ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁନ୍ଦରଗଡ଼ ଲୋକସଭାରୁ ଜୁଏଲ୍‌ ନା କୁସୁମ ? କାହାକୁ ଟିକେଟ୍ ଦେବ ଦଳ

ରାଉରକେଲା,୨୨/୦୨: ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ନିର୍ବାଚନ ପାଇଁ ଜୁଏଲ ଓରାମଙ୍କୁ ଟିକେଟ ମିଳିନପାରେ ! ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଯେପରି ସାଂସଦଙ୍କୁ ବିଧାନସଭା ଏବଂ ବିଧାୟକଙ୍କୁ ସଂସଦୀୟ କ୍ଷେତ୍ର ନିର୍ବାଚନ ପାଇଁ ଫର୍ମୁଲା ପକାଯାଇଥିଲା, ସେହି ଫର୍ମୁଲା ଓଡ଼ିଶାରେ ବି ପଡ଼ିବ ବୋଲି ବେଶ କିଛିମାସ ପୂର୍ବରୁ ପ୍ରଚାର ହୋଇଛି । ଏହି ପରିପ୍ରେକ୍ଷୀରେ ଜୁଏଲ ଓରାମ ବିଧାନସଭା ଲଢ଼ିପାରନ୍ତି ବୋଲି ସେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ମାତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବେଳେ ଜୁଏଲ ବାବୁଙ୍କୁ ପୂର୍ବଭଳି ଅଧିକ ଭୋଟରେ ଜିତାଇବାକୁ ଅନୁରୋଧ କରାଯିବା ପରେ ଜୁଏଲ୍‌ ସଂସଦୀୟ କ୍ଷେତ୍ରରୁ ହିଁ ଲଢ଼ିବା ନେଇ ସ୍ପଷ୍ଟ ଥିବା ଧରା ଯାଇଥିଲା । କିଛିଦିନ ତଳେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ଗସ୍ତ କାଳରେ କେତେକ ନେତା ଓ ବିଶେଷ କରି ଜଣେ ନେତ୍ରୀଙ୍କ ବକ୍ତବ୍ୟ ଏବଂ ଅନ୍ୟ କେତେକ ଯୁକ୍ତି ପରେ ପରେ ଜୁଏଲଙ୍କ  ଟିକଟ୍‌ ଉପରେ ପୁଣି ପ୍ରଶ୍ନଚିହ୍ନ ଲାଗିବା ଆରମ୍ଭ ହୋଇଯାଇଛି । ଏହି ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି ।  

ଜୁଏଲ ଓରାମଙ୍କୁ ବିଧାନସଭା ପାଇଁ କୁହାଯିବା ପ୍ରସଙ୍ଗ ପୁଣି ଜୋର୍‌ ଧରିଛି । ଜୁଏଲ ଶେଷଥର ପାଇଁ ଲୋକସଭା ଲଢ଼ିବାକୁ ଚାହୁଁଥିଲେ ମଧ୍ୟ ଦଳର ଏକ ଗୋଷ୍ଠୀ ଜୁଏଲଙ୍କୁ ବିଧାନସଭା ଲଢ଼ିବାକୁ କହିବା ନତୁବା ରାଜ୍ୟପାଳ ନିଯୁକ୍ତ କରି ଅନ୍ୟତ୍ର ପଠେଇବା ପାଇଁ ଚାପ ସୃଷ୍ଟି କରୁଥିବା ଖବର ମିଳିଛି । କେବଳ ସେତିକି ନୁହେଁ, ଲୋକସଭା ଆସନ ପାଇଁ କୁସୁମ ଟେଟେଙ୍କୁ କୁହାଯିବ ଏବଂ ଜୁଏଲଙ୍କୁ ବଣେଇ କିମ୍ବା ସୁନ୍ଦରଗଡ଼ ଆସନରୁ ବିଧାନସଭା ଲଢ଼ିବାକୁ କୁହାଯିବ ବୋଲି ଛକବଜାରରେ ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚା ବା ପ୍ରଚାରକୁ ଦଳ ପକ୍ଷରୁ ଏଯାଏଁ ସ୍ପଷ୍ଟ ବା ଖଣ୍ଡନ କରାଯାଇନାହିଁ । 

ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ନିର୍ବାଚନ ବେଶ କଡ଼ା ହେବାକୁ ଯାଉଛି । କାରଣ, ସୁନ୍ଦରଗଡ଼ ଜିଲ୍ଲାରେ ହକି ଫିଭର୍‌ ଲାଗିରହୁଛି ଏବଂ ବିଶ୍ୱର ସର୍ବବୃହତ୍‌ ଷ୍ଟାଡିୟମ୍‌ ରାଉରକେଲାରେ କରାଯିବା ପରେ ବିଜେଡି ସପକ୍ଷରେ ଜନମତ କିଛିଟା ବଢ଼ିଯାଇଛି । ପୁଣି ବିଜେଡିରୁ ଦିଲିପ ତିର୍କୀ ଲଢ଼ିବା ସମ୍ଭାବନା ଅଧିକ । କଂଗ୍ରେସର ତତ୍ପରତା ମଧ୍ୟ ଏହି ଜିଲ୍ଲାରେ କିଛିଟା ବଢ଼ିଯାଇଛି । ଏହି ପରିପ୍ରେକ୍ଷୀରେ ଗୋଟିଏ ନିର୍ବାଚନ ଛାଡ଼ିଦେଲେ ୧୯୯୮ରୁ ଏଯାଏଁ ସମସ୍ତ ନିର୍ବାଚନ ଜିଣିଥିବା ଜୁଏଲଙ୍କ ବିପକ୍ଷରେ କ୍ଷମତା ବିରୋଧୀ ଭୋଟ୍‌ ବଢ଼ିବା ସ୍ୱାଭାବିକ । ଏଥର ପ୍ରାର୍ଥୀ ବଦଳାଯିବା ଏବଂ ଆଦିବାସୀ ସହିତ ମହିଳା କାର୍ଡ ଖେଳାଯିବାକୁ କୁସୁମଙ୍କ ନାମ ଉଠୁଛି । 

ସେପଟେ କୁସୁମ ମଧ୍ୟ ଲୋକସଭା ଲଢ଼ିବାକୁ ଆଗ୍ରହୀ ନୁହନ୍ତି । ହେଲେ, ଦଳ ନିଷ୍ପତ୍ତି ନେଲେ, ତାଙ୍କର ବିକଳ୍ପ ରହିବା ସମ୍ଭାବନା କମ୍‌ । ଅପରପକ୍ଷେ,ଜୁଏଲଙ୍କ ବିରୋଧରେ ଉଠୁଥିବା ଅଭିଯୋଗ ନେଇ ତାଙ୍କ ପ୍ରତ୍ୟକ୍ଷ ମତାମତ ମିଳିପାରିନଥିବା ବେଳେ ତାଙ୍କର ଜଣେ ଦୃଢ଼ ଅନୁଗତ ଏହା ଭିତ୍ତିହୀନ ଅଭିଯୋଗ ବୋଲି କହିଛନ୍ତି । ସେ କହିଛନ୍ତି, ଦଳୀୟ କର୍ତ୍ତୃପକ୍ଷଙ୍କୁ ଶେଷଥର ପାଇଁ ଲୋକସଭା ଲଢ଼ିବାକୁ ଜୁଏଲ ଅନୁରୋଧ କରି ସାରିଛନ୍ତି ।

Also Read :-

ଚବିଶ ରାଜନୀତି ମଇଦାନ୍‌ରେ ଷ୍ଟାରଙ୍କ କସରତ

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.