ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ବଉଳା କୁମ୍ଭୀର, ଅଣ୍ଡା ଦେଇନପାରି କଷ୍ଟ ପାଉଥିଲା

ବାରଙ୍ଗ,୦୬/୧୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ  ଉଦ୍ୟାନରେ ରହୁଥିବା ଅସୁସ୍ଥ ବଉଳା କୁମ୍ଭୀରର ରବିବାର  ଅପରାହ୍ନରେ ମୃତ୍ୟୁ ହୋଇଛି । ଅଣ୍ଡା ଦେଇନପାରି କୁମ୍ଭୀରଟି  କଷ୍ଟ ପାଉଥିଲା । ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଓ ଓୟୁଏଟିର  ପ୍ରଫସରଙ୍କ କୁମ୍ଭୀରର ଚିକିତ୍ସା ଜାରୀ ରଖିଥିଲେ । ବହୁ ଚେଷ୍ଟା ପରେ ମଧ୍ୟ କୁମ୍ଭୀରଟିକୁ ଚିକିତ୍ସକ ମାନେ ବଞ୍ଚାଇପାରିନାହାନ୍ତି ।  ସୋମବାର କୁମ୍ଭୀରର ମୃତଦେହ ବ୍ୟବଚ୍ଛେଦ କରାଯିବ । ତେବେ ଯାଇ ମୃତ୍ୟୁର କାରଣ ସ୍ପଷ୍ଟ  ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।  

କୁମ୍ଭୀରଟି ଅସୁସ୍ଥ ହେବା ସହିତ ଠିକ ଭାବରେ ଖାଦ୍ୟ ଗ୍ରହଣ କରୁନଥିଲା । ତେଣୁ ପ୍ରାଣୀ ଚିକିତ୍ସକ ମାନେ ରହୁଥିବା ଖୁଆଡ଼ରେ ତାର ସ୍ୱାସ୍ଥ୍ୟ ପରୀକ୍ଷା  କରିବା ସହିତ ତାକୁ ଭିଟାମିନ ଓ ଆଣ୍ଟିବାୟୋଟିକ ଦେଉଥିଲେ । ଦିନକୁ ଦିନ ଅଧିକ ଅସୁସ୍ଥ ହେବାରୁ ପ୍ରାଣୀ ଚିକିତ୍ସକମାନେ ବିଭିନ୍ନ ପରିକ୍ଷା କରିବାରୁ ତା ପେଟରେ ଅଣ୍ଡା ଥିବା ଜଣିବାକୁ ପାଇଥିଲେ । ତେବେ କୁମ୍ଭୀରଟି ପ୍ରଥମ ଥର ଅଣ୍ଡା ଦେଉଥିବାରୁ ଓ ସେ ଅଣ୍ଡା ଦାନ କରି ନପାରିବାରୁ ତାକୁ ପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇଥିଲା । ଓୟୁଏଟିରୁ ଏକ ଟିମ୍‌ ଆସି କୁମ୍ଭୀରର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ବିଭିନ୍ନ ପରୀକ୍ଷା କରିଥିଲେ। କୁମ୍ଭୀରଟି ସମ୍ପୁର୍ଣ୍ଣ ସୁସ୍ଥ ହୋଇନଥିଲେ ମଧ୍ୟ କର୍ତ୍ତୃପକ୍ଷ ତାକୁ ପୂର୍ବରୁ ରହୁଥିବା ଖୁଆଡ଼ରେ ଶନିବାର ଅପରାହ୍ନରେ ଛଡ଼ିଦେଇଥିଲେ।

Copyright © 2022 - Summa Real Media Private Limited. All Rights Reserved.