ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଦିନିକିଆ ବିଶ୍ୱକପ୍‌-୨୦୨୩: ଶ୍ରେଷ୍ଠ ଖେଳାଳି ଦୌଡ଼ରେ ୪ ଭାରତୀୟ

ଅହମ୍ମଦାବାଦ,୧୯/୧୧: ଆଇସିସି ପକ୍ଷରୁ ବିଶ୍ୱକପ୍‌ର ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ (ଶ୍ରେଷ୍ଠ ଖେଳାଳି) ପୁରସ୍କାର ପାଇଁ ତାଲିକା ଘୋଷଣା କରାଯାଇଛି । ଟୁର୍ଣ୍ଣାମେଣ୍ଟ ସାରା ଚିତ୍ତାକର୍ଷକ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ୯ଜଣ ଖେଳାଳିଙ୍କୁ ବଛା ଯାଇଛି । ଏମାନଙ୍କ ମଧ୍ୟରୁ କେବଳ ଜଣେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବେ । ୯ଜଣିଆ ତାଲିକାରେ ଭାରତର ୪ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ବିରାଟ କୋହଲି, ମହମ୍ମଦ ସାମି, ରୋହିତ ଶର୍ମା ଓ ଯଶପ୍ରୀତ ବୁମରା । 

କୋହଲି ଚଳିତ ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୭୧୧ ରନ୍‌ ସଂଗ୍ରହ କରିସାରିଛନ୍ତି । ଏଥିରେ ୩ଟି ଶତକ ରହିଛି । ମହମ୍ମଦ ସାମିଙ୍କ ପ୍ରଦର୍ଶନ ଅବିଶ୍ୱସନୀୟ ରହିଛି । ମାତ୍ର ୬ଟି ମ୍ୟାଚ୍‌ ଖେଳି ସେ ୨୩ଟି ୱିକେଟ୍‌ ନେଇ ସାରିଛନ୍ତି । ଏଥିରେ ୩ଟି ୫ ୱିକେଟ୍‌ ସଫଳତା ରହିଛି । ବୁମରା ବିଶ୍ୱକପ୍‌ର ସବୁଠୁ ଶୃଙ୍ଖଳିତ ବୋଲର ସାବ୍ୟସ୍ତ ହୋଇଛନ୍ତି । ସେ ୧୦ଟି ମ୍ୟାଚ୍‌ରୁ ୧୮ଟି ୱିକେଟ୍‌ ନେଇସାରିଛନ୍ତି । ତାଙ୍କ ଇକୋନୋମି ମାତ୍ର ୩.୯୮ ରହିଛି । ରୋହିତ ଗୋଟିଏ ଶତକ ଅର୍ଜନ କରିଥିଲେ ହେଁ ମୋଟ୍‌ ୫୫୦ ରନ୍‌ ସଂଗ୍ରହ କରିସାରିଛନ୍ତି । ଟୁର୍ଣ୍ଣାମେଣ୍ଟ ସାରା ବିସ୍ଫୋରକ ବ୍ୟାଟିଂ ଜାରି ରଖି ରୋହିତ ପ୍ରତିପକ୍ଷ ଶିବିରରେ ଆତଙ୍କ ଖେଳାଇଛନ୍ତି । 

ଅନ୍ୟମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡର ରଚିନ ରବିନ୍ଦ୍ର, ଡାରିଲ ମିଚେଲ, ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ୍‌, ଆଡାମ ଜାମ୍ପା ଓ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟ ଡି କକ୍‌ ଶ୍ରେଷ୍ଠ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି । ଡି କକ୍‌ ୪ଟି ଶତକ ସହ ମୋଟ୍‌ ୫୯୪ ରନ୍‌ ସଂଗ୍ରହ କରିଛନ୍ତି । ରଚିନ ୩ଟି ଶତକ ବଳରେ ୫୭୮ ଓ ମିଚେଲ ୨ଟି ଶତକ ସହ ୫୫୨ ରନ୍‌ ସଂଗ୍ରହ କରିଛନ୍ତି । 

ଜାମ୍ପା ୨୨ଟି ୱିକେଟ୍‌ ନେଇସାରିଛନ୍ତି । ମାତ୍ର ମ୍ୟାକ୍ସୱେଲଙ୍କ ପ୍ରଦର୍ଶନ ଅବିଶ୍ୱସନୀୟ ରହିଛି । ସେ ୪୦ଟି ବଲ୍‌ରୁ ଶତକ ଅର୍ଜନ କରି ଦ୍ରୁତତମ ଶତକ ରେକର୍ଡ କରିଥିଲେ । ସେହିପରି ଆଫଗାନିସ୍ତାନ ବିପକ୍ଷରେ ଅପରାଜିତ ୨୦୧ ରନ୍‌ର ଇନିଂସ ଖେଳି ଦଳକୁ ପରାଜୟରୁ ଉଦ୍ଧାର କରି ସେମି ଫାଇନାଲ୍‌ରେ ପହଞ୍ଚାଇଥିଲେ।

Copyright © 2022 - Summa Real Media Private Limited. All Rights Reserved.