ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କାରରେ ଆସିଲେ, ଛେଳି ଚୋରି କଲେ : ଲୋକଙ୍କ ହାତରେ ଧରାପଡି ଜଣେ ଗିରଫ , ୩ ଫେରାର

ମାଲକାନଗିରି,୩୧/୧ : ଚୋରି କରିବାର ଚୋରଙ୍କ ନୂଆ କୌଶଳ ଦେଖିବାକୁ ମିଳିଛି ।ଦାମୀ କାରରେ ୪ଟି ଛେଳି ଚୋରୀ କରି ନେଉ ଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡି ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ୩ଜଣ ଫେରାର ହୋଇଯାଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଥାନା ଅଧୀନ ଭେଜାଗୁଡା ପଞ୍ଚାୟତ ର ତଙ୍ଗଗୁଡା ଗ୍ରାମରେ । ଗିରଫ ବ୍ୟକ୍ତି  ଜଣକ ହେଲେ କୋରାପୁଟର କୃତିବାସ ଜାନି ।

 ମାଲକାନଗିରି ଥାନା ଅଧୀନ ଭେଜାଗୁଡା ପଞ୍ଚାୟତ ର ତଙ୍ଗଗୁଡା ଗ୍ରାମର ରାମ ମୁଦୁଲି ବୁଧବାର  ସକାଳେ ଗାଁ ମୁଣ୍ଡ ୩୨୬ ନମ୍ବର ଜାତୀୟ ରାଜ ପଥ କଡ଼ରେ ଛେଳି ଚରାଉ ଥିଲେ। ରାଜପଥ ରେ ଜୟପୁର ଆଡୁ ଏକ କାର ଆସି ଛେଳି ଚରୁଥିବା ପାଖରେ ଠିଆ ହୋଇଥିଲା। କିଛି ସମୟ ପରେ ରାମ ୨ଟି ଛେଳି ନ ଥିବା ଦେଖିବାକୁ ପାଇଥିଲା। ସେ ସନ୍ଦେହ କରି କାର ନିକଟକୁ ଯାଇଥିଲା। ତେବେ କାରଟି ମାଲକାନଗିରି ଅଭିମୁଖେ ପଳାଇ ଥିଲା। ରାମ ଗାଁ ଲୋକଙ୍କୁ ଡାକି ବାଇକରେ କାର ପିଛା କରିଥିଲେ ଓ ଥାନାକୁ ଫୋନ କରି ଜଣାଇଥିଲେ।

 ୧୫କିଲୋମିଟର ଗଲା ପରେ ଝାଟିକା ଗୁଡା ଗ୍ରାମ ନିକଟରେ କାରଟିକୁ ଧରିଥିଲେ, ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ଯାଇଥିଲେ। କାରରୁ ୩ଜଣ ଖସି ଦୌଡ଼ି ପଳାଇ ଥିବା ବେଳେ ଜଣଙ୍କୁ ଲୋକମାନେ ଧରି ପକାଇ ଥିଲେ। ପୁଲିସ କାର ଯାଞ୍ଚ କରିବାରୁ ସେଥିରେ ୪ଟି ଛେଳି ଥିବାର ଦେଖିଥିଲେ। ଛେଳି ଓ କାର ଜବତ କରି ଜଣଙ୍କୁ ଗିରଫ କରି ଥାନା କୁ ନେଇ ପଚାର ଉଚରା  କରିଥିଲେ। ରାମ ମୁଦୁଲି ଓ ସୀତାରାମ ଖିଲ ଙ୍କର ଚୋରି ହୋଇଥିବା ୪ଟି ଛେଳିକୁ ସେମାନଙ୍କ ଜିମା ପୁଲିସ ଦେଇଛି।  ଏମାନେ   ଆଉ କେଉଁଠି ଛେଳି ଚୋରି କରି ଛନ୍ତି କି ସେ ସମ୍ପର୍କ ରେ ଅଧିକ ତଦନ୍ତ ଚାଲୁ ରହିଛି ବୋଲି ମାଲକାନଗିରି ଥାନା ଅଧିକାରୀ ରିଙ୍ଗନ କିଣ୍ଡୋ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ : ସ୍କୁଟି-ସ୍କର୍ପିଓ ମଧ୍ୟରେ ଧକ୍କା, ଦମ୍ପତି ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.