ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ନୀଳଗିରି ଯୁବ ମହୋତ୍ସବ ମହାସମାରୋହରେ ଉଦଯାପିତ

ନୀଳଗିରି,୧୨/୨ : ନୀଳଗିରିରେ ୪ଦିନିଆ ଯୁବ ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୀଳଗିରି ଏସଡ଼ିପିଓ ସରୋଜ ଉପାଧ୍ୟାୟ ଯୋଗଦେଇଥିଲେ । ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକଙ୍କ ସମେତ ବହୁ ପ୍ରତିଭାକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହପରି ଓରମାସ ତରଫରୁ ଷ୍ଟଲରେ ପଡ଼ିଥିବା ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନ୍ନିତ କରାଯାଇଥିଲା । ମାଲଖମ୍ବ ଓ ବିଭିନ୍ନ କ୍ଷେତ୍ରରେ କଳା ପ୍ରଦର୍ଶନ କରାଯାଇଥିଲା।ବଲିଉଡ ସିଙ୍ଗର ବିଜୟ ଲକ୍ଷ୍ମୀଙ୍କ ସୁମଧୁର କଣ୍ଠରୁ ୨୫ହଜାରରୁ ଊର୍ଦ୍ଧ୍ବ ଦର୍ଶକ ବେଶ ଝୁମି ଉଠିଥିଲେ। 

ସିନେତାରକା ଶିବାନୀ ସଙ୍ଗୀତା ଓ ସ୍ୱରାଜ ବାରିକ ବେଶ ମନୋରଞ୍ଜନ ଯୋଗଦେଇଥିଲେ। ସେହିଭଳି ତୃତୀୟ ସନ୍ଧ୍ୟା ମହାସମାରୋହରେ ଅନୁଷ୍ଠିତ ହୋଇଛି । କନଭେନର ବ୍ରଜକିଶୋର ପାଣି, ତାପସ ପରିଡ଼ା, ଚନ୍ଦ୍ରବିନ୍ଦୁ ଦାସ, ମାନସ ପରିଡାଙ୍କ ସମେତ ସମସ୍ତ ସଦସ୍ୟ ମଂଚାସୀନ ରହି ଉତ୍ସବକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଇରା ମହାନ୍ତି ଓ ସତ୍ୟଜିତ ଜେନାଙ୍କ ସୁମଧୁର କଣ୍ଠରୁ ହଜାର ହଜାର ଦର୍ଶକମାନେ ବେଶ ଝୁମିବା ସହ ଅନୁଗୁଳିଆ ବଣ୍ଟି ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଥିଲେ। 

ଚଳିତବର୍ଷ ମିଶନଶକ୍ତି ମହିଳାଙ୍କ ଦ୍ଵାରା ଷ୍ଟଲ ଓ ପ୍ରତିରକ୍ଷା ବିଭାଗ ଦ୍ଵାରା କ୍ଷେପଣାସ୍ତ୍ର ପ୍ରଦର୍ଶନ ବେଶ ଅକର୍ଷଣର କେନ୍ଦ୍ର ପାଲଟିଥିଲା । ଏହି ମହୋତ୍ସବରେ ବ୍ରଜକିଶୋର ପାଣି, ତାପଶ ପରିଡା, ଚନ୍ଦ୍ରବିନ୍ଦୁ ଦାସ, ମାନସ ପରିଡ଼ା, ଗୟାଧର ବେହେରା, ମାନସ ଜେନା, ରମେଶ ସ, ଭାରତ ବିଶ୍ଵାଳ, ଚିତ୍ତ ରଞ୍ଜନ ନାୟକ, ବନୋଜ ବିଶ୍ୱାଳ, ମନୋରଞ୍ଜନ ମୁନି, ପାପୁନା ପରିଛା, ବିସ୍ମୟ ମଲ୍ଲିକ, ମଦନ ନାଥ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.