ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପରିକ୍ରମା ପ୍ରକଳ୍ପ ଅଭିମୁଖେ ଯାତ୍ରା; ପୁରୀ ବାହାରିଲେ ରାୟଗଡ଼ ବ୍ଲକରୁ ୪୨୦ ଶ୍ରଦ୍ଧାଳୁ

ରାୟଗଡ଼,୦୬/୦୨: ରାଜ୍ୟ ସରକାର ସାଧାରଣ ଲୋକଙ୍କ ପାଇଁ ତୀର୍ଥ ଓ ଐତିହାସିକ କ୍ଷେତ୍ର ପରିଭ୍ରମଣ କରିବାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇନେବା ପାଇଁ ପ୍ରଶାସନ ପକ୍ଷରୁ ରାୟଗଡ଼ ବ୍ଲକର ଏକୋଇଶି ଗ୍ରାମପଞ୍ଚାୟତରୁ ଚାରିଶହ କୋଡିଏ ଶ୍ରଦ୍ଧାଳୁଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସରରୁ ସୋମବାର ନଅଟି ଯାତ୍ରୀବାହୀ ବସ୍ ପୁରୀ ଅଭିମୁଖେ ବାହାରିଥିଲା। 

ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ସମସ୍ତଙ୍କ ଶୃଙ୍ଖଳା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାତ୍ରା ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅନ୍ତର୍ଯ୍ୟାମୀ ଗମାଙ୍ଗ, ବିଡ଼ିଓ ସୁଧୀର କୁମାର ସିଂ ପ୍ରମୁଖ ଶୃଙ୍ଖଳିତ ଯାତ୍ରା ପାଇଁ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଯାତ୍ରାକୁ ନେଇ ସମସ୍ତେ ବେଶ ଉତ୍ସାହିତ ଥିବା ସହ ରାଜ୍ୟ ସରକାରଙ୍କ ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି l


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.