ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ଏନ୍‌ଟିସିଏରେ କଲରାପତରିଆ ବାଘର ତଥ୍ୟ ଚିନ୍ତାଜନକ, ଓଡ଼ିଶାରୁ ୧୯୨ କଲରାପତରିଆ ଉଭାନ୍

ଭୁବନେଶ୍ୱର,୦୧/୦୩: ଓଡିଶାରେ କଲରାପତରିଆ ବାଘ ସଂଖ୍ୟା ୫୬୮କୁ ହ୍ରାସ ପାଇଛି । ଚାରି ବର୍ଷ ତଳେ ଥିଲା ୭୬୦ । ଏହାର ଅର୍ଥ ହେଉଛି, ୧୯୨ କଲରାପତରିଆ ଏ ଭିତରେ ଉଭାନ ହୋଇ ଯାଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି, ରାଜ୍ୟରେ ବାଘ ଶିକାର ଅନିୟନ୍ତ୍ରିତ ଭାବେ ବଢ଼ି ଚାଲିଛି । ଘନ ଘନ ବାଘ ଛାଲ ଜବତ ବି ଏକଥାକୁ ପ୍ରମାଣିତ କରୁଛି । ସଦ୍ୟତମ ଷ୍ଟାଟସ୍‌ ଅଫ୍‌ ଲିଓପାର୍ଡସ୍‌ ଇନ୍‌ ଇଣ୍ଡିଆ-୨୦୨୨ ରିପୋର୍ଟ ଏହି ଚିନ୍ତାଜନକ ତଥ୍ୟ ମିଳିଛି । 

 କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗୁରୁବାର ଦେଶରେ ୨୦୨୨ ସୁଦ୍ଧା କଲରାପତରିଆ ବାଘଙ୍କ ସ୍ଥିତିର ରିପୋର୍ଟ ପ୍ରକାଶ କରିଛନ୍ତି । ରିପୋର୍ଟ ମୁତାବକ, ଦେଶରେ ୨୦୧୮ ବେଳକୁ କଲରାପତରିଆଙ୍କ ସଂଖ୍ୟା ୧୨ ହଜାର ୮୫୨ରେ ସୀମିତ ଥିଲା । ୨୦୨୨ ସୁଦ୍ଧା ଏମାନଙ୍କ ସଂଖ୍ୟା ୧୩ ହଜାର ୮୭୪କୁ ବଢ଼ିଛି । ଅର୍ଥାତ୍‌, ଦେଶରେ ୪ବର୍ଷରେ ୯୮୨ କଲରାପତରିଆ ବଢ଼ିଛନ୍ତି । ସର୍ବାଧିକ ୩ହଜାର ୯୦୭ଟି କଲରାପତରିଆ ମଧ୍ୟପ୍ରଦେଶରେ ଅଛନ୍ତି । ୨୦୧୮ରେ ସେଠାରେ ୩ ହଜାର ୪୨୧ଟି ବାଘ ଥିଲେ । ଅର୍ଥାତ୍‌, ୪ ବର୍ଷରେ ୪୮୬ ବାଘ ବଢ଼ାଇବାରେ ସେଠାକାର ରାଜ୍ୟ ସରକାର ସକ୍ଷମ ହୋଇଛନ୍ତି । ତା’ ତଳକୁ ମହାରାଷ୍ଟ୍ରରେ ୧ ହଜାର ୯୮୫ଟିବାଘ ଅଛନ୍ତି ।

ସେହିଭଳି କର୍ଣ୍ଣାଟକରେ ୧୮୭୯, ତାମିଲାଡୁରେ ୧୦୭୦, ଛତିଶଗଡରେ ୭୨୨, ରାଜସ୍ଥାନରେ ୭୨୧, ଉତ୍ତରାଖଣ୍ଡରେ ୬୫୨, କେରଳରେ ୫୭୦, ଆନ୍ଧ୍ରପ୍ରଦେଶରେ ୫୬୯, ଉତ୍ତରପ୍ରଦେଶରେ ୩୭୧, ତେଲଙ୍ଗାନାରେ ୨୯୭, ଉତ୍ତର ବଙ୍ଗଳାରେ ୨୩୩, ବିହାରରେ ୮୬, ଗୋଆରେ ୭୭, ଆସାମରେ ୭୪, ଝାଡଖଣ୍ଡରେ ୫୧ ଓ ଅରୁଣାଚଳରେ ୪୨ କଲରାପତରିଆ ଅଛନ୍ତି । ରିପୋର୍ଟ ଅନୁସାରେ କେନ୍ଦ୍ରୀୟ ଭାରତରେ ସର୍ବଧିକ ୮୮୨୦ ବାଘ ରହିଥିବା ବେଳେ ପଶ୍ଚିମାଘାଟରେ ୩୫୯୬, ଶିବାଲିକ୍‌ ରେଞ୍ଜ୍‌ରେ ୧୧୦୯ ଓ ଉତ୍ତର-ପୂର୍ବାଞ୍ଚଳରେ ୩୪୯  କଲରାପତରିଆ ବାଘ  ରହିଥିବା ଜଣାପଡିଛି ।

 କିନ୍ତୁ ଓଡି଼ଶାରେ ୪ ବର୍ଷରେ କଲରାପତରିଆ ବାଘ କମିଛନ୍ତି । ସେହିପରି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ମଧ୍ୟ ବାଘ ସଂଖ୍ୟା ୧୩୦ କମିଛି। ୨୦୧୮ରେ ସେଠାରେ ୮୫୨ ବାଘ ଥିବା ବେଳେ ୨୦୨୨ରେ ଏମାନଙ୍କ ସଂଖ୍ୟା ୭୨୨କୁ ଖସିଛି । ଉତ୍ତରାଖଣ୍ଡରେ ମଧ୍ୟ ବାଘ ସଂଖ୍ୟା ୧୮୭ କମିଛି । ୨୦୧୮ରେ ସେଠାରେ ୮୩୯ ବାଘ ଥିଲେ । ୨୦୨୨ ବେଳକୁ ୬୫୨ ବାଘ ବଞ୍ଚିଛନ୍ତି । ତେଲେଙ୍ଗାନାରୁ ୪ବର୍ଷରେ ୩୭ଟି, ଗୋଆରୁ ୯ଟି ବାଘ ଓ କେରଳରୁ ୮୦ଟି ବାଘ ଉଭାନ୍‌ ହୋଇଛନ୍ତି । ବାକି ଅନ୍ୟ ରାଜ୍ୟରେ ଏହି ସମୟ ଅବଧିରେ ବାଘ ସଂଖ୍ୟା ଢ଼େର୍‌ ବଢ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.