ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହୃଦ୍‌ଘାତରେ କୁନି ଭଲିବଲ୍‌ ଖେଳାଳିଙ୍କ ମୃତ୍ୟୁ, ବାର୍ଷିକ ଉତ୍ସବ ବାତିଲ୍‌ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ

ମହାକାଳପଡ଼ା,୦୨/୦୨:  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା  ବ୍ଲକ୍‌ ଖୁରୁସିଆପାଟ ଗ୍ରାମରେ ଗୁରୁବାର ଜଣେ କୁନି ଭଲିବଲ  ଖେଳାଳିଙ୍କ ହୃଦ୍‌ଘାତରେ  ପରଲୋକ ହୋଇଛି ।  ଏନେଇ ସ୍ଥାନୀୟ ଅଞ୍ଚଳରେ  ଶୋକ ଖେଳିଯାଇଛି ।  

ଘଟଣାରୁ ପ୍ରକାଶ, ଖୁରୁସିଆପାଟ ଗ୍ରାମର ସଚ୍ଚିକାନ୍ତ ସୂତାରଙ୍କର ସାନପୁଅ ସତ୍ୟଜିତ (୧୪) କପିଳେଶ୍ୱର ଉଚ୍ଚ ବିଦ୍ୟାଳୟରେ  ନବମ ଶ୍ରେଣୀରେ  ପାଠ ପଢ଼ୁଥିଲେ । ଗୁରୁବାର ସକାଳେ ସେ ବଡ଼ଭାଇଙ୍କ ସହ ଦୌଡ଼ ଅଭ୍ୟାସ କରିବା ପାଇଁ ନୀଳାଚଳ ବଜାର ପର୍ଯ୍ୟନ୍ତ ଯାଉଥିବା ସମୟରେ ମଝି ରାସ୍ତାରେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ପାରାଦୀପ  ଅଠରବାଙ୍କି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା  ା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ସତ୍ୟଜିତ୍‌ ଭଲିବଲ ଖେଳରେ ଖୁବ୍‌ ପାରଦର୍ଶୀ ଥିଲେ ।  ମହାକାଳପଡ଼ା ଅଞ୍ଚଳରେ ସେ କୁନି ଭଲିବଲ୍‌ ତାରକା  ଭାବେ ଜଣାଶୁଣା । ଏହି ଖବର ପାଇବା ପରେ  ବିଦ୍ୟାଳୟରେ ହେବାକୁ ଥିବା ବାର୍ଷିକ କ୍ରୀଡ଼ା ଉତ୍ସବକୁ  ବାତିଲ କରି ଦିଆଯାଇଛି । ସଚ୍ଚିକାନ୍ତଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟରେ ଶୋକସଭା ପାଳନ କରାଯାଇଛି ।  ଏଥିସହିତ ବିଦ୍ୟାଳୟରେ ପାଠପଢ଼ା ମଧ୍ୟ ବନ୍ଦ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.