ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ସ୍କୁଲ ଶିକ୍ଷକଙ୍କ ଟ୍ରେନିଂ ଲାଗି ବାର୍ଷିକ ୧ ବିଲିୟନ୍‌ ଡଲାର ଖର୍ଚ୍ଚ କରିବାକୁ ନାରାୟଣ ମୂର୍ତ୍ତିଙ୍କ ପରାମର୍ଶ

ନୂଆଦିଲ୍ଲୀ: ସ୍କୁଲ ଶିକ୍ଷକଙ୍କୁ ଭଲ ପ୍ରଶିକ୍ଷଣ ଦେବା ଲାଗି ପ୍ରତିବର୍ଷ ଏକ ବିଲିୟନ୍‌ ଡଲାର ଅର୍ଥ ଖର୍ଚ୍ଚ କରିବାର ଆବଶ୍ୟକତା ଥିବା କହିଛନ୍ତି ଇନଫୋସିସିର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି । ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଭାରତ ସମେତ ବିଶ୍ବସ୍ତରରୁ ୧୦ ହଜାର ଅବସରପ୍ରାପ୍ତ ଉଚ୍ଚ ଅଭିଜ୍ଞାତା ସଂପନ୍ନ ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ପଡ଼ିବ । ଆମ ଶିକ୍ଷମାନଙ୍କୁ ଆମେ ସମ୍ମାନ ଦେବା ଦରକାର ବୋଲି କହିବା ସହ ସେମାନଙ୍କର ଦରମା ବଢ଼ାଇବା ଜରୁରୀ ବୋଲି ସେ କହିଛନ୍ତି । ବିଶେଷ କରି ଶିକ୍ଷା କ୍ଷେତ୍ରରେ ଗବେଷଣା କରିବା ଉପରେ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ଥିବା କଥା କହିଛନ୍ତି ସଫ୍ଟଓ୍ବାୟର ଟାଇକୁନ୍‌ ନାରାୟଣ ମୂର୍ତ୍ତି ।  

 ଯୁବପିଢ଼ିଙ୍କ ପାଇଁ ଶିକ୍ଷକମାନେ ଆଦର୍ଶ । ଏଥିଲାଗି ୨୦୦୯ରେ ଇନଫୋସିସି ପକ୍ଷରୁ ଏକ ପୁରସ୍କାର ବିତରଣ ଉତ୍ସବର ଆୟୋଜନ ହୋଇଥିଲା । ଭାରତରେ ଗବେଷଣାକୁ ଆଗକୁ ନେବା ପାଇଁ ଏହା ଛୋଟ ପ୍ରୟାସ ବୋଲି ସେ କହିଛନ୍ତି । ସେପଟେ ଜାତୀୟ ଶିକ୍ଷା ପଲିସି (ଏନଇପି)କୁ ଆଗକୁ ନେବା ପାଇଁ ୧୦ ହଜାର ଅବସରପ୍ରାପ୍ତ ଉଚ୍ଚ ଅଭିଜ୍ଞତା ସଂପନ୍ନ ଶିକ୍ଷକଙ୍କୁ ଡାକି ଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିୟୋଜିତ କରିବା ଏକ ଭଲ ଉପାୟ ସାବ୍ୟସ୍ତ ହେବ । ଏହି ସବୁ ଶିକ୍ଷକଙ୍କୁ ବିକଶିତ ରାଷ୍ଟ୍ର ଏବଂ ଭାରତର ଷ୍ଟେମ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) ବିଭାଗରୁ ନେବାକୁ ନାରାୟଣ ମୂର୍ତ୍ତି ପରାମର୍ଶ ଦେଇଛନ୍ତି ।

ପ୍ରତି ୪ ଜଣ ଅଭିଜ୍ଞ ଶିକ୍ଷକ ୧୦୦ ଜଣ ପ୍ରାଥମିକ ଶିକ୍ଷକ ଏବଂ ୧୦୦ ଜଣ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେଇପାରିବେ । ଏହି କ୍ରମରେ ୨.୫ ଲକ୍ଷ ପ୍ରାଥମିକ ଏବଂ ୨.୫ ଲକ୍ଷ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କୁ ପ୍ରଶିକ୍ଷଣ ମିଳିପାରିବ ବୋଲି ସେ  ଦାବି କରିଛନ୍ତି । ସେପଟେ ବର୍ଷକରେ ୫ ଲକ୍ଷ ଶିକ୍ଷକ ଟ୍ରେନଡ୍‌ ହୋଇଯିବା ପରେ ସେମାନେ ଆଗାମୀ ୫ ବର୍ଷ ମଧ୍ୟରେ ଲକ୍ଷାଧିକ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେଇପାରିବେ ବୋଲି ନାରାୟଣ ମୂର୍ତ୍ତି କହିଛନ୍ତି । 

ତେବେ ଏହି କାର୍ଯ୍ୟକ୍ରମ ଲାଗି ପ୍ରତି ବର୍ଷ ଏକ ବିଲିୟନ୍‌ ଡଲାର ହିସାବରେ ୨୦ ବର୍ଷ ପାଇଁ ୨୦ ବିଲିୟନ୍‌ ଡଲାର ଖର୍ଚ୍ଚ ହେବ । ଆମ ଦେଶ ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତି ହେବାକୁ ଯାଉଥିବା ବେଳେ ଏହି ଅର୍ଥ ସେତେଟା ଚାପ ସୃଷ୍ଟି କରିବ ନାହିଁ ବୋଲି ସେ କହିଛନ୍ତି । 

 

 

 

 

 

  • Teacher
  • Copyright © 2022 - Summa Real Media Private Limited. All Rights Reserved.