ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଏସ୍‌ଆରଟିସି କିଣିବ ୧୨୨ ସ୍ୱତନ୍ତ୍ର ବସ୍, ଆହୁରି କ୍ରିୟଶୀଳ ହେବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ସେବା

ଭୁବନେଶ୍ୱର,୨୬/୦୧: ପୁରୀ ଶ୍ରୀମନ୍ଦିର ଦର୍ଶନ ପାଇଁ ଚାଲୁଥିବା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌  ସେବାକୁ ଆହୁରି କ୍ରିୟଶୀଳ କରାଯିବ । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ୧୨୨ଟି  ନୂଆ ସ୍ପେଶାଲ କ୍ଲାସ ଭଲବୋ ବସ୍‌ କିଣିବ । ଏନେଇ  ଓଏସ୍‌ଆରଟିସି ଅଫିସ୍‌ ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି । 

ପ୍ରାଥମିକ ପର୍ଯ୍ୟାୟରେ ଲକ୍ଷ୍ମୀ ଯୋଜନାରେ ୧୨  ଜିଲ୍ଲାରୁ ପୁରୀକୁ ଜଗନ୍ନାଥ ଏକ୍ସପ୍ରେସ ଚାଲିଛି । ଗତ  ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଶୁଭଉଦ୍‌ଘାଟନ  କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବାକି ଥିବା ଜିଲ୍ଲାରେ  ବସ୍‌ ସେବା ଆରମ୍ଭ ହେବ । ଏହାସହ ୫୮ଟି ସବ୍‌  ଡିଭିଜନରୁ ପୁରୀକୁ ଏହି ବସ୍‌ ସେବା ଆରମ୍ଭ  ହେବାକୁଯାଉଛି । ତେଣୁ ସ୍ୱତନ୍ତ୍ର ଡିଜାଇନ୍‌ର ଏହି ବସ୍‌  ପ୍ରସ୍ତୁତ କରାଯିବ । 

ପ୍ରତି ବସ୍‌ର ମୂଲ୍ୟ ପାଖାପାଖି ୧.୫ କୋଟି ଟଙ୍କା ରହିଛି । ସେଥିମଧ୍ୟରୁ କିଛି ବସ୍‌  ହସ୍ତାନ୍ତର ସରିଛି । ବାକି ବସ୍‌ ଖୁବଶୀଘ୍ର ଆସିବ ବୋଲି  ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି । ଏନେଇ ଗତବର୍ଷ  ଅକ୍ଟୋବର ମାସରେ ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବ  ଉପରେ ମୋହର ମାରିଥିଲା । ମୋଟ୍‌ ୧୮୩ କୋଟି  ଟଙ୍କା ଖର୍ଚ୍ଚ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.