ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୂଆ ପ୍ରକାଶ ପାଇବ ଏନ୍‌ସିଇଆର୍‌ଟି ୩ୟ, ୬ଷ୍ଠ ଶ୍ରେଣୀ ବହି, ଆସନ୍ତା ଶିକ୍ଷା ବର୍ଷରୁ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର ୨୭/୦୨: ଏନ୍‌ସିଇଆର୍‌ଟି ପକ୍ଷରୁ ତୃତୀୟ ଓ ଷଷ୍ଠ ଶ୍ରେଣୀର ନୂଆ ପୁସ୍ତକ ପ୍ରକାଶ  ପାଇବ । ଆସନ୍ତା ୨୦୨୪-୨୫ ଶିକ୍ଷା ବର୍ଷରେ ଏହି ପୁସ୍ତକ ପ୍ରକାଶିତ ହେବ । ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ନ୍ୟାସନାଲ୍‌ କରିକୁଲମ୍‌ ଫ୍ରେମ୍‌ୱାର୍କ ଆଧାରରେ ଏହି ପୁସ୍ତକ  ପ୍ରସ୍ତୁତ କରାଯାଉଛି । କେନ୍ଦ୍ର ଶିକ୍ଷା  ମନ୍ତ୍ରଣାଳୟ ପକ୍ଷରୁ ଏହି ପୁସ୍ତକ  ପ୍ରସ୍ତୁତି ପାଇଁ ଅଧିକ ପ୍ରାଥମିକତା ଦିଆଯାଉଛି । ଏଥିସହ ପ୍ରଥମ ଓ  ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ଏନ୍‌ସିଇଆର୍‌ଟି ନୂଆ ପୁସ୍ତକ ପ୍ରସ୍ତୁତି  କରିଛି ।  

ସୂଚନାଯୋଗ୍ୟ, ପିଲାଙ୍କୁ  ସୁହାଇବା ଏବଂ ସମୟ ଉପଯୋଗୀ ଆବଶ୍ୟକତାକୁ ପୁସ୍ତକରେ ଗୁରୁତ୍ୱ ଦିଆଯିବ। ପିଲାଙ୍କୁ ପ୍ରାଥମିକ ଶ୍ରେଣୀରୁ ଦକ୍ଷ କରିବା ଏବଂ ପାଠପଢ଼ା ବୋଝକୁ ହାଲୁକା କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.