ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପିର ଗାଁକୁ ଚାଲ ଅଭିଯାନ ଅବସରରେ ମିଶ୍ରଣ ପର୍ବ

ତେନ୍ତୁଳିଖୁଣ୍ଟି , ୧୧।୨ : ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମା  ପଞ୍ଚାୟତ ବିରିଗୁଡା ଓ ମେରେଇ ଠାରେ ବିଜେପି ତରଫରୁ ଗାଁ କୁ ଚାଲ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା। ଘର ଘର ବୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନା ଆଧାରିତ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା।ବଣ୍ଟନ କାର୍ଯ୍ୟକ୍ରମ ପରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ଏହି ମିଶ୍ରଣ ପର୍ବ ରେ ଭାରତୀୟ ଜନତା ପାର୍ଟିର ନିତି ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନା ପ୍ରତି ଆକୃଷ୍ଟ ହୋଇ ଝରିଗୁମା ଓ ବିରିଗୁଡ଼ା  ଗ୍ରାମର ଯୁବକଙ୍କ ସହ ଶତାଧିକ ଗ୍ରାମବାସୀ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ। ସେମାନଙ୍କୁ  ଉତ୍ତରୀୟ ପ୍ରଦାନ କରି ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ଓ ଜିଲ୍ଲା ସାଧାରଣ ସମ୍ପାଦକ ଅଛୁତାନନ୍ଦ ବିଷୋୟୀ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝି ସ୍ୱାଗତ କରିଥିଲେ।ଏହି ମିଶ୍ରଣ ପର୍ବ ରେ ସାଧାରଣ ସମ୍ପାଦକ ଦେବଦାସ ମହାଙ୍କୁଡ, ଅଭିମନ୍ୟୁ ହରିଜନ,ସହ  ବିଜେପି କର୍ମୀ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ : କାରକୁ ଧକ୍କା ଦେଇ ଓଲଟିଲା ବସ , ୩୦ ଯାତ୍ରୀ ଆହତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.