ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

କୁର୍ତ୍ତା-ପାଇଜାମାରେ ଦେଖିବାକୁ ମିଳିବେ ନୌସେନାର ଯବାନ, ପାରମ୍ପାରିକ ପରିଧାନ ପାଲଟିବ ନୂଆ ଡ୍ରେସ୍ କୋଡ୍

ନୂଆଦିଲ୍ଲୀ,୬।୯:  ଦେଶରେ ବର୍ତ୍ତମାନ ଭାରତ ବନାମ ଇଣ୍ଡିଆ ବିବାଦ ଜାରି ରହିଛି। ଜି-୨୦ ବୈଠକକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯିବା ପରେ ବିରୋଧି ଏବେ ଦରକାରଙ୍କ ଉପରେ ଆକ୍ରାମକ ହୋଇଛନ୍ତି। ତାଙ୍କ କହିବା ଅନୁସାରେ, ସରକାର ଦେଶର ନାଁ ବଦଳାଇବାକୁ ଯାଉଛନ୍ତି। ଉଲ୍ଲେଖନୀୟ ଯେ, ବିରୋଧି ନିଜ ମେଣ୍ଟର ନାଁ ‘ଇଣ୍ଡିଆ’ ରଖିଛନ୍ତି। ଏହା ଭିତରେ ଭାରତୀୟ ନୌସେନାର ଯବାନଙ୍କୁ ପାରମ୍ପାରିକ ଭାରତୀୟ ପରିଧାନ ପିନ୍ଧିବାର ଅନୁମତି ଦେବାର ମଧ୍ୟ ଚର୍ଚ୍ଚା ଚାଲିଛି। ଯଦି ଏହି ଡ୍ରେସ୍ କୋଡ୍ ଲାଗୁ ହେବ ତେବେ ଭୋଜନାଳୟ ଓ ଓ୍ବାର୍ଡରୁମ୍‌ରେ ଯବାନ ଓ ଅଧିକାରୀ ଭାରତୀୟ ପୋଷାକରେ ନଜର ଆସିବେ। ଉଲ୍ଲେଖନୀୟ ଯେ, ଏପର୍ଯ୍ୟନ୍ତ ସେନାରେ ଭାରତୀୟ ପୋଷାକକୁ ପିନ୍ଧିବାର ଅନୁମତି ନଥିଲା। 

ନୌସେନାର ତିନି ଦିନିଆ କନଫ୍ରେସ୍‌ ବ୍ୟତୀତ ନ୍ୟାସନାଲ ସିଭିଲ ଡ୍ରେସ୍‌ର ମଧ୍ୟ ପ୍ରଦର୍ଶନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟଙ୍କ ଆଗରେ ଏହି ପୋଷାକକୁ ପ୍ରଦର୍ଶିତ କରାଯାଇଛି ଯେଉଁଥିରେ କୁର୍ତ୍ତା ପାଇଜାମା, ଫର୍ମାଲ ଓ୍ବେଷ୍ଟକୋଟ୍‌, ଚୁଡିଦାର ଓ ସୁଟ୍ ସାମିଲ ଥିଲା। ତେବେ ଏହି ପରିଧାନକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଶୀର୍ଷ ଅଧିକାରୀଙ୍କ ଆଗରେ ବିଚାର ପାଇଁ ଏହି ପ୍ରସଙ୍ଗ ନିଶ୍ଚୟ ରଖାଯିବ।

ସେନାରେ ଇଂରେଜ ସମୟରୁ ହିଁ ଭାରତୀୟ ପୋଷାକକୁ ଅନୁମତି ନଥିଲା। ଯବାନଙ୍କ ସହ ଅତିଥି ମଧ୍ୟ ସେନାର ଭୋଜନାଳୟରେ ଭାରତୀୟ ପୋଷାକ ପିନ୍ଧିକି ଯାଉ ନଥିଲେ। ତେବେ ପାଶ୍ଚାତ୍ୟ ସଂସ୍କୃତିକୁ ହଟାଇବାରେ ନୌସେନା ସବୁଠାରୁ ଆଗରେ ନଜର ଆସୁଛି। ଗତ ବର୍ଷ ଡିସେମ୍ବରରେ ନୌସୋ ମୁଖ୍ୟ ଆଡମିରାଲ ଆର ହରି କୁମାର କହିଥିଲେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ପଞ୍ଚପ୍ରାଣର ଆଲୋଚନା କରିଥିଲେ। ଏଥିରେ ଗୋଲାମୀ ମାନସିକତାରୁ ମୁକ୍ତି ମଧ୍ୟ ସାମିଲ ଥିଲା। 

Indian army
navy
dresscode

Copyright © 2022 - Summa Real Media Private Limited. All Rights Reserved.