ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

୨୮ରୁ ପ୍ରଥମ ସୋଆ ଅନ୍ତର୍ଜାତୀୟ ଗ୍ରାଣ୍ଡ୍‌ମାଷ୍ଟର୍ସ ଚେସ୍‌ ଉତ୍ସବ: ଯୋଗଦେବେ ୧୪ ଦେଶ, ୯ ଗ୍ରାଣ୍ଡ୍‌ମାଷ୍ଟର, ୨୪ ଆଇଏମ୍

ଭୁବନେଶ୍ୱର, ୨୬/୦୧: ପ୍ରଥମ ସୋଆ  ଅନ୍ତର୍ଜାତୀୟ ଗ୍ରାଣ୍ଡ୍‌ମାଷ୍ଟର୍ସ ଚେସ୍‌ ଉତ୍ସବ ଆସନ୍ତା ୨୮  ତାରିଖରୁ ଆରମ୍ଭ ହେବ । ଏ ପର୍ଯ୍ୟନ୍ତ ପ୍ରତିଯୋଗିତାରେ  ୧୪ଟି ଦେଶରୁ ୯ ଜଣ ଗ୍ରାଣ୍ଡମାଷ୍ଟର ଏବଂ ୨୪ ଜଣ  ଇଣ୍ଟରନ୍ୟାସନାଲ ମାଷ୍ଟର (ଆଇଏମ୍‌) ସାମିଲ  ହେବା ନେଇ ନାମ ପଞ୍ଜୀକରଣ କରିଛନ୍ତି । ଗୁରୁବାର  ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଚେସ୍‌ ସଂଘ  (ଏଓସିଏ) ପକ୍ଷରୁ ଏହି ସୂଚନା ଦିଆଯାଇଥିଲା । 

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ  ଏଓସିଏ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ  ମୋଟ ୩୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି ।  ଅନ୍ତର୍ଜାତୀୟ ଚେସ୍‌ ଫେଡେରେସନ୍‌ (ଆଇସିଏଫ୍‌),  ଅଲ୍‌ ଇଣ୍ଡିଆ ଚେସ୍‌ ଫେଡେରେସନ୍‌ (ଏଆଇସିଏଫ୍‌),  ସ୍ପୋର୍ଟ୍ସ ଅଥୋରିଟି ଅଫ୍‌ ଇଣ୍ଡିଆ (ସାଇ) ଏବଂ  ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିଯୋଗିତା  ଆୟୋଜନରେ ସହଯୋଗ ମିଳିଥିବା ଏଓସିଏର  ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର କହିଥିଲେ । 

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ  କୁମାର ନନ୍ଦ କହିଥିଲେ, ‘ବିଶ୍ୱବିଦ୍ୟାଳୟ ପକ୍ଷରୁ  ପ୍ରଥମ ଥର ପାଇଁ ଏଭଳି ଏକ ଆନ୍ତର୍ଜାତିକ କ୍ରୀଡ଼ାର  ଆୟୋଜନ କରାଯାଇଛି । ସୋଆକୁ ଚେସ୍‌ ହବ୍‌ ଭାବେ  ପରିଣତ କରିବା ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ରହିଛି ।  ଆସନ୍ତା ୨୮ରୁ ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ  ହେବାକୁ ଥିବା ଏହି ପ୍ରତିଯୋଗିତାରେ ୧୪ଟି ବିଭିନ୍ନ  ଦେଶରୁ ପ୍ରାୟ ୭୦୦ ଖେଳାଳି ଭାଗ ନେବେ ।’ 

ଶ୍ରୀ ମହାପାତ୍ର କହିଥିଲେ, ‘ଖେଳାଳିମାନଙ୍କୁ  ୩ଟି କ୍ୟାଟେଗୋରୀ ଯଥା-"ଏ', "ବି' ଏବଂ  "ସି' ରେ ବିଭକ୍ତ କରାଯାଇଛି । "ଏ' ବର୍ଗ ପାଇଁ ପୁରସ୍କାର ରାଶି ୨୦ ଲକ୍ଷ ଏବଂ "ବି' ଓ "ସି'  ପାଇଁ ୭.୫ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଛି ।’ ଡେନମାର୍କ, ଇଣ୍ଡୋନେସିଆ, ବାଂଲାଦେଶ, 

ଇରାନ୍‌, ଶ୍ରୀଲଙ୍କା, ଭିଏତନାମ, ବେଲାରୁଷ, ଇଜିପ୍ଟ,  ଫିଲିପାଇନ୍ସ, ଋଷିଆ, କାଜାଖସ୍ତାନ, ଜାମ୍ବିଆ, ନେପାଳ  ଓ ଆୟୋଜକ ଭାରତର ତାରକା ଖେଳାଳିମାନେ ଭାଗ  ନେବା ନେଇ ନାମ ପଞ୍ଜୀକରଣ କରିଛନ୍ତି । ବିଭିନ୍ନ  ଦେଶରୁ ୪ ଗ୍ରାଣ୍ଡମାଷ୍ଟର, ୮ ଜଣ ଆଇଏମ୍‌, ଜଣେ ମହିଳା ଗ୍ରାଣ୍ଡମାଷ୍ଟର ଓ ୩ ଜଣ ମହିଳା ଆଇଏମ୍‌  ଏବଂ ଭାରତରୁ ୫ ଜଣ ଗ୍ରାଣ୍ଡମାଷ୍ଟର, ୧୬ ଆଇଏମ୍‌  ଓ ୬ ଜଣ ମହିଳା ଆଇଏମ୍‌ ସାମିଲ ହେବେ ।  

ଟୁର୍ଣ୍ଣାମେଣ୍ଟରେ ୩ ଜଣ ଟପ୍‌ସିଡ ପୁରୁଷ  ଖେଳାଳିଙ୍କ ମଧ୍ୟରେ ଗ୍ରାଣ୍ଡ୍‌ମାଷ୍ଟର ଦୀପ୍ତାୟନ୍‌  ଘୋଷ (୨୫୬୮), ଆଇଏମ୍‌ ଆରଣ୍ୟକ ଘୋଷ  (୨୫୪୧) ଏବଂ ଇଜିପ୍ଟର ଗ୍ରାଣ୍ଡ୍‌ମାଷ୍ଟର ଫଜି ଅଧାମ୍‌  (୨୫୨୨) ରହିଛନ୍ତି । ସେହିପରି ମହିଳାଙ୍କ ମଧ୍ୟରେ  ଫିଲିପାଇନ୍ସର ମହିଳା ଗ୍ରାଣ୍ଡମାଷ୍ଟର ଫ୍ରେନା ଜେ. ମେ  (୨୧୯୭), ମହିଳା ଆଇଏମ୍‌ ଅର୍ପିତା ମୁଖାର୍ଜୀ  (୨୧୮୬) ଏବଂ ଡେନମାର୍କର ମହିଳା ଫିଡେ ମାଷ୍ଟର  ନିଲସେନ୍‌ ଇ. ଫେଡେରିକା (୨୧୮୪) ଅଛନ୍ତି । 

ଫେବ୍ରୁଆରୀ ୪ ତାରିଖରେ ପୁରସ୍କାର ବିତରଣ  ଉତ୍ସବ ଆୟୋଜିତ ହେବ । ସାମ୍ବାଦିକ ସମ୍ମିଳନୀରେ  ସୋଆର ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି  ରଞ୍ଜନ ଦାସ, ଏଓସିଏର ସମ୍ପାଦକ ଦେବବ୍ରତ ଭଟ୍ଟ,  କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, ମୁକ୍ତିକାନ୍ତ ମହାପାତ୍ର  ଏବଂ ଆର୍ବିଟର ତପନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.