ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁମ୍ବାଇ ଆକ୍ରମଣର ମାଷ୍ଟର୍ ମାଇଣ୍ଡ୍ ଗଢ଼ିଲା ନୂଆ ଦଳ, ପାକିସ୍ତାନ ନିର୍ବାଚନରେ ପ୍ରାର୍ଥୀ ହେଲେ ହାଫିଜ୍ ସୟଦର ବିଶ୍ୱସ୍ତ ଓ ସମ୍ପର୍କୀୟ

ଇସଲାମାବାଦ, ୦୫/୦୨: ଫେବ୍ରୁଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ । ଆଉ ନିର୍ବାଚନ ମୈଦାନକୁ ଓହ୍ଲାଇଛି ମରକଜି ମୁସଲିମ୍ ଲିଗ୍ ନାମକ ନୂଆ ଦଳ । ଏହି ରାଜନୈତିକ ଦଳ ଗଢ଼ିଛି ୨୦୦୮ ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ହାଫିଜ୍ ସୟଦ । ଭାରତ ସହ ବିଶ୍ୱର ବିଭିନ୍ନ ରାଷ୍ଟ୍ର ହାଫିଜ୍ ସୟଦ ଉପରେ ଲଗାଇଥିବା ପ୍ରତିବନ୍ଧକରୁ ବର୍ତ୍ତିବା ଲାଗି ନୂଆ ଦଳ ପ୍ରତିଷ୍ଠା କରିଛି ।

ରିପୋର୍ଟ ଅନୁସାରେ, ମରକଜି ମୁସଲିମ୍ ଲିଗ୍ ପାକିସ୍ତାନର ବିଭିନ୍ନ ଆସନରେ ପ୍ରାର୍ଥୀ ଦେଇଛି । ଯେଉଁମାନଙ୍କ ସମ୍ପର୍କ ଆତଙ୍କବାଦୀ ହାଫିଜ୍ ସୟଦ ସହ ରହିଛି ଅଥବା ସେମାନେ ତାର ସମ୍ପର୍କୀୟ । ଏମାନେ ପୂର୍ବରୁ ପ୍ରତିବନ୍ଧିତ ଲସ୍କର ଏ ତୋଏବା, ଜମାତ ଉଦ୍ ଦାବା (JUD) ଏବଂ ମିଲ୍ଲି ମୁସଲିମ୍ ଲିଗ୍ ସହ ଜଡ଼ିତ ଥିଲେ ବୋଲି ବିବିସି ରିପୋର୍ଟରେ ଉଲ୍ଲେଖ କରିଛି ।

ଏବେ ଲାହୋରର ଏକ ଜେଲରେ ଅଛି ହାଫିଜ୍ ସୟଦ । ପାକିସ୍ତାନର ଆତଙ୍କବାଦୀ ବିରୋଧୀ ଅଦାଲତ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ହାଫିଜକୁ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ୨୦୦୮ ଡିସେମ୍ବର ୧୦ରେ ଜାତିସଂଘ ହାଫିଜ୍ ସୟଦଙ୍କୁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ୍ କରିଥିଲା । 

ଏବେ ହାଫିଜ୍ ସୟଦ ଜେଲରେ ଥିବା ବେଳେ ତାର ନୂଆ ଦଳ ମରକଜି ମୁସଲିମ୍ ଲିଗ୍ ଜେୟୁଡିର ନୂଆ ରାଜନୈତିକ ଚେହେରା ହୋଇଛି । ତେବେ ଦଳର ଜଣ ମୁଖପାତ୍ର ହାଫିଜର ସଂଗଠନ ସହ କୌଣସି ବି ସମ୍ପର୍କ ଥିବା କଥାକୁ ଅଗ୍ରାହ୍ୟ କରି ଦେଇଛନ୍ତି । 

ହାଫିଜ୍ ସଇଦର ପୁଅ ହାଫିଜ୍ ତଲ୍ହା ସଇଦ୍, ମରକଜି ମୁସଲିମ୍ ଲିଗ୍ ପକ୍ଷରୁ ନିର୍ବାଚନରେ ପ୍ରାର୍ଥୀ ହୋଇଛି । ଲାହୋରର ନିର୍ବାଚନ କ୍ଷେତ୍ର ଏନ୍ଏ-୨୨ରୁ ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛି । ସେହିଭଳି ହାଫିଜର ଜ୍ୱାଇଁ ହାଫିଜ୍ ନେକ ଗୁଜ୍ଜର ମଧ୍ୟ ମରକଜି ମୁସଲିମ୍ ଲିଗ୍ ପକ୍ଷରୁ ପ୍ରାନ୍ତୀୟ ବିଧାନସଭା କ୍ଷେତ୍ର ପିପି-୧୬୨ରୁ ନିର୍ବାଚନ ଲଢ଼ୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.