ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ

ଭୁବନେଶ୍ୱର, ୨୮।୨ :  ବିର୍ଲା ଗ୍ଲୋବାଲ୍ ୟୁନିଭରସିଟି (ବିଜିୟୁ) ରେ ବିର୍ଲା ସ୍କୁଲ ଅଫ୍ ଆପ୍ଲାଏଡ୍ ସାଇନ୍ସ, ତରଫରୁ ଫେବୃଆରୀ ୨୮ ରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଛି । ଏଥିରେ ବୈଜ୍ଞାନିକ, ଗବେଷଣାକାରୀ, ଶିକ୍ଷାବିତ୍, ଛାତ୍ର-ଛାତ୍ରୀ ଯୋଗ ଦେଇଥିଲେ  । ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନର ପୂର୍ବତନ ପ୍ରଫେସର ଏଲ୍. ପି. ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ଅଧ୍ୟକ୍ଷ ତଥା ପ୍ରାଣୀ ବିଜ୍ଞାନ ପ୍ରଫେସର ଲୁନା ସାମନ୍ତ, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

 ପ୍ରଫେସର ଏଲ୍ ପି ସିଂ  କହିଥିଲେ ଯେ ପ୍ରାଚୀନ କାଳରୁ କୋଣାର୍କ ମନ୍ଦିରର ଉଦାହରଣ ଏବଂ ପଛରେ ଥିବା ବୈଷୟିକ ଜ୍ଞାନକୌଶଳ ଦେଖି ଟେକ୍ନୋଲୋଜିର ବ୍ୟବହାର ଉପରେ ଧ୍ୟାନ ଦେଇଥିଲେ। ପ୍ରଫେସର ଲୁନା ସାମନ୍ତ ନିଜ ଭାଷଣରେ  ବିଜ୍ଞାନ କିପରି ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରୁଛି ତାହା ବ୍ୟାଖ୍ୟା କରିଥିଲେ।

ବିର୍ଲା ଗ୍ଲୋବାଲ୍ ୟୁନିଭରସିଟିର କୁଳପତି ପ୍ରଫେସର ପି. ପି. ମାଥୁର ଛାତ୍ରମାନଙ୍କୁ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ଉତ୍ସାହିତ କରିଥିଲେ। ବି.ଜି.ୟୁ.ର ରେଜିଷ୍ଟ୍ରାର୍ ପ୍ରଫେସର ବି.କେ. ଦାସ ଛାତ୍ରମାନଙ୍କୁ ବିଜ୍ଞାନ ଏବଂ ଏହାର ସାମ୍ପ୍ରତିକ ଅଗ୍ରଗତି ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ବନ୍ଦିତା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସହ-ସଂଯୋଜକ ଡକ୍ଟର ମନସ୍ୱିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୂଲ ଅଫ୍ ଆପ୍ଲାଏଡ୍ ସାଇନ୍ସ ଦ୍ୱାରା ପରିଚାଳିତ ହାକାଥନ୍ ବିଜେତାଙ୍କୁ ପୁରସ୍କାର ପ୍ରଦାନ ସହିତ ଅତିଥିମାନଙ୍କ ସମ୍ବର୍ଦ୍ଧନା ସହିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.