ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଦିନିକିଆ ବିଶ୍ୱକପ୍‌-୨୦୨୩: ପୁଣେରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ -ବାଂଲାଦେଶ

ପୁଣେ ୧୧।୧୧ :  ଦିନିକିଆ ବିଶ୍ୱକପ୍ ୨୦୨୩ । ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବା ଟୁର୍ଣ୍ଣାମେଣ୍ଟର ୪୩ ତମ ମ୍ୟାଚ୍ । ଶନିବାର ଅଷ୍ଟ୍ରେଲିଆ ଭେଟିବ ବାଂଲାଦେଶ । ସକାଳ ୧୦ ଟା ୩୦ ମିନିଟରେ ଖେଳାଯିବ ମ୍ୟାଚ୍ । ସେହିପରି  ଅପରାହ୍ନ ୨ଟାରେ କୋଲକାତାରେ ଖେଳାଯିବ ଆଉ ଏକ ମ୍ୟାଚ୍ ।

ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ୮ଟି ମୁକାବିଲା ଖେଳିସାରିଛି । ଏଥି ମଧ୍ୟରୁ ୬ଟି ମ୍ୟାଚ୍ରରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜୟ ହୋଇଛି । ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ ଦଳ । ତେବେ ଦଳ ସେମିକୁ ଏଣ୍ଟ୍ରି କରିଥିବା ବେଳେ ଆଜିର ମ୍ୟାଚ୍ ବିଜୟ ସହ ପଏଣ୍ଟ ଲିଗ୍ ପର୍ଯ୍ୟାୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି । 

ସେହିପରି ବାଂଲାଦେଶ ଟିମ୍ ସେମି ରେସ୍‌ରୁ ଆଉଟ୍ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ଟିମ୍ ୮ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୨ଟି ମ୍ୟାଚ୍ରରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ମୋଟ ୪ ଅଙ୍କ ସହ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୮ମ ସ୍ଥାନରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.