ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ପୁଣି ନିର୍ବାଚନ ଲଢ଼ିବେ ୮୩ ବର୍ଷୀୟା ନାନ୍‌ସି ପେଲୋସି, ତାଇଓ୍ବାନ ଗସ୍ତ କରି ଚର୍ଚ୍ଚାକୁ ଆସିଥିଲେ

Image Courtesy: Reuters

ଓ୍ବାଶିଂଟନ୍‌, ୦୯/୦୯: ତାଇଓ୍ବାନ ଗସ୍ତ କରିବା ପରେ ଚର୍ଚ୍ଚାକୁ ଆସିଥିବା ଆମେରିକୀୟ ନେତ୍ରୀ ନାନ୍‌ସି ପେଲୋସି ପୁଣି ଥରେ ନିର୍ବାଚନ ଲଢ଼ିବେ । ଏନେଇ ନିଜେ ୮୩ ବର୍ଷୀୟା ନାନସି ପଲୋସି ଶୁକ୍ରବାର ଘୋଷଣା କରିଛନ୍ତି । ୨୦୨୪ରେ ସେ ନିଜର ପାରମ୍ପରିକ ସାନ-ଫ୍ରାନ୍ସସିକୋ ଆସନରୁ ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ କରିଛନ୍ତି ।  ଏନେଇ ସେ ଏକ୍ସ(ପୂର୍ବରୁ ଟ୍ବିଟର) ମାଧ୍ୟମରେ ଜଣାଇଛନ୍ତି । ଏହା ସହ ସାନ-ଫ୍ରାନ୍ସସିକୋକୁ ସେ ଆହୁରି ଆଗକୁ ନେବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । 

ଜିନ୍ନାଙ୍କୁ 'ଇଣ୍ଡିଆ' ନାଁରେ କି ଆପତ୍ତି ଥିଲା? ସେ କାହିଁକି ଏହାକୁ ବିଭ୍ରାନ୍ତିକର ମନେ କରୁଥିଲେ?

ସାନ-ଫ୍ରାନ୍ସସିକୋର ଉନ୍ନତ୍ତି ଆମେରିକା ପାଇଁ ଦରକାର ବୋଲି କହିବା ସହ ଆଜି ବି ତାଙ୍କ ଦଳ କେମିତି ଲୋକମାନଙ୍କ ସହ ରହିଛି ତାହା ଦେଖାଇବା ଜରୁରୀ ବୋଲି କହିଛନ୍ତି ପେଲୋସି । ନାନସି ପେଲୋସି ଦୁଇ ଦୁଇଥର ଆମେରିକାର ହାଉସ ସ୍ପିକର ଭାବେ କାର୍ଯ୍ୟ କରିସାରିଛନ୍ତି । ଏହି ପଦବୀ ସମ୍ଭାଳିବାରେ ସେ ଥିଲେ ପ୍ରଥମ ମହିଳା । ୨୦୨୨ କଂଗ୍ରେସ ନିର୍ବାଚନ ପୂର୍ବରୁ ସେ ଦଳର ପ୍ରତିନିଧି ଭାବେ କାର୍ଯ୍ୟ ଜାରୀ ରଖିବେ ବୋଲି ଘୋଷଣା କରିଥିଲେ । ନିର୍ବାଚନ ସମୟରେ ପେଲୋସିଙ୍କ ରଣନୀତି ଡେମୋକ୍ରାଟସ୍‌କୁ ବହୁ ଫାଇଦା ଦେଉଛି । 

ନାନସି ପଲୋସି ପ୍ରଥମେ ୧୯୮୭ରେ ସଂସଦକୁ ନିର୍ବାଚିତ ହୋଇଥିଲେ । କେତେ ଜଣ ମହିଳାଙ୍କ ସମେତ କଂଗ୍ରେସକୁ ନିର୍ବାଚିତ ହେବା ଏବଂ ନିଜେ ନିଜର ରାସ୍ତା ଧାର୍ଯ୍ୟ କରିବାରେ ନିପୁଣା ପେଲୋସି । ପରେ ସେ ଆମେରିକାର ଜଣେ ଶକ୍ତିଶାଳୀ ନେତ୍ରୀ ଭାବେ ପରିଚୟ ସୃଷ୍ଟି କରିଥିଲେ । ସେ ପ୍ରଥମ ଥର ହାଉସ୍‌ ସ୍ପିକର ହୋଇ ଇତିହାସ ରଚିଥିଲେ । ପୁଣି ୨୦୧୯ରେ ହାଉସ୍‌ ସ୍ପିକର ହୋଇଥିଲେ ନାନସି ପେଲୋସି । ୨୦୨୩ ଜାନୁଆରୀରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟରେ ଆମେରିକାର ହାଉସ ସ୍ପିକର ଥିବା ବେଳେ ନାନ୍‌ସି ପେଲୋସି ତାଇଓ୍ବାନ ଗସ୍ତ କରିଥିଲେ । ଚୀନ୍‌ର ତାଗିଦ ସତ୍ତ୍ବେ ଆମେରିକାର ତତ୍କାଳୀନ ଶୀର୍ଷ ସ୍ତରୀୟ ନେତ୍ରୀ ତାଇଓ୍ବାନ ଗସ୍ତ କରିବାକୁ ନେଇ ବିବାଦ ବୃଦ୍ଧି ପାଇଥିଲା। ନାନ୍‌ସିଙ୍କ ତାଇଓ୍ବାନ ଗସ୍ତ ପରଠାରୁ ଚୀନ୍‌ ଏବଂ ତାଇଓ୍ବାନ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି । 

ଆଫ୍ରିକୀୟ ସଂଘକୁ ଜି-୨୦ରେ ସାମିଲ କରିବାକୁ କଣ କଲା ଭାରତ ? ରାଜି ହେବାକୁ ବାଧ୍ୟ ହେଲା ଚୀନ୍‌


  

Nancy Pelosi

Copyright © 2022 - Summa Real Media Private Limited. All Rights Reserved.