ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଥମ ଦିନରେ ୪୧ଟି କେନ୍ଦ୍ରରେ ୮୭୩୫ ଜଣ ଛାତ୍ରଛାତ୍ରୀ ଦେଲେ ମାଟ୍ରିକ ପରୀକ୍ଷା, ୨୪୭ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ…

ମାଲକାନଗିରି,୨୦/୨(ଆପ୍ର) ଆଜି ଠାରୁ ଆରମ୍ଭ ହୋଇଛି ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ।  ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ତ୍ରିସ୍ଥରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମାଲକାନଗିରି ଜିଲ୍ଲାରେ ଚଳିତ ବର୍ଷ ୧୨୫ଟି ହାଇସ୍କୁଲର ୮୯୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ଫିଲପ କରିଥିଲେ । ସେମାନଙ୍କ ମଧ୍ୟରୁ ୮୭୩୫ ଜଣ ୪୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା ବେଳେ ୨୪୭ ଜଣ ଅନୁପସ୍ଥିତ ଅଛନ୍ତି । ଏହି ପରୀକ୍ଷାକୁ କପିମୁକ୍ତ ଓ ଶାନ୍ତି ଶୃଙ୍ଖଳାର ସହିତ କରିବା ପାଇଁ ସ୍ୱତନ୍ତ୍ର ସ୍କ୍ବାର୍ଡ ଜିଲ୍ଲା ଓ ସେଣ୍ଟ୍ରାଲ ସ୍ଥରୀୟ ସ୍କ୍ବାର୍ଡ ଗଠନ ହୋଇ ୬୮ ଜଣ ଏବଂ ଅବଜର୍ଭରଙ୍କୁ ମୁତୟନ କରାଯାଇଛି । ସମସ୍ଥ ପରୀକ୍ଷା କେନ୍ଦ୍ର ଗୁଡିକ ସିସି ଟିଭି ନଜରରେ ରହିଛି ବୋଲି ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ ସୂଚନା ଦେଇଛନ୍ତି । ଚଳିତ ବର୍ଷ ୮୭୨୮ ଜଣ ରେଗୁଲାର, ୨୬ ଜଣ ଏକ୍ସ ରେଗୁଲାର, ୨ ଜଣ ପତ୍ରବିନିମୟରେ ପରୀକ୍ଷା ଦେବେ । ଠିକ ସେହିପରି ମୁକ୍ତ ସ୍କୁଲ ପରୀକ୍ଷାରେ ଜିଲ୍ଲାର ୮ଟି ଷ୍ଟଡି ସେଣ୍ଟରର ୨୨୬ ଜଣ ଛାତ୍ରଛାତ୍ରୀ ସ୍ୱତନ୍ତ୍ର ଭାବେ ୨ଟି କେନ୍ଦ୍ରରେ ପରୀକ୍ଷା ଦେବେ । ସେଥିପାଇଁ ୧୦ଟି ନୋଡାଲ ସେଣ୍ଟର ଖୋଲାଯାଇ ସମସ୍ଥ ଥାନା ଗୁଡିକରେ ସୁରକ୍ଷିତ ଭାବେ ପ୍ରଶ୍ନ ପତ୍ରଗୁଡିକ ରହିଛି । ଛାତ୍ରଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହିତ ଯେପରି ପରୀକ୍ଷା ଦେବେ ସେ ନେଇ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ସମସ୍ଥ ପ୍ରକାର ବ୍ୟବସ୍ଥା କରାଯାଇଛି । କପି ରୋକିବା ପାଇଁ ତ୍ରିସ୍ଥରୀୟ ସୁରକ୍ଷା ଓ ସ୍କ୍ୱାର୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.