ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି ଖେଳା ଯିବାକୁ ଥିବା ଷ୍ଟାଡିୟମରେ ନାହିଁ ବିଦ୍ୟୁତ୍, ୨୦୦୯ରୁ ଦିଆଯାଇନି ବିଲ୍

ରାୟପୁର, ୦୧/୧୨: ଆଉ କିଛି ଘଣ୍ଟା ପରେ ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବପକ୍ଷରେ ଭାରତ ଚତୁର୍ଥ ଟି-ଟ୍ୱେଣ୍ଟି ଖେଳିବ । ତେବେ ମ୍ୟାଚ୍ ପୂର୍ବରୁ ସମସ୍ତଙ୍କୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି । ଷ୍ଟାଡିୟମରେ ବିଦ୍ୟୁତ୍ ନଥିବା ଜଣାପଡ଼ିଛି । ୨୦୦୯ ମସିହାରୁ ବିଦ୍ୟୁତ୍ ବିଲ୍ ଦେୟ ଦିଆଯାଇ ନାହିଁ ।

ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମ ଉପରେ ୩.୧୬ କୋଟି ଟଙ୍କାର ବିଦ୍ୟୁତ୍ ବକେୟା ଗଡ଼ୁଛି । ଯେଉଁଥି ପାଇଁ ୫ ବର୍ଷ ତଳେ ଷ୍ଟାଡିୟମରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆ ଯାଇଥିଲା । ପରେ ଛତିଶଗଡ଼ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ଅନୁରୋଧରେ ଏକ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି । ଯାହାକି କେବଳ ସ୍ପେକ୍ଟାଟର୍ସ ଗ୍ୟାଲେରି ଓ ବକ୍ସକୁ କଭର କରୁଛି ।

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ : ଟେଷ୍ଟ ଦଳକୁ ଫେରିଲେ ବୁମରା, ରାହୁଲ, ଆୟର

ଫଳରେ ଆଜିର ମ୍ୟାଚ୍ ସମୟରେ ଜେନେରେଟର୍ ସାହାଯ୍ୟରେ ଫ୍ଲଡ୍ ଲାଇଟ୍ ଲାଗିବ । ରାୟପୁର ଗ୍ରାମୀଣ ସର୍କଲ ଇନଚାର୍ଜ ଅଶୋକ ଖଣ୍ଡେଲୱାଲ୍ କହିଛନ୍ତି, କ୍ରିକେଟ୍ ଆସୋସିଏସନର ସମ୍ପାଦକ ଷ୍ଟାଡିୟମକୁ ଦିଆ ଯାଇଥିବା ଅସ୍ଥାୟୀ ସଂଯୋଗର କ୍ଷମତା ବଢ଼ାଇବା ଲାଗି ଆବେଦନ କରିଛନ୍ତି ।

ଏବେ ଦିଆ ଯାଇଥିବା ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗର କ୍ଷମତା ୨୦୦ କେଭି । ଏହାକୁ ୧ ହଜାର କେଭି କରିବାକୁ ଆବେଦନ କରାଯାଇଛି । କିନ୍ତୁ ଏ ଦିଗରେ ଏଯାଏଁ କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ୨୦୧୮ରେ ଷ୍ଟାଡିୟମରେ ମାରାଥନ୍ ଆୟୋଜନ ବେଳେ ବିଦ୍ୟୁତ୍ ନଥିବା ଜଣାପଡ଼ିଥିଲା । ସେତେବେଳେ କୁହା ଯାଇଥିଲା ୨୦୦୯ରୁ ବିଦ୍ୟୁତ୍ ବକେୟା ଦିଆଯାଇ ନାହିଁ ।

ଦିନିକିଆ ଓ ଟି-ଟ୍ୱେଣ୍ଟି କ୍ରିକେଟରୁ ଲମ୍ବା ବିରତି ଚାହୁଁଛନ୍ତି ବିରାଟ କୋହଲି

ତେବେ ଷ୍ଟାଡିୟମ୍ ନିର୍ମାଣ ପରେ ପୂର୍ତ୍ତ ବିଭାଗକୁ ଏହାର ରକ୍ଷାଣବେକ୍ଷଣ ଦାୟିତ୍ୱ ଦିଆ ଯାଇଥିଲା । ଯେତେବେଳେ କି ଖର୍ଚ୍ଚ ଅର୍ଥରାଶି ଅର୍ଥ ଖେଳ ବିଭାଗ ଦେବ ବୋଲି ଧାର୍ଯ୍ୟ ହୋଇଥିଲା । ଏବେ ବିଦ୍ୟୁତ୍ ବକେୟାକୁ ନେଇ ଦୁଇ ବିଭାଗ ପରସ୍ପରକୁ ଦୋଷ ଲଦିଛନ୍ତି । ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଉଭୟ ବିଭାଗକୁ ବକେୟା ନେଇ ଏକାଧିକ୍ ବିଲ୍ ପଠାଇଛି, ତଥାପି ଦେୟ ଭରା ଯାଇନି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.