ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦି ସରକାର ସବୁବେଳେ ନାରୀ ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୦।୧୨-   ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ   ରବିବାର ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଯୋଗ ଦେଇ କହିଛନ୍ତି ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ସବୁବେଳେ ନାରୀ ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ମହିଳାଙ୍କୁ ସାମାଜିକ ଓ ରାଜନୈତିକ ସ୍ତରରେ ଯଥୋଚିତ ସମ୍ମାନ ଦେବା ସହ ସେମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ପାଇଁ ବିଗତ ସାଢେ ୯ ବର୍ଷ ଧରି ଅନେକ କଲ୍ୟାଣକାରୀ ପଦକ୍ଷେପ ନିଆଯାଇଛି । ମହିଳା ସଶକ୍ତିକରଣ ଆଜି ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଅଣାଯାଇଛି । 

  

 ଆଜି ଓଡ଼ିଶାରେ ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କ ଜନଧନ ଆକାଉଣ୍ଟ ଖୋଲାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ରାଜ୍ୟରେ ୭୭ ଲକ୍ଷ ଶୌଚାଳୟ ନିର୍ମାଣ ହୋଇଛି । ପିଏମ ଆବାସରେ ୩୨ ଲକ୍ଷ ଘର ଦିଆଯାଇଛି ।  ଉଜ୍ଜ୍ୱଳା ଯୋଜନାରେ ୫୩ ଲକ୍ଷ ମହିଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ଦିଆଯାଇଛି । ୫୬ ଲକ୍ଷ ପରିବାରକୁ ଜଳ ଜୀବନ ମିଶନରେ  ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଯାଉଛି । ସେହିପରି ମୁଦ୍ରା ଲୋନ, ଏସଏଚଜି ସମୂହଙ୍କୁ ବ୍ୟାଙ୍କ୍ ମାଧ୍ୟମରେ କମ ସୁଧରେ ଋଣ ଉପଲବ୍ଧ କରାଯାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ୨୦୨୯ ପର୍ଯ୍ୟନ୍ତ ୩.୨୫ କୋଟି ହିତାଧିକାରୀଙ୍କୁ ପ୍ରତି ମାସକୁ ଚାଉଳ ଉପଲବ୍ଧ କରାଯାଉଛି । ବିଶ୍ୱକର୍ମା ଯୋଜନା ସହ ୨ କୋଟି ଲକ୍ଷପତି ଦିଦି ଏବଂ ନମୋ ଡ୍ରୋନ ଦିଦି ବନାଇବା ପାଇଁ ଯୋଜନା କରିଛନ୍ତି, ଯାହାର ଭାଗ ଓଡ଼ିଶା ପାଇବ ।  

 ରାଜ୍ୟରେ ମୋଦିଜୀଙ୍କ ହାତମୁଠାକୁ ମଜଭୂତ୍ କରିବାକୁ ହେଲେ ବୁଥ ସ୍ତରରେ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଘରେ ଘରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ପହଞ୍ଚାଇବାର ଗୁରୁ ଦାୟିତ୍ୱ ମହିଳା ମୋର୍ଚ୍ଚାକୁ ନେବା ପାଇଁ ହେବ ।  ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ହେଲେ ମହିଳାଙ୍କୁ ନେତୃତ୍ୱ ନେବା ପାଇଁ ପଡିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.