ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଯୋଗଦେଲେ ନୂଆ ଜିଲ୍ଲାପାଳ: ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ଓ ଜୀବିକା ନିର୍ବାହ ପ୍ରତି ଗୁରୁତ୍ୱ ଦିଆଯିବା ସହ ଜିଲ୍ଲାର ବିକାଶକୁ ପ୍ରାଥମିକତା ଦିଆଯିବ: ନୂତନ ଜିଲ୍ଲାପାଳ

ମାଲକାନଗିରି,୧।୨(ଆପ୍ର): ମାଲକାନଗିରି ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ  ସଚିନ ପାୱାର ନିଯୁକ୍ତି ହୋଇ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଜି ସେ ପ୍ରମେୟକୁ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ‘ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ଜୀବିକା ନିର୍ବାହ ପ୍ରତି ଗୁରୁତ୍ୱ ଦିଆଯିବା ସହ ଜିଲ୍ଲାର ବିକାଶକୁ ପ୍ରାଥମିକତା ଦିଆଯିବ । 

ମାଲକାନଗିରିର ନୂତନ ଜିଲ୍ଲାପାଳ ଭାବେ ୨୦୧୯ ଆଇଏଏସ ବ୍ୟାଚର ସଚିନ ପାୱାର ଗତ ୩୦ ତାରିଖ ଦିନ କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀ ପାୱାର ଅନୌପଚାରିକ ସାକ୍ଷାତ ସମୟରେ ସେ ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ଓ ଗରିବ ଲୋକଙ୍କ ଜୀବିକା ନିର୍ବାହ ପ୍ରତି ଗୁରୁତ୍ୱ ଦେବେ ଓ ଜିଲ୍ଲାର ବିକାଶକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ ନିର୍ମାଣ ସହ ଅନ୍ୟାନ ଉନ୍ନତି ମୂଳକ କାର୍ଯ୍ୟପ୍ରତି ଗୁରୁତ୍ୱ ଦିଆଯାଇ ଜିଲ୍ଲାକୁ ରାଜ୍ୟର ଏକ ନମ୍ବର ଜିଲ୍ଲା ଭାବେ ପ୍ରତିଷ୍ଠା କରିବେ ବୋଲି ମତ ଦେଇଛନ୍ତି । ସେ ଆହୁରି କହିଛନ୍ତି, ପୂର୍ବରୁ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଅଧୁରା କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରାଯିବ । ଜିଲ୍ଲାର ଉନ୍ନତି ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ସହିତ ଜିଲ୍ଲାବାସୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଯୋଗ ନିତାନ୍ତ ଜରୁରୀ ବୋଲି ସ୍ୱତନ୍ତ୍ର ସାକ୍ଷାତକାରରେ ଆମ ପ୍ରତିନିଧିଙ୍କୁ କହିଛନ୍ତି । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.