତ୍ୟାନନ୍ଦ ଭୋକ୍ତା। ତାଙ୍କ ପୁଅ ମୁକେଶ କୁମାର ଭୋକ୍ତା ଏବେ ପିଅନ କାମ କରିବେ ।  ଏହି ପଦବୀ ପାଇଁ ସେ ହୋମ୍‌ ଡିଷ୍ଟ୍ରିକ୍ ଚତରା ସିଭିଲ୍‌ କୋର୍ଟରେ ମନୋନୀତ ହୋଇଛନ୍ତି। ଚତରା ସିଭିଲ କୋର୍ଟର ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କ ନିଯୁକ୍ତି ପାଇଁ ଏକ ଖାଲି ସ୍ଥାନ ଥିଲା। ଯେଉଁଥିରେ ମୋଟ ୧୯ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି। ଏଥିରେ ମନ୍ତ୍ରୀ ସତ୍ୟାନନ୍ଦଙ୍କ ପୁଅ ମୁକେଶ କୁମାରଙ୍କ ନାମ ୧୩ ନମ୍ବରରେ ରହିଛି। ତାଙ୍କୁ ଏସଟି କୋଟା ଅନୁଯାୟୀ ଚୟନ କରାଯାଇଛି।

ମନ୍ତ୍ରୀଙ୍କ ପୁଅଙ୍କ ବ୍ୟତୀତ ତାଙ୍କ ପୁତୁରା ରାମଦେବ ଭୋକ୍ତା ମଧ୍ୟ ଏହି ପଦ ପାଇଁ ଆବେଦନ କରିଥିଲେ। ତାଙ୍କ ନାମ ମଧ୍ୟ ୱେଟିଂ ଲିଷ୍ଟରେ ଅଛି । କହିବାକୁ ଗଲେ ମନ୍ତ୍ରୀ ପୁଅ ମୁକେଶଙ୍କର ଗତ ବର୍ଷ ଧୁମ୍‌ଧାମରେ ବିବାହ କରିଥିଲେ। ଏଥିରେ ସିଏମ୍ ହେମନ୍ତ ସୋରେନ୍ ମଧ୍ୟ ଆସିଥିଲେ । ବର୍ତ୍ତମାନ ମନ୍ତ୍ରୀଙ୍କ ପୁଅ ଚତୁର୍ଥ ଶ୍ରେଣୀ ପଦବୀ ଗ୍ରହଣ କରୁଥିବା ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଆଲୋଚନା ଚାଲିଛି।

ସତ୍ୟାନନ୍ଦ ଭୋକ୍ତା ହେଉଛନ୍ତି ଚତରା ବିଧାନସଭା ଆସନରୁ ଆରଜେଡି ବିଧାୟକ। ୨୦୧୯ରେ ତାଙ୍କୁ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ମିଳିତ ସରକାରରେ ଏହି ବିଭାଗର ମନ୍ତ୍ରୀ କରାଯାଇଥିଲା। ଭୋକ୍ତା ଏପର୍ଯ୍ୟନ୍ତ ତିନିଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ଏବଂ ତୃତୀୟ ଥର ପାଇଁ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ଆରଜେଡି ପୂର୍ବରୁ ସେ ବିଜେପି ଏବଂ ଝାଡଖଣ୍ଡ ବିକାଶ ମୋର୍ଚ୍ଚାରେ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.