ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ମାନବ ଚାଲାଣ ମାମଲାରେ ୧୦ ରାଜ୍ୟରୁ ୪୪ ଜଣଙ୍କୁ ଗିରଫ କଲା NIA

ନୂଆଦିଲ୍ଲୀ, ୦୯/୧୧: ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (NIA) ଦେଶବ୍ୟାପୀ ଚଢ଼ାଉ କରି ୪୪ ଜଣଙ୍କୁ ଗିରଫ କରିଛି । ମାନବ ଚାଲାଣ ମାମଲାରେ ବୁଧବାର ଏନ୍ଆଇଏ ୮ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ୫୫ଟି ସ୍ଥାନରେ ରେଡ୍ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏନ୍ଆଇଏ ଅଧିକାରୀଙ୍କ ଅନୁସାରେ, ଗିରଫମାନେ ବାଂଲାଦେଶ ଦେଇ ଭାରତକୁ ରୋହିଙ୍ଗ୍ୟାଙ୍କ ପ୍ରବେଶ ସହ ସେମାନଙ୍କୁ ଥଇଥାନ କରୁଥିଲେ । ଏହି ମାନବ ଚାଲାଣ ସିଣ୍ଡିକେଟକୁ ଧରିବା ଲାଗି ଏନ୍ଆଇଏ, ବିଏସ୍ଏଫ ଓ ରାଜ୍ୟ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ ।

‘ସାଂସଦ-ବିଧାୟକଙ୍କ ବିରୋଧରେ ଚାଲିଥିବା ମାମଲାର ହେଉ ତ୍ୱରିତ ଶୁଣାଣି’, ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠା ପାଇଁ କହିଲେ ସୁପ୍ରିମକୋର୍ଟ

ରିପୋର୍ଟ ଅନୁସାରେ, ଗିରଫଙ୍କ ମଧ୍ୟରୁ ତ୍ରିପୁରାର ୨୧, କର୍ଣ୍ଣାଟକର ୧୦, ଆସାମରୁ ୫, ପଶ୍ଚିମବଙ୍ଗରୁ ୩, ତାମିଲନାଡ଼ୁର ୨, ହରିୟାଣା-ପୁଡୁଚେରୀ-ତେଲଙ୍ଗାନାରୁ ଜଣେ ଲେଖାଏଁ ଅଛନ୍ତି । ଏହାଛଡ଼ା ଏନ୍ଆଇଏ ରାଜସ୍ଥାନ ଓ ଜମ୍ମୁକାଶ୍ମୀରରେ ରେଡ୍ କରିଛି ।

ଗତ ଫେବ୍ରୁଆରୀ ମାସରେ ଟ୍ରେନରେ ଯାତ୍ରା କରୁଥିବା କିଛି ଲୋକଙ୍କୁ ସୁରକ୍ଷା ଏଜେନ୍ସି ପଚରାଉଚରା କରିଥିଲା । ସେତେବେଳେ ଜଣା ପଡ଼ିଥିଲା ଉକ୍ତ ଲୋକମାନେ ବାଂଲାଦେଶରୁ ଭାରତକୁ ଅନୁପ୍ରବେଶ କରିଛନ୍ତି । ଏହା ପରେ ଏନ୍ଆଇଏ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା । 

‘ଆମର ହେଲିକପ୍ଟର ଇଞ୍ଜିନ ଫେରାଅ...’ୟୁକ୍ରେନ୍‌ ଯୁଦ୍ଧ ଭିତରେ ପାକିସ୍ତାନକୁ ଋଷର ଝଟକା

ଚଢ଼ାଉ ବେଳେ ଏନ୍ଆଇଏ ଆଧାର କାର୍ଡ ଓ ପାନ କାର୍ଡ ସହ ଅନ୍ୟ ପରିଚୟପତ୍ର ଜବତ କରିଛି । ସେସବୁ ବି ନକଲି ହୋଇଥିବା ସନ୍ଦେହ କରାଯାଉଛି । ରେଡ୍ ବେଳେ ୨୦ ଲକ୍ଷ ଟଙ୍କା ଓ ୪ ହଜାର ୫୫୦ ଆମେରିକୀୟ ଡଲାର୍ (୩ ଲକ୍ଷ ୭୮ ହଜାର ଟଙ୍କା) ଜବତ ହୋଇଛି । ଗିରଫଙ୍କ ମୋବାଇଲ୍ ସହ ସିମ୍ କାର୍ଡ ଓ ପେନ୍ ଡ୍ରାଇଭ୍ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି ।

ସେପ୍ଟେମ୍ବର ୯ରେ ଆସାମ ଏସଟିଏଫ୍ ମାନବ ଚାଲାଣ ନେଇ ଏକ ମାମଲା ରୁଜୁ କରିଥିଲା । ଉକ୍ତ ମାମଲାର ତଦନ୍ତ ବେଳେ ଜଣାପଡ଼ିଥିଲା, ବାଂଲାଦେଶ ରୋହିଙ୍ଗ୍ୟା ଓ ଅନ୍ୟ ବିଦେଶୀଙ୍କୁ ବେଆଇନ୍ ଭାବେ ଭାରତ ସୀମା ପାର୍ କରିବା ଲାଗି ମାନବ ଚାଲାଣ ସିଣ୍ଡିକେଟ୍ କାମ କରୁଛି । ଏହି ସିଣ୍ଡିକେଟ୍ ସେମାନଙ୍କୁ ସୀମା ପାର୍ କରାଇବା ସହ ଏଠାରେ ରହିବା ଲାଗି ସହଯୋଗ କରୁଛି । 

ଆତଙ୍କବାଦୀଙ୍କୁ ପାକିସ୍ତାନ ଦେଖାଉଛି ହମାସ୍ ଭିଡିଓ, ଅକ୍ଟୋବର ୭ ଭଳି ଆକ୍ରମଣ ପାଇଁ ଲସ୍କର କିଣିଲା ଗ୍ଲାଇଡର ଓ ଡ୍ରୋନ୍

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଏହି ନେଟୱକ ସାରା ଦେଶରେ ବ୍ୟାପିଛି । ଏହା ପରେ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁସାରେ, ଯାଞ୍ଚ ଆରମ୍ଭ କରିଥିଲା ଏନ୍ଆଇଏ । 

Copyright © 2022 - Summa Real Media Private Limited. All Rights Reserved.