ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ସେଲ୍ଫି ନେବା ବେଳେ ପ୍ରଶଂସକଙ୍କୁ ଚାପୁଡ଼ା ମାରିଲେ ନାନା ପାଟେକର, ଅଭିନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

ବାରଣାସୀ: ବଲିଉଡ ଅଭିନେତା ନାନା ପାଟେକର ଏବେ ବାରଣାସୀରେ ନିଜ ଫିଲ୍ମ ‘ଜର୍ଣ୍ଣି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଭଳି ସମୟରେ ନାନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଏହି ଭିଡିଓ ପାଇଁ ନାନାଙ୍କ ବିବାଦ ବୃଦ୍ଧି ପାଇଛି। ବାରଣାସୀରେ ସୁଟିଂ ସମୟରେ ନାନା ପାଟେକରଙ୍କୁ ପ୍ରଶଂସକମାନେ ଦେଖିବାକୁ ଆସୁଛନ୍ତି । କେହି କେହି ତାଙ୍କ ସହ ସେଲ୍ଫି ନେବାକୁ ବି ଚେଷ୍ଟା କରୁଛନ୍ତି । ହେଲେ ସେଲ୍ଫି ନେବା ସମୟରେ ଜଣେ ଯୁବକଙ୍କୁ ନାନା ପାଟେକର ଚାପୁଡ଼ା ମାରିବାର ଭିଡିଆ ସାମ୍ନାକୁ ଆସିଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, କୌଶସି ଏକ ମାର୍କେଟରେ ନାନା ପାଟେକର ବ୍ରାଉନ ରଙ୍ଗର ସୁଟ୍‌ ପିନ୍ଧିଥିବା ବେଳେ ମୁଣ୍ଡରେ ହ୍ୟାଟ ଲାଗାଇଛନ୍ତି । ଏହି ସମୟରେ ତାଙ୍କର ଜଣେ ପ୍ରଶଂସକ ନାନାଙ୍କ ସହ ସେଲ୍ଫି ନେବାକୁ ଆସୁଛନ୍ତି । ନାନାଙ୍କ ସହ ଯୁବକଜଣଙ୍କ ସେଲ୍ଫି ନେବା ବେଳେ ଅଭିନେତା ରାଗରେ ତାଙ୍କ ମୁଣ୍ଡକୁ ଚାପୁଡ଼ା ମାରିଦେଉଛନ୍ତି । ଏହା ପରେ ଅଭିନେତାଙ୍କ ବଡିଗାର୍ଡ ସଂପୃକ୍ତ ଯୁବକଙ୍କୁ ଟାଣି ଟାଣି ବାହାରକୁ ନେଇଯାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ଅଭିନେତାଙ୍କୁ ଟ୍ରୋଲ କରୁଛନ୍ତି ।

ଜଣେ ଟ୍ବିଟର ୟୁଜର ଲେଖିଛନ୍ତି, ‘ଆପଣ ଭଗବାନ ନୁହଁନ୍ତି । ଲୋକମାନେ ଆପଣଙ୍କୁ ହିରୋ କରିଛନ୍ତି । ଆପଣ ଯେତେବେଳେ ଆତ୍ମଗର୍ବରେ ଫ୍ୟାନଙ୍କୁ ଚାପୁଡ଼ା ମାରିଲେ ସେତେବେଳେ ଆପଣଙ୍କ ଭିତରେ ଥିବା ଅଭିନେତା ପଣିଆ ମରିଗଲା । ଯାହା କଲେ ଭଲ ଲାଗିଲାନି । ଏଥିପାଇଁ ଆପଣଙ୍କ ପାଖରେ ବଡିଗାର୍ଡ ରଖିଥାନ୍ତେ । ସାଉଥ ଷ୍ଟାରଙ୍କ ପାଖରୁ ଶିଖିବା ଦରକାର।’

ଅନ୍ୟ ଜଣେ ୟୁଜର ନାନା ପାଟେକରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ବାରଣାସୀର ନିରୀହ ଲୋକମାନଙ୍କ ସହ ଏଭଳି ବ୍ୟବହାର ନିନ୍ଦନୀୟ । ଏହା ସହ ସେ ବାରଣାସୀ ପ୍ରଶାସନ ଏବଂ ପୋଲିସକୁ ନାନା ପାଟେକରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ ମଧ୍ୟ କରିଛନ୍ତି ।   

  • Bollywood
  • Copyright © 2022 - Summa Real Media Private Limited. All Rights Reserved.