ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆତଙ୍କବାଦ ପରେ ଗଧ, ଆଉ ଏବେ ‘ଭିକାରୀ’ ସପ୍ଲାଏ କରୁଛି ପାକିସ୍ତାନ: ଇରାକ୍‌ ଓ ସାଉଦି ଆରବରେ ଗିରଫ ୯୦ ପ୍ରତିଶତ ପକେଟ ମାର୍‌ ପାକିସ୍ତାନୀ

ଇସଲାମାବାଦ, ୨୮/୦୯: ପାକିସ୍ତାନ ଆତଙ୍କବାଦର ପେଣ୍ଠସ୍ଥଳ ହୋଇଥିବା ବେଳେ ବିଭିନ୍ନ ସମୟରେ ଭାରତ ଏହାର କୁପରିଣାମ ଭୋଗିଛି । ଆତଙ୍କବାଦୀଙ୍କ ପରେ ଚୀନକୁ ଗଧ ରପ୍ତାନୀ କରି ଚର୍ଚ୍ଚାକୁ ଆସିଥିଲା ପାକିସ୍ତାନ । ହେଲେ ଏବେ ନିଜର ଭିକାରୀଙ୍କୁ ଅନ୍ୟ ଦେଶକୁ ପାକିସ୍ତାନ ରପ୍ତାନୀ କରୁଥିବା ନେଇ ଖବର ସମଗ୍ର ବିଶ୍ବରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ପରିସ୍ଥିତି ଏମିତି ହେଲାଣି ଯେ, ସାଉଦି ଆରବ ଭଳି ଦେଶ ପାକିସ୍ତାନକୁ ନିଜର ଭିକାରୀଙ୍କୁ ରୋକିବାକୁ ଅପିଲ କରିଛି ।

Also read: ‘ଇଣ୍ଡିଆ’ ମେଣ୍ଟକୁ ନେଇ କେସିଆରଙ୍କ ଝିଅଙ୍କ କଟାକ୍ଷ, କହିଲେ- ‘କାଲି ରହିବ କି ନାହିଁ ଏହାର କୌଣସି ଗ୍ୟାରେଣ୍ଟି ନାହିଁ’

ଆଶ୍ଚର୍ଯ୍ୟର କଥା ହେଉଛି, ମକ୍କା ମଦିନାରୁ ଗିରଫ ହେଉଥିବା ଅଧିକାଂଶ ପକେଟ ମାର୍‌ କେବଳ ପାକିସ୍ତାନର ବୋଲି ଜଣାପଡ଼ିଛି । ଦେଶରେ ଆର୍ଥିକ ସଂକଟ ଏବଂ ଖାଦ୍ୟାଭାବ ଉତ୍କଟ ହେଉଥିବା ବେଳେ ଭିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି  । ଫଳରେ ବହୁ ସଂଖ୍ୟକ ଭିକାରୀ ପଶ୍ଚିମ ଏସିଆର ଦେଶଗୁଡ଼ିକୁ ଚାଲିଯାଉଥିବା କୁହାଯାଉଛି । ପଶ୍ଚିମ ଏସୀୟ ଦେଶଗୁଡ଼ିକରେ ଗିରଫ ହୋଇଥିବା ଭିକାରୀଙ୍କ ମଧ୍ୟରେ ୯୦ ପ୍ରତିଶତ ପାକିସ୍ତାନୀ ବୋଲି ଜଣାପଡ଼ିଛି । ବିଶେଷ କରି ଏମାନେ ଇରାକ୍‌ ଏବଂ ସାଉଦି ଆରବର ଜେଲ୍‌ରେ ଥିବା ନେଇ କହିଛନ୍ତି ପାକିସ୍ତାନୀ କୂଟନୈତିଜ୍ଞ  ଜୀଶାନ୍ ଖାନଜାଦା ।

ମିଳିଥିବା ସୂଚନା ଅନୁସାରେ, ତୀର୍ଥଯାତ୍ରା କରିବା ବାହାନାରେ ଭିସା ନେଇ ଇରାକ୍ ଏବଂ ସାଉଦି ଆରବ ଭଳି ଦେଶର ବିଭିନ୍ନ ଗଳିରେ ଭିକ ମାଗୁଛନ୍ତି ପାକିସ୍ତାନ ନାଗରିକ । ସିନେଟର ମଞ୍ଜୁର କାକରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଜୀଶାନ୍ ଖାନଜାଦା କହିଛନ୍ତି ଯେ, ପାଖାପାଖି ଏକ କୋଟି ପାକିସ୍ତାନୀ ବିଦେଶରେ ରହୁଛନ୍ତି । ସେଥିମଧ୍ୟରୁ ଅଧିକାଂଶ ଲୋକେ ବିଦେଶରେ ଭିକ ମାଗୁଛନ୍ତି । ମିଡଲ ଇଷ୍ଟ ଦେଶଗୁଡ଼ିକୁ ପାକିସ୍ତାନରୁ ଯାଉଥିବା ବିମାନରେ ଅଧିକ ଭିକାରୀ ଯାତ୍ରା କରୁଛନ୍ତି ବୋଲି ସେ କହିଛନ୍ତି ।

ସେପଟେ ଇରାକ ଏବଂ ସାଉଦି ଆରବର କୂଟନୈତିଜ୍ଞଙ୍କ ଅନୁସାରେ, ଏହି ଦୁଇ ଦଶର ଜେଲ୍‌ରେ ପାକିସ୍ତାନୀ ଭିକାରୀଙ୍କ ସଂଖ୍ୟା ଅଧିକ । ଏଭଳି ତଥ୍ୟ ବିଶ୍ବସ୍ତରରେ ପାକିସ୍ତାନକୁ ଲଜ୍ଜିତ କରୁଛି ବୋଲି ବୈଠକରେ କହିଛନ୍ତି  ଜୀଶାନ୍ ଖାନଜାଦା । ଅନ୍ୟପଟେ ୨୦୨୨ ତୁଳନାରେ ୨୦୨୩ରେ ଗଧମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଚୀନର ଚାହିଦା ବଢ଼ୁଥିବାରୁ ପାକିସ୍ତାନରେ ଗଧ ସଂଖ୍ୟାରେ ବୃଦ୍ଧି ଆସିଛି ବୋଲି କୁହାଯାଉଛି । ତେବେ ପାକିସ୍ତାନରେ ଆର୍ଥିକ ସଂକଟରେ ଚରମରେ ପହଞ୍ଚିଯାଇଛି । ଲୋକମାନେ ଖାଇବାକୁ ପାଉନାହାନ୍ତି । ଏଭଳି ସ୍ଥିତିରେ ଦେଶରେ ନୂଆ ନୀତି ଆଣିବାକୁ ବିଶ୍ବ ବ୍ୟାଙ୍କ ଚେତାବନୀ ଦେଇସାରିଛି । 

  • Pakistan
  • Pakistan Unrest
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.