ପ୍ରମୁଖ ଖବର
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବର୍ଷାରେ ଭିଜି ଭିଜି ଭାଷଣ ଦେଲେ ୮୩ ବର୍ଷୀୟ ଶରଦ ପାୱାର, କହିଲେ ‘ଆମେ ସହଜରେ ହାରିବୁ ନାହିଁ’

ମୁମ୍ବାଇ, ୨୭/୧୧: ମହାରାଷ୍ଟ୍ର ରାଜନୀତିରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଶରଦ ପାୱାର । ତାଜା ହୋଇଛି ୨୦୧୯ ସ୍ମୃତି । ପାୱାର ପ୍ରତିଷ୍ଠା କରିଥିବା ଦଳ ଏନସିପି ଉପରେ ପୁତୁରା ଅଜିତ୍ ପାୱାର କବଜା କରିବା ପରେ ଲଢ଼େଇ ଜାରି ରହିଛି । ଏହି ସମୟରେ ଶରଦ ପାୱାର ବର୍ଷାରେ ଭିଜି ଭିଜି ଭାଷଣ ଦେଉଛନ୍ତି । ୨୦୧୯ରେ ବି ପାୱାରଙ୍କ ଏଭଳି ଫଟୋ ଭାଇରାଲ୍ ହୋଇଥିଲା ।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଶରଦ ପାୱାର ନଭି ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏନସିପି ମହିଳା ସ୍ୱୟଂ ସହାୟତା ୱିଙ୍ଗ୍ ପକ୍ଷରୁ ଆୟୋଜିତ ସଭାକୁ ଶରଦ ପାୱାରା ସମ୍ବୋଧିତ କରିବା କ୍ଷଣି ଆରମ୍ଭ ହୋଇଥିଲା ହାଲୁକା ବର୍ଷା । ତଥାପି ୮୩ ବର୍ଷୀୟ ଶରଦ ପାୱାର ବର୍ଷାରେ ଛିଡ଼ା ହୋଇ ସମ୍ବୋଧନ କରି ଚାଲିଥିଲେ ।

ଆଗାମୀ ଲୋକସଭା ନିର୍ବାଚନ ଲଢିବେନି ଶରଦ ପାଓ୍ବାର ? ଦଳୀୟ କର୍ମୀ ଓ ନେତାଙ୍କୁ କହିଲେ ଏମିତି...

କହିଥିଲେ, ଆଜି ବର୍ଷା ପାଇଁ ଏଠି ଆମ ଯୋଜନା ପ୍ରଭାବିତ ହୋଇଛି । କିନ୍ତୁ ଆମେ ହେଉଛୁ ସେଇ ଲୋକ, ଯେଉଁମାନେ ସହଜରେ ହାରି ଯାଆନ୍ତି ନାହିଁ । ଆମେ ପଛକୁ ହଟିବା ନାହିଁ, ଆମେ ଆଗକୁ ସଂଘର୍ଷ ଜାରି ରଖିବା । ବର୍ଷାରେ ଭିଜି ଭିଜି ଏନସିପି ମୁଖ୍ୟ ଶରଦ ପାୱାର ଭାଷଣ ଦେଉଥିବାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

୨୦୧୯ ନିର୍ବାଚନ ସମୟରେ ବି ଏନସିପି ପ୍ରମୁଖ ଶରଦ ପାୱାର ସତାରାରେ ରାଲି କରୁଥିଲେ । ଶରଦ ପାୱାର ଭାଷଣ ଦେବା ଆରମ୍ଭ କରିବା ମାତ୍ରେ ଆରମ୍ଭ ହୋଇଥିଲା ବର୍ଷା । ପ୍ରବଳ ବର୍ଷାରେ ଭିଜି ଭିଜି ପାୱାର ଭାଷଣ ଦେଇଥିଲେ । ସେତେବେଳେ ଏହାକୁ ନେଇ ବି ବେଶ ଚର୍ଚ୍ଚା ହୋଇଥିଲା ।

ବିଜେପି ଆଡ଼କୁ ଢଳୁଛନ୍ତି କି ଶରଦ ପାୱାର ? ସୁପ୍ରିୟାଙ୍କ ପରେ ପାୱାର କହିଲେ ‘ଅଜିତ୍ ଏନସିପି ନେତା’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.