ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋଆରେ ନର୍ସିଂ କ୍ଷେତ୍ରରେ ଗବେଷଣା ସମ୍ପର୍କିତ ଜାତୀୟ କର୍ମଶାଳା: ସୋଆ କୁଳପତି ପ୍ରଫେସର କହିଲେ ନୂତନ ଗବେଷଣାରେ ମନୋନିବେଶ କର..

ଭୁବନେଶ୍ୱର,୨୫/୦୨: ନର୍ସିଂ କ୍ଷେତ୍ରକୁ ପରିବ୍ୟାପ୍ତ କରିବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣା ଅଧିକ ଗୁରୁତ୍ୱ ରଖୁଛି । ବିଶେଷ କରି ନର୍ସିଂ ଶିକ୍ଷାରେ ଗବେଷଣାର ସର୍ବାଧିକ ଗୁରୁତ୍ୱ ରହିଛି । ଏ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ନୂତନ ଗବେଷଣାରେ ମନୋନିବେଶ କରିବା ଉଚିତ୍‌ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ।

ଶନିବାର ସୋଆ ପରିଚାଳିତ ସମ୍‌ ନର୍ସିଂ କଲେଜ ପକ୍ଷରୁ ଆୟୋଜିତ ‘ଲିଡିଙ୍ଗ୍‌ ଇନୋଭେସନ୍‌ ଇନ୍‌ ରିଭାମ୍ପିଙ୍ଗ ଭାରିୟସ୍‌ ନର୍ସିଂ ରିସର୍ଚ୍ଚ ଡିଜାଇନ୍‌ସ' ଶୀର୍ଷକ ଏକଦିବସୀୟ ଜାତୀୟ କର୍ମଶାଳା ଏନ୍‌ସିଓଏନ୍‌ଏସ୍‌ଏନ୍‌ସି -୨୦୨୪ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ନନ୍ଦ କହିଥିଲେ ଯେ, ଗବେଷଣାକୁ ସୋଆ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ଏଠାରେ ୫୦୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ କର୍ମଶାଳା ଆୟୋଜିତ ହୋଇଛି । ଗବେଷଣା କ୍ଷେତ୍ରରେ ଗୁଣାବତ୍ତାର ଅଧିକ ଆବଶ୍ୟକତା ଥିବା ପ୍ରଫେସର ନନ୍ଦ କହିଛନ୍ତି ।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମ୍‌ସ କଲେଜ ଅଫ୍‌ ନର୍ସିଂ ଅଧ୍ୟକ୍ଷା ପ୍ରଫେସର ଆଶା ପି ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆ ଏଭଳି କର୍ମଶାଳା ଆୟୋଜନ କରିଥିବାରୁ ଆନନ୍ଦ ବ୍ୟକ୍ତ କରିଥିଲେ । ନର୍ସିଂ ଭଳି ବୃତ୍ତିରେ ଯେଉଁଠାରେ ସେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ସେଭଳି କ୍ଷେତ୍ରରେ ଗବେଷଣାର ଅନେକ ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । କର୍ମଶାଳା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏସ୍‌ଏନ୍‌ସି ଡିନ୍‌ ପ୍ରଫେସର ପ୍ରଭାତୀ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆସୋସିଏଟ୍‌ ଡିନ୍‌ ପ୍ରଫେସର ସସ୍ମିତା ଦାସ କର୍ମଶାଳା ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲାବେଳେ ଅର୍ଗାନାଇଜିଂ ସେକ୍ରେଟାରୀ ପ୍ରତିଭା ଖୋସ୍‌ଲା ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.