ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋଆ ଫ୍ୟାକଲ୍ଟି ଓ ଛାତ୍ରଙ୍କୁ ଏନ୍‌ଏସ୍‌ଏସ୍ ରାଜ୍ୟସ୍ତରୀୟ ପୁରସ୍କାର

ଭୁବନେଶ୍ୱର୦୯/୧୨ : ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭର୍ସିଟି (ସୋଆ)ର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ପ୍ରୋଗାମ୍‌ ଅଫିସର ଶ୍ରୀମତି ମଧୁସ୍ମିତା ନାୟକ ଏବଂ ଶ୍ରୀ ଉଦିତ୍‌ ଦାସଙ୍କୁ ୨୦୨୨- ୨୩ ର ଶ୍ରେଷ୍ଠ ପ୍ରୋଗାମ୍‌ ଅଫିସର ତଥା ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବରେ ଶୁକ୍ରବାର ରାଜ୍ୟ ସ୍ତରୀୟ ଏନ୍‌ଏସ୍‌ଏସ୍‌ ପୁରସ୍କାର ପ୍ରଦାନ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଓ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାଶ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ସମାଜର କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଥିବାରୁ ଏନ୍‌ଏସଏସ୍‌ ପ୍ରୋଗ୍ରାମ ଅଫିସର ଓ ସ୍ୱେଚ୍ଛାସେବୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରୀମତି ନାୟକ ସୋଆ ପରିଚାଳିତ ସମ୍‌ ନର୍ସିଂ କଲେଜର ଫ୍ୟାକଲ୍ଟି ହୋଇଥିବା ବେଳେ ଶ୍ରୀ ଦାସ ଇନ୍‌ଷ୍ଟିଚ୍ୟୁଟ୍‌ଅଫ୍‌ ଟେକ୍‌ନିକାଲ୍‌ ଏଜୁକେସନ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର)ର ଛାତ୍ର । ଏହି ଉତ୍ସବରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଏନଏସଏସର ଆଂଚଳିକ ନିର୍ଦ୍ଦେଶକ ଶ୍ରୀମତି ସୁଶ୍ରୀ ସରିତା ପଟେଲ ଓ ରାଜ୍ୟ ଏନଏସଏସ ଅଫିସର ତଥା ଡେପୁଟି ସେକ୍ରେଟାରୀ ଶ୍ରୀ ରମେଶ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.