ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ପାଟନା ୟୁନିଭର୍ସିଟି ସମାରୋହରେ ଖସିଲା ନୀତୀଶଙ୍କ ଗୋଡ଼, ଷ୍ଟେଜ୍ ଉପରେ ପଡିଗଲେ

ପାଟନା,୫।୯: ହଠାତ ଗୋଡ ଖସିଗଲା ଓ ଷ୍ଟେଜ୍ ଉପରେ ପଡିଗଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସିଏମ୍ ନୀତୀଶ କୁମାରଙ୍କ ସହ ଏଭଳି ଏକ ଘଟଣା ମଙ୍ଗଳବାର ପାଟନା ୟୁନିଭର୍ସିଟିରେ ଦେଖିବାକୁ ମିଳିଥିଲା। ଏହି ସମୟରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ମଧ୍ୟ ଷ୍ଟେଜ୍‌ରେ ଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନା ବିଶ୍ବବିଦ୍ୟାଳୟରେ ଗୁରୁ ଦିବସ ଅବସରରେ ନୂତନ ସିନେଟ୍ ହଲ୍‌ର ଲୋକାର୍ପଣ ଏବଂ ଶିକ୍ଷକଙ୍କୁ ସମ୍ମାନ ସମାରୋହରେ ଯୋଗ ଦେବାକୁ ପହଞ୍ଚିଥିଲେ। ନୀତୀଶ ତଳେ ଖସି ପଡିବା ବେଳେ ତାଙ୍କୁ ସୁରକ୍ଷାକର୍ମୀମାନେ ସମ୍ଭାଳି ନେଇଥିଲେ। ଏହି ସମୟରେ ତାଙ୍କୁ କୌଣସି ପ୍ରକାର ଆଘାତ ଲାଗିନଥିଲା, ଅଳ୍ପକେ ସେ ବର୍ତ୍ତି ଯାଇଥିଲେ। ତାଙ୍କର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। 


ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ସକାଳେ ପାଟନା ୟୁନିଭର୍ସିଟି ପହଞ୍ଚିଥିଲେ। ସେଠାରେ ଗୁରୁଦିବସ ଅବସରରେ ସମ୍ମାନ ସମାରୋହର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ରାଜ୍ୟପାଳ ପାଟନା ୟୁନିଭର୍ସିଟିରେ ନୂତନ ସିନେଟ୍‌ ହଲ୍‌ର ମଧ୍ୟ ଲୋକାର୍ପଣ କରିଥିଲେ। ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳଙ୍କ ସହିତ ଯେତେବେଳେ ଷ୍ଟେଜ୍‌ରେ ପହଞ୍ଚିଥିଲେ, ତାଙ୍କ ଗୋଡ ଖସି ଯାଇଥିଲା।

ତା ପରେ ମୁଖ୍ୟମନ୍ତ୍ରୀ ଷ୍ଟେଜ୍ ଉପରେ ପଡି ଯାଇଥିଲେ। ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ସୁରକ୍ଷାକର୍ମୀମାନେ ତାଙ୍କୁ ଟେକି ତୁରନ୍ତ ଠିଆ କରାଇ ନେଇଥିଲେ। ତେବେ ଏହି ସମୟରେ ନୀତୀଶଙ୍କୁ କୌଣସି ଆଘାତ ଲାଗିନଥିଲା। ଏହାପରେ ନୀତୀଶ ସିନେଟ୍ ହଲ୍‌ର ଉଦଘାଟନ କରିବା ସହ ସମାରୋହରେ ଭାଷଣ ଦେଇଥିଲେ।

  • Nitish kumar
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.