ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ

ଦୁବାଇ,୦୮/୧୨: ଆସନ୍ତା ବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଆଇସିସି ଲୋଗୋ ଉନ୍ମୋଚନ କରିଛି । ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜନ କରିବାକୁ  ଯାଉଛନ୍ତି । ଆସନ୍ତା ବର୍ଷ ଜୁନ୍‌ ୪ ତାରିଖରୁ ବିଶ୍ୱକପ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ । ଏଥର ମୋଟ୍‌ ୨୦ଟି ଦଳକୁ ନେଇ ବିଶ୍ୱକପ୍‌ ଆୟୋଜନ କରାଯାଉଛି । ୨୬ଦିନରେ ମୋଟ୍‌ ୫୫ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ସେହିପରି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆସନ୍ତା ବର୍ଷ ସେପ୍ଟେମ୍ବର- ଅକ୍ଟୋବରରେ ଅନୁଷ୍ଠିତ ହେବ । ବାଂଲାଦେଶ ବିଶ୍ୱକପ୍‌ ଆୟୋଜନ କରିବ ।  

ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ କରାଯାଇଥିବା  ଲୋଗୋରେ ବ୍ୟାଟ୍‌, ବଲ୍‌ ଓ ବିଜୁଳିକୁ ଚିତ୍ରିତ  କରାଯାଇଛି । ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ବ୍ୟାଟ୍‌  ଓ ବଲ୍‌ର ସଂଘର୍ଷ ଦର୍ଶକଙ୍କ ଉତ୍କଣ୍ଠା ବଢାଇ  ଦେଇଥାଏ । ସମଗ୍ର ଷ୍ଟାଡ଼ିୟମ୍‌ ଦର୍ଶକଙ୍କ ଉତ୍ସାହରେ ଷ୍ଟାଡ଼ିୟମର ପରିବେଶ ବଦଳି ଯାଏ । ମ୍ୟାଚ୍‌ର ପ୍ରତିଟି ମୁହୂର୍ତ୍ତ ବିଜୁଳି ଆଲୋକ ଭଳି କ୍ରିକେଟ୍‌ପ୍ରେମୀଙ୍କ ଉତ୍ସାହକୁ  ଉଜ୍ଜ୍ୱଳ କରିଦିଏ । ତେଣୁ ଲୋଗୋରେ ମ୍ୟାଚ୍‌ର  ଉତ୍ସାହ ଉଦ୍ଦୀପନାକୁ ସ୍ଥାନିତ କରାଯାଇଛି ।

Also Read :-

ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ୍‌: ତେଜିଲା ଗମ୍ଭୀର-ଶ୍ରୀସନ୍ଥ ବିବାଦ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.