ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ବିଶ୍ବକପରେ ମହମ୍ମଦ ସାମିଙ୍କ ବିଶାଳ ରେକର୍ଡ, ଅକ୍ତିଆର କଲେ ଦ୍ରୁତତମ ୫୦ ଓ୍ବିକେଟ୍‌

Image Courtesy: sportstar

ମୁମ୍ବାଇ:  ବିଶ୍ପକପର ସେମି ଫାଇନାଲ ମୁକାବିଲାରେ ଭାରତୀୟ ବ୍ୟାଟରଙ୍କ ପରେ ବୋଲିଂରେ ମହମ୍ମଦ ସାମି କମାଲ କରିଛନ୍ତି । ନ୍ୟୁଜିଲାଣ୍ଡକୁ ଚେକ୍ ଦେବାରେ ପ୍ରମୁଖ ଭୂମିକା ନେଇଥିବା ସାମି ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି । ସାମି ବିଶ୍ବକପ ଇତିହାସରେ ସବୁଠୁ କମ ବଲରେ ୫୦ ଓ୍ବିକେଟ ନେଇଥିବା ବୋଲର ତାଲିକାରେ ଶୀର୍ଷରେ ରହିଛନ୍ତି । ସେ ୭୯୫ ବଲରେ ଏହି ରେକର୍ଡ କରିଥିବା ବେଳେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କୁ ପଛରେ ପକାଇ ଦେଇଛନ୍ତି । ମିଚେଲ ଷ୍ଟାର୍କ ୯୪୧ ବଲରେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ । 

ଅନ୍ୟପଟେ ପ୍ରଥମ ଭାରତୀୟ ବୋଲର ଭାବେ ସାମି ବିଶ୍ବକପରେ ୫୦ ଓ୍ବିକେଟ ଅକ୍ତିଆର କରିବାରେ ରେକର୍ଡ କରିଛନ୍ତି । ବିଶ୍ବସ୍ତରରେ ଗ୍ଲେନ୍‌ ମ୍ୟାଗାର୍ଥ, ମୁଥିଆ ମୂରଲୀଧରନ, ଷ୍ଟାର୍କ, ଲସିଥ ମାଲିଙ୍ଗା, ଓ୍ବାସିମ ଆକ୍ରମ ଏବଂ ଟ୍ରେଣ୍ଟ ବୋଲ୍ଟ ପରେ ସପ୍ତମ ବୋଲର ଭାବେ ଏହି ରେକର୍ଡ କରିଛନ୍ତି । ଏହା ପୂର୍ବରୁ ୪୪ଟି  ଓ୍ବିକେଟ ନେବା ସହ ଭାରତର ଜାହିର ଖାନ ଏବଂ ଶ୍ରୀନାଥଙ୍କୁ ଟପିଯାଇଥିଲେ । ତେବେ ଆଜିର ମ୍ୟାଚ୍‌ରେ କେନ୍‌ ଓ୍ବିଲିୟମସନଙ୍କ ଓ୍ବିକେଟ ନେବା ସହ ସେ ୫୦ ଓ୍ବିକେଟ ଟେକର ଲିଷ୍ଟରେ ସାମିଲ ହୋଇଛନ୍ତି ।

 ସବୁଠୁ କମ ବଲରେ ସାମି ୫୦ ଓ୍ବିକେଟ ନେଇ ବିଶ୍ବ ରେକର୍ଡ କରିଛନ୍ତି । ମହମ୍ମଦ ସାମି ୩ଟି ବିଶ୍ବକପରେ ୧୭ଟି ଇନିଂସ୍‌ରେ ୫୦ ଓ୍ବିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ୧୯ଟି ଇନିଂସରେ ଏହି ରେକର୍ଡ କରିଥିଲେ । ଲସିଥ ମାଲିଙ୍ଗା   ୨୫ ଇିନିଂସ, ଗ୍ଲେନ୍‌ ମ୍ୟାଗାର୍ଥ ୩୦ଟି ଇନିଂସ, ମୂରଲୀଧରନ ୩୦ ଏବଂ ପାକିସ୍ତାନର ଓ୍ବାସିମ୍‌ ଆକ୍ରମ ୩୩ଟି ଇନିଂସରେ ୫୦ ଓ୍ବିକେଟ ଅକ୍ତିଆର କରିଥିଲେ ।

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.