ନୂଆଦିଲ୍ଲୀ,୦୯/୧୨: ମହିଳା ପ୍ରିମିୟର ଲିଗ୍(WPL) ୨୦୨୪ ପାଇଁ ଖେଳାଳିଙ୍କ ନିଲାମ ହୋଇଛି । ଖେଳାଳିଙ୍କୁ କିଣିବା ପାଇଁ ଏଥିର ମୁମ୍ବାଇ ଇଣ୍ଡିଆନ୍ସ ସବୁଠାରୁ କମ୍ ଖର୍ଚ୍ଚ କରିଛି। ଏମଆଇ ମାତ୍ର ୨.୧ କୋଟି ଟଙ୍କାରେ ନିଲାମରେ ଭାଗ ନେଇଥିଲା। ଏଥିରେ ଦଳ ୫ ଖେଳାଳିଙ୍କୁ କିଣିବା ପରେ ବି ମଧ୍ୟ ଆହୁରି ଅର୍ଥ ବଞ୍ଚିଛି। ତେବେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଶବନମ ଇସ୍ମାଇଲଙ୍କୁ କିଣିବାରେ ନୀତା ଅମ୍ବାନୀଙ୍କ ଟିମ୍ ଅଧିକ ଖର୍ଚ୍ଚ କରିଛି। ଇସ୍ମାଇଲଙ୍କୁ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ କରିବାରେ ଦଳ ୧.୨ କୋଟି ଖର୍ଚ୍ଚ କରିଛି। ସେ ହେଉଛନ୍ତି ବିଶ୍ବର ଦ୍ରୁତତମ ମହିଳା ବୋଲର। ଆଜିର ଏହି ଅକ୍ସନରେ ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ ନୀତା ଅମ୍ବାନୀ ଯୋଗ ଦେଇଥିଲେ ।
୩୫ ବର୍ଷୀୟ ଇସ୍ମାଇଲଙ୍କ କ୍ରିକେଟ କ୍ୟାରିୟର କଥା ଯଦି ଦେଖାଯାଏ, ତେବେ ସେ ୧୩୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୧୭ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ସେ ମହିଳା ଲିଗ୍ର ପ୍ରଥମ ସଂସ୍କରଣରେ ୟୁପି ଓ୍ଵାରିୟର୍ସରେ ଥିଲେ। ସେ ୟୁପି ପାଇଁ ୩ଟି ମ୍ୟାଚ୍ରୁ ୩ଟି ସଫଳତା ପାଇଥିଲେ। ଏଥି ସହିତ ମୁମ୍ବାଇ ଫାତିମା ଜାଫର, ଅମନଦୀପ କୌର ଓ କୀର୍ତ୍ତନ ବାଲାକୃଷ୍ଣନଙ୍କୁ ୧୦-୧୦ ଲକ୍ଷ ଟଙ୍କାରେ କ୍ରୟ କରି ଦଳରେ ରଖିଥିବା ବେଳେ ଏସ୍ ସଜନାଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଆଜିର ନିଲାମ ପରେ ମୁମ୍ବାଇର ୧୮ ଜଣିଆ ଦଳ ପୂରା ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ମୁମ୍ବାଇ ଇଣ୍ଡିଆନ୍ସ ୨୦୨୩ ମହିଳା ପ୍ରିମିୟମ ଲିଗ୍ ଟାଇଟଲ୍ ଜିତିଥିଲା। ଏମ୍ଆଇ ଗତ ସିଜିନରେ ଦିଲ୍ଲୀକୁ ଫାଇନାଲରେ ହରାଇଥିଲା।
ନିଲାମରେ କେଉଁ ଖେଳାଳିଙ୍କୁ କିଣିିଛି ଏମ୍ଆଇ:
ଶବନମ ଇସ୍ମାଇଲ(୧.୨ କୋଟି ଟଙ୍କା), ଫାତିମା ଜାଫର(୧୦ ଲକ୍ଷ ଟଙ୍କା), ଏସ ସଜନା(୧୫ ଲକ୍ଷ ଟଙ୍କା), ଅମନଦୀପ କୌର(୧୦ ଲକ୍ଷ ଟଙ୍କା), କୀର୍ତ୍ତନ ବାଲାକୃଷ୍ଣନ(୧୦ ଲକ୍ଷ ଟଙ୍କା)।
ଏମ୍ଆଇର ଫୁଲ୍ ସ୍କ୍ଵାଡ:
ହରମନପ୍ରୀତ କୌର, ଅମନଜିତ କୌର, ଆମେଲିଆ କେର, କ୍ଲୋ ଟ୍ରାଏନ, ହେଲେ ମାଥ୍ୟୁଜ, ଶବନମ ଇସ୍ମାଇଲ, ହୁମେରା କାଜି, ଇସାବେଲ ଓ୍ଵଙ୍ଗ, ଜିନିତମନି କଲିତା, ଏସ ସଜନା, ନତାଲି ସାଇବର, ଫାତିମା ଜାଫର, ସାଇକା ଇଶାକ, ୟାସ୍ତିକା ଭାଟିଆ, ଅମନଦୀପ କୌର, ପୂଜା, ବସ୍ତାକର, କୀର୍ତ୍ତନ ବାଲାକୃଷ୍ଣନ, ପ୍ରିୟଙ୍କା ବାଲା।