ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋମବାରରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି: ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବେ ମହାପ୍ରଭୁ, ବଡ଼ଦାଣ୍ଡରେ ଜଳିବ ଲକ୍ଷେ ଦୀପ

ପୁରୀ,୧୦/୧୨: ଆସନ୍ତା ୧୧ ତାରିଖ ସୋମବାର ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ।  ଏହି ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦେବ ଦୀପାବଳି ଉତ୍ସବ । ତିନି ଦିନ ଧରି ପାଳିତ ହେବ  ଠାକୁରଙ୍କ ଏହି ଦେବ ନୀତି । ପିତୃପୁରୁଷଙ୍କୁ ପିଣ୍ଡ  ଅର୍ପଣ କରିବେ ମହାପ୍ରଭୁ । 

ଏହି ଅବସରରେ  ଶ୍ରୀବିଗ୍ରହଙ୍କ ଶ୍ରାଦ୍ଧ ବେଶ ଅନୁଷ୍ଠିତ ହେବ । ଏହି ଅବସରରେ ଏକଲକ୍ଷ ଦୀପଶିଖାରେ  ଝଲସିବ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ । ଶ୍ରୀମନ୍ଦିର  ସିଂହଦ୍ୱାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ  ଦୀପମୟ ହେବ । ଆସନ୍ତା ୧୨ ତାରିଖ ସନ୍ଧ୍ୟା  ୫ଟାରୁ ରାତି ୭ଘଟିକା ପର୍ଯ୍ୟନ୍ତ ପବିତ୍ର ଦେବ  ଦୀପାବଳୀ ଅବସରରେ ଏହି ଦୀପଦାନ କାର୍ଯ୍ୟକ୍ରମ  ହେବ । ଉକ୍ତ ଦିନ ଦିନ ୧୦ଟାଠାରୁ ଦିବା ୨ ଘଟିକା  ପର୍ଯ୍ୟନ୍ତ ମେଡିକାଲ୍‌ ଛକସ୍ଥିତ ହାତୀ ଆଖଡ଼ା ମଠ  ଠାରେ ବିଶ୍ୱଶାନ୍ତି ଅଗ୍ନିହୋତ୍ର ଯଜ୍ଞର ଆୟୋଜନ  କରାଯାଇଛି । 

ସନ୍ଧ୍ୟା ୭ଟା ୩୦ରେ ଶ୍ରୀଗୁଣ୍ଡିଚା ମନ୍ଦିର  ସାମ୍ନାରେ ମୁକ୍ତାକାଶ ରଙ୍ଗମଞ୍ଚରେ ପୁରୀର ବିଶିଷ୍ଟ  କଣ୍ଠଶିଳ୍ପୀକୁ ନେଇ ଭଜନ ପରିବେଷଣ କରାଯିବ  ବୋଲି ଓଡ଼ିଶା ଇଣ୍ଟରନ୍ୟାସନାଲ୍‌ ସେଣ୍ଟର ପକ୍ଷରୁ  ସୂଚନା ଦିଆଯାଇଛି । ଶନିବାର ସନ୍ଧ୍ୟାରେ ପୁରୀ  ହୋଟେଲ୍‌ ହଲିଡେ ରିସୋର୍ଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା  ଦେଇଛନ୍ତି ଦୀପଦାନ କମିଟିର ସଂଗଠନ ସମ୍ପାଦକ ତଥା ବିଜେଡି ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.