ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଦିନିକିଆ ବିଶ୍ୱକପ୍‌-୨୦୨୩: ଚିନ୍ନାସ୍ୱାମୀରେ ମୁହାଁମୁହିଁ ହେବେ ପାକିସ୍ତାନ - ନ୍ୟୁଜିଲାଣ୍ଡ, ସେମି ଟିକେଟ ପାଇଁ ଲଢ଼େଇ

ବେଙ୍ଗାଲୁରୁ,୦୪/୧୧: ଚଳିତ  ବିଶ୍ୱକପ୍‌ରେ ଶନିବାର ଏକ ଦମ୍‌ଦାର ମୁକାବିଲା ରହିଛି । ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ । ବର୍ତ୍ତମାନ ଏହି ମ୍ୟାଚ୍‌  ଉପରେ ସମସ୍ତଙ୍କ ନଜର ରହିଛି । ଉଭୟ ଦଳ ସେମିରେ ପ୍ରବେଶ କରିବା ପାଇଁ ସଂଘର୍ଷ କରୁଛନ୍ତି । ୮ପଏଣ୍ଟ ହାସଲ କରିସାରିଥିବା ନ୍ୟୁଜିଲାଣ୍ଡ ଶନିବାର ଜିତିଲେ ସେମି ଫାଇନାଲ୍‌ ନିକଟତର ହେବ । ପାକିସ୍ତାନର  ଆଶା ମଉଳିଯିବ । ପାକିସ୍ତାନ ଏହି ମ୍ୟାଚ୍‌  ଜିତିଲେ ମଧ୍ୟ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବ ।  

ସେମିରେ ପ୍ରବେଶ କରିବାକୁ ହେଲେ ପାକିସ୍ତାନକୁ ଶେଷ ୨ଟି ଯାକ ମ୍ୟାଚ୍‌ ଜିତିବା ଜରୁରି । ତେଣୁ ଶନିବାର ବିଜୟ ପାଇଁ  ପାକ୍‌ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ପୂର୍ବ ରେକର୍ଡକୁ ଦେଖିଲେ ପାକିସ୍ତାନର ପଲା ଭାରି ରହିଥିବା ସ୍ପଷ୍ଟହେବ । ଉଭୟ ବିଶ୍ୱକପ୍‌ରେ ପରସ୍ପରକୁ ୯ଥର ଭେଟିଛନ୍ତି ।  ଏଥିରୁ ପାକିସ୍ତାନ ୭ଟି ମ୍ୟାଚ୍‌ ଜିତିଛି ।  କେବଳ ୧୯୮୩ ଓ ୨୦୧୧ ବିଶ୍ୱକପ୍‌ରେ  ପାକିସ୍ତାନ ପରାଜିତ ହୋଇଥିଲା । 

ନ୍ୟୁଜିଲାଣ୍ଡ ଦଳ ଆହତ ସମସ୍ୟା ଦେଇ ଗତି କରୁଛି । ମାଟ୍‌ ହେନରୀ ଆହତ  ହୋଇ ବାଦ ପଡ଼ିଛନ୍ତି । କେନ ୱିଲିୟମସନ,  ଲୋକି ଫର୍ଗୁସନ, ମାର୍କ ଚାପମାନ ଓ ଜିମ୍ମି  ନୀଶମ ପ୍ରମୁଖ ଆହତ ସମସ୍ୟା ଦେଇ ଗତି କରୁଥିଲେ ହେଁ ଆଜି ଅଭ୍ୟାସ କରିଥିବାରୁ  ଦଳ ସାମାନ୍ୟ ଆଶ୍ୱସ୍ତ ହୋଇଛି । ଶନିବାର ୱିଲିୟମସନ ଖେଳିବା  ସମ୍ଭାବନା ରହିଛି । ସେ ଫେରିଲେ ବ୍ୟାଟିଂ  ବିଭାଗ ସୁଦୃଢ ହେବ । ୱିଲ ୟଙ୍ଗ୍‌ ଏକାଦଶରୁ  ବାଦ ପଡ଼ିବେ ଓ ତାଙ୍କ ସ୍ଥାନରେ ରଚିନ ରବିନ୍ଦ୍ର  ପାଳି ଆରମ୍ଭ କରିବେ । ଟ୍ରେଣ୍ଟ ବୋଲ୍ଟଙ୍କ  ଉପରେ ସମସ୍ତଙ୍କ ନଜର ରହିବ । ସେ  ଆଉ ଗୋଟିଏ ୱିକେଟ୍‌ ନେଲେ ବିଶ୍ୱକପ୍‌ରେ  ୫୦ୱିକେଟ୍‌ ପୂରଣ କରିବେ ।

ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ  ପାଇଁ ଅନୁକୂଳ । ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ୍‌ଫିଲ୍ଡ ଯୋଗୁଁ ଏଠାରେ ବିଶାଳ  ସ୍କୋର ହେବା ନିଶ୍ଚିତ । ଅବଶ୍ୟ ଏଠାରେ  ସ୍ପିନରମାନେ ପିଚ୍‌ର ଫାଉଦା ଉଠାଇ  ପାରିବେ । ଦିନ ବେଳା ମ୍ୟାଚ୍‌ ରହିଥିବାରୁ  ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା  ଆଶା କରାଯାଉଛି । 

-: ସମ୍ଭାବ୍ୟ ଦଳ :- 

ନ୍ୟୁଜିଲାଣ୍ଡ: ଡେଭନ କନୱେ, ୱିଲ ୟଙ୍ଗ୍‌,  ରଚିନ ରବିନ୍ଦ୍ର, ଡାରିଲ ମିଚେଲ, ଟମ ଲାଥମ  (ଅଧିନାୟକ), ଗ୍ଲେନ ଫିଲିପ୍ସ, ମିଚେଲ  ସାଣ୍ଟନର, ଜେମ୍ସ ନୀଶମ, କେଲି ଜାମିସନ,  ଟିମ ସାଉଦି/ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ । 

ପାକିସ୍ତାନ: ଅବଦୁଲ୍ଲା ଶଫିକ, ଫଖାର  ଜମାନ, ବାବର ଆଜମ (ଅଧିନାୟକ),  ମହମ୍ମଦ ରିଜୱାନ, ସୌଦ ସକିଲ,  ଇଫତିଖର ଅହମ୍ମଦ, ଆଘା ସଲମାନ,  ଶଦାବ ଖାନ, ମହମ୍ମଦ ୱାସିମ, ସହିନ  ଆଫ୍ରିଦି, ହ୍ୟାରିସ ରୌଫ ।

Copyright © 2022 - Summa Real Media Private Limited. All Rights Reserved.