ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁମ୍ୱାଇର ବଡ଼ ବଡ଼ ବିଲ୍ଡରଙ୍କର ଏବେ ପ୍ରମୁଖ ସ୍ଥାନ ପାଲଟିଛି ଅଯୋଧ୍ୟା ,ଜାଣନ୍ତୁ ଏହାର କାରଣ

ମୁମ୍ୱାଇ : ଅଯୋଧ୍ୟାର ରାମ ମନ୍ଦିରରେ ଯେବେ ଠାରୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି, ସେବେ ଠାରୁ ସେଠାରେ ଅନେକ ନୂଆ ନୂଆ ଘଟଣା ଘଟିବାରେ ଲାଗିଛି। ଏବେ ଅଯୋଧ୍ୟା ସହର ମୁମ୍ୱାଇର ରିୟଲ ଇଷ୍ଟେଟ୍‌ ପ୍ଲେୟର୍ସଙ୍କ ପ୍ରଥମ ପସନ୍ଦ ପାଲଟି ଯାଇଛି। ଖବର ଅନୁସାରେ, ଏହି ସମୟରେ ମୁମ୍ୱାଇର ଅତି କମ୍‌ରେ ୭ ନାମୀଦାମୀ ବିଲ୍ଡର ଅଯୋଧ୍ୟାରେ ଆସ୍ଥାନ ଜମେଇଛନ୍ତି।

ଏଥିରେ ହିରାନନ୍ଦାନୀ ଗ୍ରୁପ୍‌, ଗୋଦରେଜ୍‌ ପ୍ରପର୍ଟିଜ୍‌ , ରେମଣ୍ଡ ରିୟଲିଟି , ଦ ହାଉସ୍‌ ଅଫ୍‌ ଅଭିନନ୍ଦନ ଲୋଢା ଓ ଓବରାୟ ରିୟଲ୍ଟି ଭଳ ବଡ଼ ବଡ଼ ନାମ ସାମିଲ ଅଛି। ଦ ହାଉସ୍‌ ଅଫ୍‌ ଅଭିନନ୍ଦନ  ଲୋଢାର ୭ ଷ୍ଟାର ଏନକ୍ଲେଭ ଦ ସରଯୂରେ ହିଁ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ୧୪.୫ କୋଟି ଟଙ୍କାର ପ୍ଲଟ୍‌ କିଣିଛନ୍ତି । ଏହାର ଆଉ ଏକ ପ୍ରଭାବ ଏହା ହୋଇଛି କି ସେଠାରେ ପ୍ରପର୍ଟିର ଦାମ୍‌ରେ ୧୭୯ ପ୍ରତିଶତର ବୃଦ୍ଧି ହୋଇଛି। 

ଫ୍ରି ପ୍ରେସ୍‌ ଜର୍ନାଲରେ ଆସିଥିବା ଏକ ରିପୋର୍ଟ ମୁତାବିକ , ଏହି ସମୟରେ ମୁମ୍ୱାଇର ନାମୀଦାମୀ ବିଲ୍ଡରମାନେ ଅଯୋଧ୍ୟାକୁ ନିଜର ଠିକଣା ଭାବେ ବାଛି ନେଲେଣି। ସବୁ ବିଲ୍ଡର ସେଠାରେ ଅଧିକରୁ ଅଧିକ ଲ୍ୟାଣ୍ଡ ବ୍ୟାଙ୍କ ତିଆରି କରୁଛନ୍ତି। ପ୍ରତି ଗ୍ରୁପ୍‌ ନିଜର ବିଜେନେସ୍‌ ଡେଭଲପମେଣ୍ଟ ଅପରେସନ ଅଯୋଧ୍ୟାରେ ଚଲାଇବାକୁ ଚାହୁଁଛନ୍ତି।  

ଏହି ରିୟଲ ଇଷ୍ଟେଟ୍‌ ବିଲ୍ଡରମାନେ ସେଠାରେ ତିନୋଟି ଉପାୟରେ କାମ କରୁଛନ୍ତି। କେହି ସେଠାରେ ପ୍ଲଟିଂ କରି ଜମି ବିକ୍ରି କରିବାକୁ ଇଚ୍ଛୁକ ଥିବା ବେଳେ ଆଉ କେହି ସେଠାରେ ରେସିଡେନ୍ସିଆଲ ଟାଉନସିପ୍‌ ଡେଭଲପ୍ କରୁଛନ୍ତି। କିଛି ବିଲ୍ଡର ସେଠାରେ କମର୍ସିଆଲ ଓ ହସ୍ପିଟାଲିଟି ବିଜନେସରେ ଅଧିକ ରୁଚି ରଖିଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.